ମାୟାଧରରୁ କିପରି ହେଲେ ମାଇଚିଆ ମୀରା ! ନିଜ ଜୀବନର ସବୁ ଅକୁହା କଥା ଖୋଲି କହିଦେଲେ Meera Parida, ଦେଖନ୍ତୁ Video

ବନ୍ଧୁଗଣ ଏ ସମାଜରେ କିନ୍ନର ମାନଙ୍କୁ ବହୁତ କଷ୍ଟ ଓ ସଂଘର୍ଷ କରିବାକୁ ପଡିଥାଏ । କିନ୍ନର ହୋଇ ଜନ୍ମ ହେବା ପରେ ନା ପରିବାର ଲୋକ ନା ସମାଜ କେହି ବି କିନ୍ନର ମାନଙ୍କୁ ଗ୍ରହଣ କରି ନଥାନ୍ତି । କେଉଁଠି ଭିକ ମାଗି ତ କେଉଁଠି ଖରାପ କାମ କରି ସେମାନେ ନିଜ ଜୀବିକା ନିର୍ବାହ କରିଥାନ୍ତି  । ବନ୍ଧୁଗଣ ସେହିଭଳି ଆମ ଓଡିଶାର ଜଣେ କିନ୍ନର ଅଛନ୍ତି ମୀରା ପରିଡା । ମୀରା ପରିଡାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ମୀରା ନିଜ ମନର କଥା କହୁଛନ୍ତି ଆଉ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ମୀରା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଗୋଟେ କିନ୍ନର ଜୀବନ ଦେଖିବାକୁ ଗଲେ ଏହା ଏକ କଷ୍ଟ ଦାୟକ ରାସ୍ତା ବୋଲି ଆମେ ମାନେ ଆଗରୁ ଭାବି ଥିଲୁ ।

ମୋ ଘର ହେଉଛି ବେଗୁନିଆ ବ୍ଲକ ନିକଟସ୍ଥ ଗରତରା ଗାଁରେ । ମୁଁ ବାପା ମା’ଙ୍କର ବଡ ସନ୍ତାନ ଥିଲି ତାଙ୍କ ହିସାବରେ ଘରର ବଡ ପୁଅ ଥିଲି । ଗୋଟେ ପରିବାରରେ ଯେତେବେଳେ ଗୋଟେ ପୁଅ ଜନ୍ମ ହୁଏ ସେତେବେଳେ ଖୁସିର ମାହୋଲ ଥାଏ ଆଉ ମୋ ପାଇଁ ବି ସେମିତି ହିଁ ଥିଲା । ବାପା ଜଣେ ପାଲା ଗାୟକ ଥିଲେ ଆଉ ମା ଜଣେ ହାଉସ ୱାଇଫ ଥିଲେ ।

ଜେଜେ ମା ଖୁସିରେ ମୋ ନାମ ରଖିଥିଲା ମାୟାଧର । ମାୟାଧର ସେ ଏଥିପାଇଁ ରଖିଥିଲା ଯେ, ଯଦି ମରିବା ବେଳେ ଭଗବାନଙ୍କ ନାମ ନ ଆସେ ତା ହେଲେ ମୋ ନାଁ ଧରିଦେଲେ ସେ ମୁକ୍ତି ପାଇଯିବ । ଯେହେତୁ ଘରର ବଡ ଥିଲି ତେଣୁ ବାପା ମା’ଙ୍କର ବହୁତ ପ୍ରିୟ ଥିଲି । ବାପା ଯେଉଁଠି ବି ଯାନ୍ତି ମୋତେ ସାଙ୍ଗରେ ନେଇ ଯାନ୍ତି । ସେ ଜାଗାରେ ଯେଉଁ କିନ୍ନର ମାନେ ଭୂମିକା କରୁଥିଲେ ସେହି ଭୂମିକା ଗୁଡିକ ମୁଁ ଘରକୁ ଆସି ନାଚୁ ଥିଲି ।

ତେବେ ସେ ସମୟରେ ପରିବାର ଲୋକଙ୍କୁ ଖୁସି ଲାଗୁ ଥିଲା ସେମାନେ ତାଳି ମାରୁଥିଲେ ହେଲେ ସମୟ ସହିତ ଯେତେବେଳେ ବୟସ ବି ବଢିଲା ମୁଁ ସ୍କୁଲରେ ପଢିଲି । ମୁଁ ଭଲ ପାଠ ପଢୁଥିଲି ଭଲ ଖେଳୁ ବି ଥିଲି ଆଉ ଏହାରି ଭିତରେ ଗାଁ ଦାଣ୍ଡରେ ସାହିରେ ଭାଉଜ ଓ ଜେଜେ ମା ମୋତେ ମାଇଚିଆ ବୋଲି ଡାକିଲେ ମୁଁ ଜାଣି ନଥିଲି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମୀରା ନିଜ ମନର କଥା କହିଛନ୍ତି ।

Leave a Reply

Your email address will not be published. Required fields are marked *