ସୂଦଶା ବ୍ରତ ଦିନ କରନ୍ତୁ ଏହି 5 ଟି ଉପାୟ, ମାତା ଲଷ୍ମୀ ନିଜେ ଆସି ଆଶୀର୍ବାଦ ଦେବେ

ନମସ୍କାର ବନ୍ଧୁଗଣ ମାତା ଲକ୍ଷ୍ମୀ ହେଉଛନ୍ତି ସୌଭାଗ୍ୟ ଧାତ୍ରୀ ସେ ପ୍ରସନ୍ନ ହେଲେ ଘରେ ସୁଖ ଶାନ୍ତି ଏବଂ ଧନ ଧ୍ୟାନ ରେ ଭରି ଯାଏ । ଗୁରୁବାର ଦିନ ହେଉଛି ତାଙ୍କ ର ପ୍ରିୟ ଦିନ । ଶୁକ୍ଳପକ୍ଷ ରେ ଦଶମୀ ତିଥିରେ ଯଦି କୌଣସି ଗୁରୁବାର ଦିନ ପଡେ ତେବେ ସେହି ଗୁରୁବାର ଦିନ ସୁଦଶା ବ୍ରତ ରୂପେ ପୂଜା କରାଯାଏ । ସୁଦଶା ବ୍ରତ ଦିନ ଏହି ପାଞ୍ଚ ଟି ଉପାୟ କରିଲେ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ନିଜେ ଆସିବେ ଏବଂ ଆପଣଙ୍କ ପରିବାର ଏବଂ ଆପଣ ଙ୍କୁ ଆଶୀର୍ବାଦ କରିବେ ଧନ ଧ୍ୟାନ ର ବୃଦ୍ଧି ହେବ । ସୁଖମୟ ଜୀଵନ ଅତିବାହିତ କରିବେ । ତେବେ ଆସନ୍ତୁ ସେହି ଉପାୟ ବିଷୟରେ ଆଲୋଚନା କରି ନେବା ।

ଏହି ଦିନ ବିବାହିତ ନାରୀ ମାନେ ମାତା ଲକ୍ଷ୍ମୀ ଙ୍କୁ ଆରାଧନା କରି ଏକ ନୂତନ ବ୍ରତ କୁ ହଳଦୀ ପାଣିରେ ଧୋଇ ମାତା ଲକ୍ଷ୍ମୀ ଙ୍କ ଦଶ ନାମ ଧରି ସେହି ବ୍ରତରେ ଦଶଟି ଗଣ୍ଠି ପକାଇ ଦିଅନ୍ତି ଏବଂ ଏହା ପରେ ସେହି ବ୍ରତ କୁ ନିଜ ଡାହାଣ କାନ୍ଧ ରେ ବାନ୍ଧନ୍ତି ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ । ମାତା ଲକ୍ଷ୍ମୀ ଙ୍କୁ ନିଜ ସଫା ହୃଦୟ ରେ ସର୍ଵଦା ଧ୍ୟାନ କଲେ ମାତା ତାର ଫଳ ନିଶ୍ଚୟ ଦିଅନ୍ତି ।
ଏବେ ଆସନ୍ତୁ ସେହି ଉପାୟ ବିଷୟରେ ଜାଣିନେବା ।

୧- ପ୍ରଥମ ଉପାୟ ହେଉଛି ସୁଦଶା ବ୍ରତ ଦିନ ନିଜ ଘରକୁ ପରିଷ୍କାର ପରିଛନ୍ନ ରଖିବା ଉଚିତ । ଘରେ ଆଦୌ କଳି କଜିଆ ପାଟି ତୁଣ୍ଡ ହେବାକୁ ଦିଅନ୍ତୁ ନାହିଁ । ଘରକୁ କେବେବି ଅନ୍ଧାର ରଖନ୍ତୁ ନାହିଁ । ଏହା ଛଡା ଅଇଁଠା କୁ ଅଧିକ ସମୟ ପର୍ଯ୍ୟନ୍ତ ଭୂଇଁ ରେ ପକାଇ ରଖନ୍ତୁ ନାହିଁ ଏବଂ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଶେଯ ତ୍ୟାଗ କରନ୍ତୁ । ଏହି ପରି କିଛି ଅଭ୍ୟାସ ରଖିଲେ ମାତା ଲକ୍ଷ୍ମୀ ବହୁତ ଖୁସି ହୁଅନ୍ତି ଏବଂ ଆଶୀର୍ବାଦ ମଧ୍ୟ ଦେଇଥାନ୍ତି ।

୨- ଦ୍ଵିତୀୟ ଉପାୟ ହେଉଛି ସୁଦଶା ବ୍ରତ ପୂଜାରେ ମାତା ଲକ୍ଷ୍ମୀ ଙ୍କ ପାଖରେ ତିନି ବେଳା ଭୋଗ ଲଗାଯାଏ । ସକାଳେ ୧୦ ପ୍ରକାରର ଫଳ ଏବଂ ଦଶ ଟି ଛେନା ଚକଟା ଗୁଳା ର ଭୋଗ ଲଗାଯାଏ । ମଧ୍ୟାହ୍ନ ରେ ଦଶଟି ମଣ୍ଡା ପିଠା ଏବଂ ସନ୍ଧ୍ୟା ପୂର୍ବରୁ ପଣା ଭୋଗ ଲଗାଯାଏ । ଧ୍ୟାନ ଦେବେ ଯେମିତିକି ସେହି ଭୋଗ କେବଳ ନିଜର ଘର ଲୋକଙ୍କ ଛଡା ଆଉ କେହି ଖାଇବେ ନାହିଁ ।

୩- ତୃତୀୟ ଉପାୟ ହେଉଛି ସୁଦଶା ବ୍ରତ ପୂଜା ଆରମ୍ଭ ଵ୍ରହ୍ମ ମୁହୂର୍ତ୍ତରେ କରିବା ଉଚିତ । କାରଣ ଏହି ସମୟରେ ମାତା ଲକ୍ଷ୍ମୀ ମନ୍ଦିର ରୁ ବାହାରି ଭକ୍ତ ମାନଙ୍କ ର ଘରକୁ ବୁଲିବାକୁ ଆସିଥାନ୍ତି । ସେଥିପାଇଁ ସକାଳୁ ଉଠି ହଳଦୀ ଲଗେଇ ଗାଧୋଇ ଏବଂ ଧଳା ନାଲି କିମ୍ବା ହଳଦିଆ ନାଲି ରଙ୍ଗର ଶାଢୀ ପିନ୍ଧିବେ ଏବଂ ସିନ୍ଦୂର ଓ ଅଳତା ଲଗେଇବାକୁ ଭୁଲନ୍ତୁ ନାହିଁ ।

୪- ଚତୁର୍ଥ ଉପାୟ ହେଉଛି ସୁଦଶା ବ୍ରତ ଆରମ୍ଭ କରିବା ପୂର୍ବରୁ ହିଁ ପୂଜା ଘର ଏବଂ ସମସ୍ତ ଘର କୁ ଭଲ ଭାବରେ ଧୋଇ ସଫା କରିଦେବା ଉଚିତ ଏବଂ ତାପରେ ଚାଉଳ ବଟା ଚିତା ରେ ସୁନ୍ଦର ସୁନ୍ଦର ଝୋଟି ଆଙ୍କିବା ଉଚିତ ଏହି ପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ବହୁତ ଖୁସି ହୋଇଥାନ୍ତି ।

୫- ପଞ୍ଚମ ଉପାୟ ହେଉଛି ସୁଦଶା ବ୍ରତ ଦିନ ଯେବେ ପୂଜା ସମୟରେ କଳସ ବସାଇବେ ସେଠାରେ ପଦ୍ମ ଫୁଲର ଚିତା ନିଶ୍ଚିତ ପକାଇଥିବେ । କଳସ ବସାଇବା ପୂର୍ବରୁ ଅଳ ଧାନ ଥୋଇ ଦେଇଥିବେ ଏବଂ ତା ଉପରେ ହିଁ କଳସ ବସାଇବେ ଏବଂ କଳସ ଉପରେ ଦଶଟି ପତ୍ର ଥିବା ଆମ୍ବଡାଳ ନେବେ । ଏହି ସବୁ ଉପାୟ ଦ୍ୱାରା ଆପଣ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ନିଶ୍ଚିତ ପାଇଁ ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *