ଛାତି ଥରାଇଦେବା ଭଳି ଦୃଶ୍ୟ ! ଯେତେବେଳେ ହଠାତ ହାବୁଡିଗଲା ମହାବଳ, ଆଉ ତା’ ପରେ ଯାହା ହେଲା, ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆ ଦ୍ଵାରା ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନଙ୍କ ଛାତି ଥରି ଉଠିବ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ କର୍ଣ୍ଣାଟକ ବାନୀରଘାଟ ଜାତୀୟ ପାର୍କରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଉଟିକୁ ଯାଉଥିବା କିଛି ପର୍ଯ୍ୟଟକଙ୍କ ସାମ୍ନାକୁ ହଠାତ ଆସିଯାଇଥିଲା ରୋୟାଲ ବେଙ୍ଗଲ ଟାଇଗର ।

ପର୍ଯ୍ୟଟକ ମାନଙ୍କୁ କିଛି ସମୟ ଦେଖିବା ପରେ ଗାଡିକୁ ନିଜ ଦାନ୍ତରେ ଟାଣିବା ପାଇଁ ଆରମ୍ଭ କରିଥିବା ମହାବଳ । ବାଘଟି ଗାଡିର ପଛ ଭାଗକୁ କାମୁଡି ଟାଣି ଥିଲା । ପାଖରେ ଥିବା ଅନ୍ୟ ପର୍ଯ୍ୟଟକ ବି ଏହାକୁ ଦେଖିଥିଲେ ଓ ରେକର୍ଡ କରିଥିଲେ । ବାଘର ଏହି ହରକତକୁ ପର୍ଯ୍ୟଟକ ମାନେ କେବଳ ଦେଖିବା ଛଡା ଆଉ କିଛି କରିବା ପାଇଁ ସାହାସ ବି କରିନଥିଲେ ।

ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି ଶିଲ୍ପପତି ଆନନ୍ଦ ମହିନ୍ଦ୍ରା । ‘ବାଘକୁ ବୋଧେ କାର ପସନ୍ଦ ଆସିଛି ତେଣୁ ସେ ଏହାକୁ ଟାଣୁଛି’ ବୋଲି କହି ଏହି ଭିଡିଓଟିକୁ ପୋଷ୍ଟ କରିଛନ୍ତି ଆନନ୍ଦ ମହିନ୍ଦ୍ରା । ବନ୍ଧୁଗଣ ଏହି ଦୃଶ୍ୟଟି କାହାକୁ ବି ଡରାଇ ପାରେ ।

ଛାତି ଥରେଇବା ଭଳି ଏହି ଦୃଶ୍ୟର ଭିଡିଓକୁ ଦେଖି ଆପଣ ମାନଙ୍କୁ କେମିତି ଲାଗୁଛି ଆମେ ଜାଣି ପାରୁଛି ହେଲେ ଭାବନ୍ତି ସେହି ପର୍ଯ୍ୟଟକ ମାନଙ୍କ ଅବସ୍ଥା କଣ ହୋଇଥିବ ଯେତେ ବେଳେ ମହାବଳ ବାଘ ତାଙ୍କ ଗାଡିକୁ ଦାନ୍ତରେ ଟାଣୁ ଥିଲା । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭାଇରାଲ ହେଉଛି ଓ ଲୋକମାନେ ଏହି ଭିଡିଓଟିକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *