‘ମୋ ଚରିତ୍ର ସଂହାର କରିବାକୁ ପ୍ରୟାସ ଚାଲିଛି, କୋଟିଏ ଟଙ୍କା ଦେଲେ ବି ଡିଭୋର୍ସ ଦେବିନି, ସେମାନେ ମତେ…’ Tapaswini ଯାହା କହିଲେ ନା ଶୁଣିଲେ ଆପଣ କାବା ହେଇଯିବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ତପସ୍ୱିନୀ ଦାସ ଓ ସୁମିତ ସାହୁ ମାମଲା ଏବେ ନୂଆ ମୋଡରେ । ତପସ୍ୱିନୀ ପୁନର୍ବାର ଶ୍ୱଶୁର ଘର ସାମ୍ନାକୁ ଧାରଣାରେ ବସିବା ପାଇଁ ଫେରିଥିବା ବେଳେ ଫେରାର ଅଛନ୍ତି ଡାକ୍ତର ସୁମିତ । ସୁମିତଙ୍କ ଫେରାର ରହିବା ସହିତ ତପସ୍ୱିନୀଙ୍କ ଚରିତ୍ର ସଂହାର କରିବାର ପ୍ରୟାସ ମଧ୍ୟ କରାଯାଇଥିଲା । ଏହାକୁ ଖଣ୍ଡନ କରିବା ସହିତ ପ୍ରତିକ୍ରିୟା ରଖିଛନ୍ତି ତପସ୍ୱିନୀ । ତେବେ ତପସ୍ୱିନୀ କହିଛନ୍ତି ସୁମିତ ଯଦି ମୋର ଅନୈତିକ ସମ୍ପର୍କ ଦେଖି ସେଠାରୁ ପଳାଇ ଆସିଥିଲେ ତାହେଲେ ଏସମ୍ପର୍କରେ କହିଲେନି କାହିଁକି ?

ଗତକାଲି ପର୍ଯ୍ୟନ୍ତ ସୁମିତଙ୍କ ଓକିଲ ସେ ଅସୁସ୍ଥ ଥିବା ନେଇ କହୁଥିଲେ । ତେବେ ଅଚାନକ କାହାଣୀକୁ ବଦଳାଇବାକୁ ପ୍ରୟାସ କରିଛନ୍ତି ସୁମିତଙ୍କ ଓକିଲ । ମୋର ଚରିତ୍ର ସଂହାର କରିବାକୁ ପ୍ରୟାସ କରାଯାଇଥିବା ନେଇ କହିଛନ୍ତି ତପସ୍ୱିନୀ । ୮ ଲକ୍ଷ କଣ କୋଟିଏ ଟଙ୍କା ଦେଲେ ମଧ୍ୟ ମୁଁ ଡିଭୋର୍ସ ଦେବିନି ବୋଲି କହିଛନ୍ତି ତପସ୍ୱିନୀ । ତେବେ ଆପଣ ମାନେ ତ ଜାଣିଥିବେ କି ତପସ୍ୱିନୀ ଏବଂ ସୁମିତ ଙ୍କ ଝଗଡା ଦିନକୁ ଦିନ ବଢିବାରେ ଲାଗିଛି ।

ତେବେ ସୁମିତ କୁଆଡ଼େ ପଳାଇଥିବା ନେଇ ତପସ୍ୱିନୀଙ୍କ ଅଭିଯାଗରେ ଜବାବ ରଖିଛନ୍ତି ସ୍ୱାମୀ ସୁମିତ୍‌ । ଅଡିଓ ଜରିଆରେ ସେ ନିଜର ଜବାବ ରଖିଛନ୍ତି । ସେ ବର୍ତ୍ତମାନ ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ବୋଲି କହିଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ବିଶ୍ରାମ ନେଇଛନ୍ତି । ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ମୁଁ ଛୁଟିରେ ରହିଛି । ପଳାଇ ଯାଇଥିବା କିମ୍ବା ଅପହରଣ କରିଥିବା ପରି ଖବର ପ୍ରଘଟ ହେଉଥିବା ବେଳେ ଏହା ସମ୍ପୂର୍ଣ୍ଣ ମିଛ ।

ଜନସାଧାରଣଙ୍କ ସାମ୍ନାରେ ମିଥ୍ୟା ତଥ୍ୟ ରଖାଯାଉଛି । ପରିବାର ବିରୋଧରେ ମିଛ ଅଭିଯାଗ କରାଯାଉଛି । ଫଳରେ ମାନସିକ ଭାବରେ ଅଧିକ ଚିନ୍ତାଗ୍ରସ୍ତ ହୋଇପଡ଼ିଥବା କହିଛନ୍ତି ଡାକ୍ତର ସୁମିତ । ଅସୁସ୍ଥତା ଭିତରେ ସାଙ୍ଗ ଓ ପରିବାରକୁ ଜଣାଇ ଘର ଖୋଜା ଚାଲିଛି । ଖୁବ ଶୀଘ୍ର ଘର ମିଳି ଯାଇପାରେ । ତେବେ ସୁମିତ କହିଥିଲେ କି ଏସବୁ ଅଭିଯୋଗ ମିଥ୍ୟା ଏବଂ ମୋ ଦେହ ଅସୁସ୍ଥ ଥିବାରୁ ମୁଁ ବିଶ୍ରାମ ନେଉଛି ଏବଂ ସୁମିତ ଏସବୁ ର ଦାୟୀ ତପସ୍ୱିନୀ କୁ କହିଛନ୍ତି ।

ଏହା ସହ ତପସ୍ୱିନୀ ଉତ୍ତର ରଖିଛନ୍ତି, ମୁଁ ଲଢ଼େଇ କରିବାକୁ ଆସିଲେ ମୋର ଭୁଲ ବୋଲି କହୁଛନ୍ତି । ମୁଁ କେବେ ମିଡିଆ ଆଗକୁ ଆସୁନଥିଲି । କେବେ ମୋର ପ୍ରଚାର ଓ ପ୍ରସାର କରୁନଥିଲି । ମୋତେ କେତିକି ନିର୍ଯାତନା ଓ ଅତ୍ୟାଚାର କରିଛନ୍ତି ସେ କଥା ମୁଁ ହିଁ ଜାଣିଛି ବୋଲି କହିଛନ୍ତି । ଯେତେ ଯାହା ହେଲେ ବି ମୁଁ କୋର୍ଟକୁ ଯିବି ଓ ମୋର ପକ୍ଷ ରଖିବି ବୋଲି କହିଛନ୍ତି ତପସ୍ୱିନୀ । ତେବେ ବର୍ତ୍ତମାନ ଆଉ ଏକ ନୂଆ ଅଭିଯୋଗ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *