Big Update: ସୁକନ୍ୟା ସମୃଦ୍ଧି ଯୋଜନାରେ ବଡ ପରିବର୍ତ୍ତନ କଲେ ସରକାର, ଟଙ୍କା ରଖୁଥିଲେ ନିଶ୍ଚୟ ଜାଣି ରଖନ୍ତୁ ଏହି ଖବର…

ବନ୍ଧୁଗଣ ସାଧାରଣ ଜନତା ଓ ମହିଳା ମାନଙ୍କ ଲାଭ ପାଇଁ କେନ୍ଦ୍ର ସରକାର ଏମିତି ଅନେକ ଯୋଜନା ବା ସ୍କିମ ଆଣିଛନ୍ତି । ସେଥିମଧ୍ୟରୁ ଗୋଟେ ସ୍କିମ ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା । ଏହି ଯୋଜନାରେ ବାପା ମା ନିଜ ଝିଅ ପାଇଁ ବହୁତ କମ ଟଙ୍କା ଜମା କରିଥାନ୍ତି । ଆଉ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ପରେ ଝିଅକୁ ମୋଟା ଅଙ୍କର ରାସୀ ମିଳିଥାଏ । ତେବେ ବନ୍ଧୁଗଣ ଏହି ଯୋଜନାରେ ଏବେ ଏକ ବଡ ପରିବର୍ତ୍ତନ ହୋଇଛି  ।

ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । କେନ୍ଦ୍ର ସରକାରଙ୍କ ଏହି ଯୋଜନା ଅନୁସାରେ ଦୁଇଟି ଝିଅ ଥିଲେ ପଲିଶି ଅନୁସାରେ ଟେକ୍ସ ରିହାତି ଲାଭ ମିଳୁ ଥିଲା । ହେଲେ ବନ୍ଧୁଗଣ ଯଦି ତିନୋଟି ଝିଅ ଥିବେ ତା ହେଲେ ଏହି ଫାଇଦା ଆଗରୁ ମିଳୁ ନଥିଲା ।

ତେବେ ଯଦି ଗୋଟେ ଝିଅ ପରେ ଦୁଇଟି ଜାଆଁଳା ଝିଅ ହେଉଛନ୍ତି ତା ହେଲେ ଉଭୟଙ୍କ ପାଇଁ ଖାତା ଖୋଲିବାର ନିୟମ ରହିଛି । ଏହା ଦ୍ଵାରା ଆପଣ ନିଜ ତିନୋଟି ଝିଅଙ୍କ ପାଇଁ ଖାତା ଜମା କରିପାରିବେ । ବନ୍ଧୁଗଣ ଏହି ଯୋଜନା ଅନୁସାରେ ଖାତାରେ ବାର୍ଷିକ ସର୍ବ ନିମ୍ନ 250 ଟଙ୍କା ଏବଂ ସର୍ବାଧିକ 1 ଲକ୍ଷ 50 ହଜାର ଜମା କରିବାର ନିୟମ ରହିଛି । ସର୍ବନିମ୍ନ ରାସୀରେ ଆକାଉଣ୍ଟ ଯଦି ବିଫଳ ହୋଇଯାଏ ତେବେ ନୂଆ ନିୟମ ଅନୁସାରେ ଖାତାକୁ ପୁଣି ଥରେ ଆକ୍ଟିଭ ନକଲେ ମ୍ୟାଚୁର ହେବା ପର୍ଯ୍ୟନ୍ତ ଜମା ରାସୀର ଲାଗୁ ଦରରୁ ସୁଧ ମିଳିବ ।

କିନ୍ତୁ ପୂର୍ବରୁ ଏମିତି ନଥିଲା ପୂର୍ବ ନିୟମ ଅନୁସାରେ ଝିଅ 10 ବର୍ଷ ପରେ ଖାତା ଅପଡେଟ କରିପାରିବେ  । କିନ୍ତୁ ଏବେ 18 ବର୍ଷ ବୟସ ପୂର୍ବରୁ ଝିଅକୁ ଖାତା ଅପଡେଟ କରିବାର ମଜୁରୀ ମିଳିବ ନାହିଁ । 18 ବର୍ଷ ବୟସ ପର୍ଯ୍ୟନ୍ତ ଅଭିଭାବକ ବା ମାତା ପିତା ମାନେ କେବଳ ଖାତା ଅପଡେଟ କରିପାରିବେ । ଖାତାର ବାର୍ଷିକ ସୁଧ ହାର ଆର୍ଥିକ ବର୍ଷ ଶେଷରେ ହିସାବ କରାଯିବ ।

ସୁକନ୍ୟା ସମୃଦ୍ଧି ଯୋଜନାର ଖାତାକୁ କନ୍ୟାର ମୃତ୍ୟୁ ହେଲେ ବା ଠିକଣା ପରିବର୍ତନ କଲେ ବନ୍ଦ କରିପାରିବେ ଗ୍ରାହକ । ଅଭିଭାବକ ମୃତ୍ୟୁ ହେଲେ ମଧ୍ୟ ସମୟ ପୂର୍ବରୁ ଆକାଉଣ୍ଟ ବନ୍ଦ କରିହେବ । ଏଭଳି ଭାବରେ ଏହି ଯୋଜନାରେ କିଛି ପରିବର୍ତ୍ତନ ଆସିଛି । ତେଣୁ ବନ୍ଧୁଗଣ ଏହି ନିୟମ ବିଷୟରେ ଭଲରେ ଜାଣି ରଖନ୍ତୁ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *