ସୁଦଶା ବ୍ରତ ଦିନ କରନ୍ତୁ କେବଳ ଏହି 5 ଟି ଉପାୟ, ମିଳିବ ମା ଲଷ୍ମୀଙ୍କର ମହା ଆଶୀର୍ବାଦ, ଧନ ଦୌଲତ ରେ ଭରିଯିବ ଭଣ୍ଡାର- Ajira Anuchinta

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ କିଛି ଉପାୟ କରିଥାନ୍ତି । କାରଣ ମା ଲକ୍ଷ୍ମୀ ପ୍ରସନ୍ନ ହେବା ଦ୍ଵାରା ଘର ସୁଖ ଶାନ୍ତିରେ ଭରି ଉଠିଥାଏ । ବନ୍ଧୁଗଣ ମା ଲକ୍ଷ୍ମୀଙ୍କର ଶୁଭ ଦିନ ବା ବାର ହେଉଛି ଗୁରୁବାର । ତେବେ ଶୁକ୍ଲ ପକ୍ଷରେ ଦଶମୀ ତିଥି ଯଦି କୌଣସି ଗୁରୁବାର ଦିନ ପଡିଥାଏ ତେବେ ସେହି ଗୁରୁବାର ଦିନ ସୁଦଶା ବ୍ରତ କରାଯାଇଥାଏ ।

ବନ୍ଧୁଗଣ ଏହି ଦିନ ବିବାହିତ ନାରୀ ମାନେ ମା ଲକ୍ଷ୍ମୀଙ୍କର ପୂଜା କରି ଏକ ନୂଆ ଧଳା ବ୍ରତକୁ ହଳଦୀ ପାଣିରେ ଧୁଅନ୍ତି ଏବଂ ମା ଲକ୍ଷ୍ମୀ ଙ୍କର ଦଶଟି ନାମ ଧରି ସେହି ବ୍ରତରେ ୧୦ଟି ଗଣ୍ଠି ପକାଇଥାନ୍ତି । ଏହାପରେ ବନ୍ଧୁଗଣ ନାରୀମାନେ ସେହି ବ୍ରତକୁ ନିଜ ଡାହାଣ ପାଟ କାନ୍ଧରେ ବାନ୍ଧି ରଖନ୍ତି ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ।

ବନ୍ଧୁଗଣ ଏହି ଦିନରେ ଏପରି କିଛି ଉପାୟ ଅଛି ଯାହା ଆପଣ କରି ମା ଲକ୍ଷ୍ମୀଙ୍କର ବିଶେଷ କୃପା ପାଇପାରିବେ । ଯାହାଫଳରେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହେବା ସହ ଆପଣଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯିବ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସେହି ସମସ୍ତ ଉପାୟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଉପାୟ ବିଷୟରେ ।


ପ୍ରଥମ ଉପାୟ- ବନ୍ଧୁଗଣ ଏହି ସୁଦଶା ବ୍ରତ ଦିନ ଆପଣ ଘରକୁ ପରିଷ୍କାର ପରିଛନ ନିଶ୍ଚୟ ରଖନ୍ତୁ । ସେହି ଦିନରେ ଯେପରି ଘର ମଧ୍ୟରେ କୌଣସି କଳହ ବା ବିଶୃଙ୍ଖଳା ନହେବ ତାହାର ଧ୍ୟାନ ରଖନ୍ତୁ । ଏହା ବ୍ଯତୀତ ଘରକୁ ଭୁଲ ସେ ମଧ୍ୟ ଅନ୍ଧାର କରି ରଖନ୍ତୁ ନାହିଁ ଏହି ଦିନରେ ଆପଣ ସୂର୍ଯ୍ୟଉଦୟ ପୂର୍ବରୁ ଶେଯ ତ୍ୟାଗ ନିଶ୍ଚୟ କରନ୍ତୁ । ଏହି ସମସ୍ତ ନିୟମକୁ ପାଳନ କରିଲେ ମା ଲକ୍ଷ୍ମୀ ନିଶ୍ଚୟ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।


ଦ୍ଵିତୀୟ ଉପାୟ- ବନ୍ଧୁଗଣ ସୁଦଶା ବ୍ରତ ପୂଜାରେ ମା ଲକ୍ଷ୍ମୀଙ୍କ ପାଖରେ ତିନି ବେଳାର ଭୋଗ ଲଗାଯାଇଥାଏ, ପ୍ରଭାତ କାଳରେ ୧୦ ପ୍ରକାରର ଫଳ ଓ ୧୦ଟି ଛେନାର ଭୋଗ ଲଗାଯାଇଥାଏ । ମଧ୍ୟାନ କାଳରେ ୧୦ଟି ମାନ୍ଦା ପିଠା ଓ ସନ୍ଧ୍ୟା ସମୟରେ ୧୦ଟି ଛେନା ପଣାର ଭୋଗ ଲଗାଯାଇଥାଏ । ହେଲେ ବନ୍ଧୁଗଣ ଏହି କଥାର ଧ୍ୟାନ ନିଶ୍ଚୟ ରଖିବେ ଯେ, ମା ଲକ୍ଷ୍ମୀଙ୍କ ପାଖରେ ଯେଉଁ ସବୁ ଭୋଗକୁ ଲଗାଇବେ ସେହି ଭୋଗକୁ ନିଜ ପରିବାର ଲୋକଙ୍କ ଛଡା ଅନ୍ୟ କେଉଁ ଲୋକଙ୍କୁ ବାଣ୍ଟିବେ ନାହିଁ । ଏହି ଉପାୟ କରିବା ଦ୍ଵାରା ପରିବାର ସମସ୍ତ ଲୋକଙ୍କର ମଙ୍ଗଳ ହୋଇଥାଏ ।


ତୃତୀୟ ଉପାୟ- ବନ୍ଧୁଗଣ ଆମର ତୃତୀୟ ବା ଶେଷ ଉପାୟ ହେଉଛି ସୁଦଶା ବ୍ରତର ପୂଜା ବ୍ରହ୍ମ ମୂହୁର୍ତ୍ତରେ ଆରମ୍ଭ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ଏହା ମାନ୍ୟତା ରହିଛି ଯେ, ସେହି ସମୟରେ ମା ଲକ୍ଷ୍ମୀ ମନ୍ଦିରରୁ ବାହାରି ନିଜ ଭକ୍ତ ମାନଙ୍କ ଘରକୁ ବୁଲିବା ପାଇଁ ଆସିଥାନ୍ତି । ତେଣୁ ସୂର୍ଯ୍ୟଉଦୟ ହେବା ପୂର୍ବରୁ ଆପଣ ଶେଯ ତ୍ୟାଗ କରି ହଳଦୀ ଲଗାଇ ନିଶ୍ଚୟ ସ୍ନାନ କରିବେ ଓ ଧଳା ନାଲି ରଙ୍ଗ ବା ହଳଦୀ ରଙ୍ଗର ଶାଢୀ ପିନ୍ଧି ସୁଦଶା ବ୍ରତ ପୂଜାକୁ ଆରମ୍ଭ କରିବେ । ଏହା ସହିତ ମଥାରେ ସିନ୍ଦୁର ଓ ପାଦରେ ଅଳତା ଲଗାଇବା ପାଇଁ ଭୁଲିବେ ନାହିଁ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *