ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ବ୍ରହ୍ମପୁର ର ଅତି ଚର୍ଚ୍ଚିତ ଯୋଡ଼ି ଡାକ୍ତର ସୁମିତ ଏବଂ ତପସ୍ୱିନୀ ଙ୍କ ବିବାଦ ସମ୍ବନ୍ଧରେ ଅବଗତ ଥିବେ । ଏହି ବର୍ଷ ୪ ତାରିଖ ଦିନ ଉଭୟ କୋର୍ଟ ରେ ମୁହାଁମୁହିଁ ହେବେ । ଏହି ଜନ୍ମ ରେ ନୁହେଁ ବରଂ ସାତ ଜନ୍ମ ରେ ମଧ୍ୟ ତପସ୍ୱିନୀ ଙ୍କ ସହିତ ଏକାଠି ରହି ପାରିବେ ନାହିଁ ବୋଲି କହିଛନ୍ତି ସୁମିତ । କିନ୍ତୁ ଏହାର ବିପରୀତ ତପସ୍ୱିନୀ ଅଲଗା ହେବା ନିମନ୍ତେ ଚାହୁଁ ନାହାନ୍ତି ଏବଂ ସୁମିତ ଙ୍କ ସହିତ ଏକାଠି ରହିବାକୁ ଚାହୁଁଛନ୍ତି ।
ତେବେ ଯେହେତୁ ସୁମିତ ତପସ୍ୱିନୀ ଙ୍କୁ ବ୍ଲକ କରି ଦେଇଛନ୍ତି ସେ ତାଙ୍କ ସହିତ କଥା ହୋଇପାରୁ ନାହାନ୍ତି ଏବଂ ବର୍ତ୍ତମାନ ତପସ୍ୱିନୀ ମଧ୍ୟ ଅପେକ୍ଷା କରିଛନ୍ତି ନୂତନ ବର୍ଷ ର ୪ ତାରିଖ କୁ । ତେବେ ଉକ୍ତ ଯୋଡ଼ି ଙ୍କ ବିବାଦ ସମ୍ବନ୍ଧ କୁ ନେଇ ପୁଣି ଏକ ଖବର ସାମ୍ନା କୁ ଆସିଛି । ସୁମିତ ଙ୍କ ବନ୍ଧୁ ଏବଂ ତପସ୍ୱିନୀ ଙ୍କ ବାପା ଙ୍କ କଲ ରେକର୍ଡ଼ିଂ ସାମ୍ନା କୁ ଆସିଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ବନ୍ଧୁଗଣ ତପସ୍ୱିନୀ ଓରଫ ଡିମ୍ପଲ ଙ୍କ ବାପା ଏବଂ ଡାକ୍ତର ସୁମିତ ଙ୍କ କଲ ରେକର୍ଡ଼ିଂ ଭାଇରାଲ ହୋଇଯାଇଛି । ଯେଉଁ ଅଡିଓ ରେ ଏହା ଶୁଣିବାକୁ ମିଳୁଛି ଯେ, ସୁମିତ ଙ୍କ ବନ୍ଧୁ ତପସ୍ୱିନୀ ଙ୍କ ବାପା ଙ୍କୁ ଏହି କେସ କୁ ରଫାଦଫା କରିବା ନିମନ୍ତେ ଟଙ୍କା ଅଫର କରିଥିଲେ ଏବଂ ଏହାର ଉତ୍ତର ରେ ତପସ୍ୱିନୀ ଙ୍କ ବାପା ନିଜ ଆଡ଼ୁ ଟଙ୍କା ଅଫର କରି କହିଥିଲେ ଯେ, ମୋ ଝିଅ କୁ ଆପଣାଇବା ନିମନ୍ତେ ସୁମିତ ଙ୍କୁ କେତେ ଟଙ୍କା ଦରକାର କୁହ ତାହା ସେ ଦେବାକୁ ରାଜି ।
କିନ୍ତୁ ସୁମିତ ଙ୍କ ବନ୍ଧୁ ସ୍ପଷ୍ଟ କରି କହିଥିଲେ ଯେ, ତାଙ୍କ ଘରେ ତପସ୍ୱିନୀ ଙ୍କୁ କେବେବି ଆପଣାଇବେ ନାହିଁ । ତେବେ ଏହାର ଉତ୍ତର ରେ ତାଙ୍କ ବାପା କହିଥିଲେ ଯେ, ଯେତେବେଳେ ରିଲେସନ ରେ ରହିଥିଲେ ସେତେବେଳେ ସୁମିତ ନିଜ ଘର ଲୋକଙ୍କୁ ପଚାରି ରହି ନଥିଲେ ତେବେ ବର୍ତ୍ତମାନ ଏତେ ବିବାଦ କାହିଁକି କରୁଛନ୍ତି । ଏହି କଥା ତାଙ୍କୁ ରିଲେସନ ରେ ରହିବା ପୂର୍ବରୁ ଭାବିବାର ଥିଲା ।
ଏହିପରି କିଛି କଥାବାର୍ତ୍ତା ସୁମିତ ଙ୍କ ବନ୍ଧୁ ଏବଂ ତପସ୍ୱିନୀ ଙ୍କ ବାପା ଙ୍କ ମଧ୍ୟରେ ହୋଇଥିଲା । ଯାହାର କଲ ରେକଡ଼ିଂ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।