‘ବାପା ସୁମିତ ତୁ ଯୋଉଠି ଅଛୁ ଧନ, ତୋ ସ୍ତ୍ରୀ ପାଖକୁ ଚାଲିଆ ଧନ ତୁମେ କେତେ…’ Sumit ଙ୍କୁ ଅନୁରୋଧ କରି ଦେଖନ୍ତୁ କଣ କହିଲେ Pramila Tripathy, ଦେଖନ୍ତୁ Video

ବନ୍ଧୁଗଣ, ଅନେକ ଦିନ ଧରି ଚାଲି ଆସୁଥିବା ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ବିବାଦ ତଥା ତପସ୍ଵିନୀ ଏବଂ ସୁମିତ ଙ୍କ ସମ୍ବନ୍ଧରେ ଆପଣ ଜାଣିଛନ୍ତି । ମାନ୍ୟବର କୋର୍ଟ ସ୍ଵାମୀ ସ୍ତ୍ରୀ ଙ୍କୁ ଏକାଠି ରହିବା ପାଇଁ ରାୟ ଶୁଣାଇ ଥିଲେ । କିନ୍ତୁ ବର୍ତ୍ତମାନ ସୁମିତ ତପସ୍ଵିନୀ ଙ୍କୁ ଛାଡି ଥାନା ନିକଟରୁ ଫେରାର ଅଛନ୍ତି । ତାଙ୍କ ଓକିଲ ମିଡିଆ ସମୁଖରେ ନିଜର ବୟାନ ରଖିଥିଲେ ଯେ ସୁମିତ ଙ୍କ ଦେହ ଅସୁସ୍ଥ ଥିବାରୁ ସେ ବର୍ତ୍ତମାନ ନିଜ ସାଙ୍ଗ ଘରେ ଯାଇ ଅଛନ୍ତି ।

ଏହାପରେ ଏକ ଖବର ଆସିଲା ଯେ ସୁମିତ ଙ୍କ ସହିତ ତାଙ୍କ ପରିବାର ଲୋକେ ମଧ୍ୟ ଫେରାର ଅଛନ୍ତି । ଏହି ସମସ୍ତ ଘଟଣା ବର୍ତ୍ତମାନ ଅଡୁଆ ସୂତା ଭଳି ଗୁଡେଇ ହୋଇ ଚାଲିଛି । ଏହାକୁ ନିଜ ଆଖିଆ ଆଗରେ ରଖି ସମାଜସେବୀ ପ୍ରମିଳା ତ୍ରିପାଠୀ ସୁମିତ ଙ୍କୁ ଏକ ବାର୍ତ୍ତା ପଠାଇ ଅନୁରୋଧ କରିଛନ୍ତି । ଆସନ୍ତୁ ଜାଣିବା ତାହା କଣ ଅଟେ ? ସମାଜସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି ଯେ, “ବାପା ଯେଉଁଠି ଅଛୁ ତୋ ସ୍ତ୍ରୀ ପାଖକୁ ପଳାଇ ଆସେ ।

ସୁମିତ ତୁ ତାକୁ କେତେ ଭଲ ପାଉଛୁ ସେ ତତେ କେତେ ଭଲ ପାଉଅଛି ? ତୁ ଯେତେ ଦୂରରେ ଥିଲେ ମଧ୍ୟ, ତୋର ମା’ ଦଶମାସ ଗର୍ଭରେ ରଖିଥିବା ମା’ କୁ ପଚାରେ ସେ ମଧ୍ୟ ଜଣେ ନାରୀ । ମାତ୍ର ତୁ ଯେଉଁଠି ଅଛୁ ଆସି ତୋ ସ୍ତ୍ରୀ ସହିତ ସଂସାର କରେ । ଯଦି ଆଜି ଝିଅ ର କିଛି ଅସୁବିଧା ହେବ ତେବେ ତୋ ବାପା କଣ ତୋ ଚାକିରି ଖାଇବ ବୋଲି କହୁଛି, ଅଟୋମେଟିକ ତୋ ଚାକିରି ପଳାଇବ ।

ମାତ୍ର ତୁ ନିଜ ସ୍ତ୍ରୀ ପାଖକୁ ପଳାଇ ଆସେ । ଧର୍ମର ଜୟ ପାପର କ୍ଷୟ” । ସମାଜସେବୀ ଏହା ମଧ୍ୟ କହିଛନ୍ତି ଯେ ଆସ୍କା ଆସି ଝିଅ ମତେ କାନ୍ଦି ଜଣାଇଲା ଯେ ମା’ ମୋ ପାଖରେ ପଇସା ମଧ୍ୟ ନାହିଁ, ପିନ୍ଧିବାକୁ ଲୁଗା ମଧ୍ୟ ନାହିଁ । ସୁମିତ ଦେଖେ ତୋ ସ୍ତ୍ରୀ କେତେ ହଇରାଣ ହେଉଛି । ମୁଁ ଜାଣିଛି ତୁ ତାକୁ ବହୁତ ଭଲ ପାଉଛୁ ।

ମାତ୍ର ତୋ ମା ବାପା ଙ୍କ କଥାରେ ନ ଚାଲି ନିଜ ଉପରେ ବିଶ୍ଵାସ ରଖି ତୋ ସ୍ତ୍ରୀ ପାଖକୁ ଫେରି ଆସି ସୁଖର ସଂସାର କରେ । ଏହିଭଳି କହିଛନ୍ତି ପ୍ରମିଳା ତ୍ରିପାଠୀ । ମାତ୍ର ଅପେକ୍ଷାର ବିଷୟ ଯେ ଜଣେ ସ୍ତ୍ରୀ ତଥା ନାରୀ କୁ ନ୍ୟାୟ କେତେବେଳେ ମିଳିବ ? ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *