ପଢନ୍ତୁ IAS ଟପର ହୋଇଥିବା ଓଡିଆ ଝିଅ ସଞ୍ଜିତାଙ୍କ ସଫଳତାର କାହାଣୀ ଓ ଜାଣନ୍ତୁ ଇଣ୍ଟରଭ୍ୟୁରେ ତାଙ୍କୁ ପଚରାଯାଇଥିଲା କି କି ପ୍ରଶ୍ନ

ଗତ କାଲି ୨୦୧୯ ର ୟୁପିଏସସି ର ରେଜଲ୍ଟ ପ୍ରକାଶ ପାଇଥିଲା । ଟପ ୧୦ ରେ ଦୁଇ ଜଣ ଓଡିଆ ସ୍ଥାନ ପାଇଛନ୍ତି । ସେଥି ମଧ୍ୟରୁ ଓଡିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ଓ ସଞ୍ଜିତା ମହାପାତ୍ର ଦଶମ ସ୍ଥାନରେ ଅଛନ୍ତି । ଆଜି ଆମେ ଆପଣଙ୍କୁ ସଞ୍ଜିତା ମହାପାତ୍ରଙ୍କ ସଫଳତା ର କାହାଣୀ କହିକୁ ଓ ତା’ ସହିତ ତାଙ୍କୁ ଇଣ୍ଟରଭ୍ୟୁ ରେ କିପରି ପ୍ରଶ୍ନ କରା ଯାଇଥିଲା ଓ ସେ କିପରି ସେଗୁଡିକର ଜବାବ ଦେଇଥିଲେ ତାହା ବିଷୟରେ କହିବୁ । ତେବେ ଚାଳନ୍ତୁ ଜାଣିବା ।

ସଞ୍ଜିତା ମହାପାତ୍ରଙ୍କ ନାମ ଟପ ୧୦ ରେ ଆସି ଥିବାରୁ ସେ ବହୁତ ଖୁସି ଅଛନ୍ତି ବୋଲି କହିଥିଲେ । ସେ କହିଥିଲେ କି ପ୍ରାୟ ଲୋକ ତାଙ୍କୁ ପଚାରନ୍ତି କି ସେ କିପରି ପଢୁଛନ୍ତି, କେତେ ଘଣ୍ଟା ପଢୁଛନ୍ତି, ଏହାର ଜବାବରେ ସେ କୁହନ୍ତି କି “କେତେ ଘଣ୍ଟା ପଢିବା ମୋ ପାଇଁ ଫିକ୍ସ ନୁହେଁ । ମୁଁ ନିଜ ପାଇଁ ଏକ ସିଡ୍ୟୁଲ ବନାଇ ଥାଏ । ଏହି ସିଡ୍ୟୁଲ ସବୁ ଦିନ ପାଇଁ ଅଲଗା ଲଗା ବନାଇ ଥାଏ । ସେଥିରେ ମୁଁ ଏକ ଟାର୍ଗେଟ ରଖିଥାଏ କି ମୁଁ ଏତିକି ପାଠ ପଢିବି, ଏତିକି ପାଠକୁ କମ୍ପ୍ଲିଟ କରିବି । ଶୋଇବା ପୂର୍ବରୁ ମୁଁ ନିଶ୍ଚିତ କରେ କି ମୁଁ ଯାହା ବି ସିଡ୍ୟୁଲ କରିଥିଲି ତାହା କମ୍ପ୍ଲିଟ ହୋଇଛି କି ନାହିଁ ।”

ସେ ଆଗକୁ କୁହନ୍ତି କି ସମସ୍ତଙ୍କର ପଢିବାର ସ୍ଟାଇଲ ଅଲଗା ଅଲଗା ହୋଇଥାଏ କି କେଉଁ ସ୍ଟାଇଲ ତୁମକୁ ହେଲ୍ପ କରୁଛି । କାହାକୁ ଫଲୋ ନ କରି ଯାହା ନିଜକୁ ଠିକ ଲାଗୁଛି ସେଇଟା ହିଁ କରିବା ଉଚିତ ।

ସଞ୍ଜିତା ଆଗକୁ କୁହନ୍ତି କି ‘ମୋର ୟୁପିଏସସି ର ଇଣ୍ଟରଭ୍ୟୁ ପାଖା ପାଖି ଅଧ ଘଣ୍ଟା ଧରି ହୋଇଥିଲା ଯେଉଁଥିରେ ବିଭିନ୍ନ ଭେରାଇଟି ର ପ୍ରଶ୍ନ କରା ଯାଇଥିଲା । ମୋତେ ମାଇଗ୍ରେସନ ଉପରେ ପ୍ରଶ୍ନ ପଚାରିଥିଲେ, ଯେହେତୁ ପାନଡେମିକ ରେ ଏତେ ସବୁ ପ୍ରୋବ୍ଲେମ ଆସୁଛି । ସେଥିପାଇଁ ଆମେ କଣ କରି ପାରିବା । ମହିଳାଙ୍କର ସ୍ଟେଟସ କଣ ଓଡିଶାରେ । ‘ ସେ ଏହାର ଉତ୍ତରରେ କହିଥିଲେ ‘ଆମକୁ ଏଥରକ 33 % ଅଫ ରିଜର୍ଭେଶନ ଦିଆଯାଉ । ‘ ଏହା ପରେ ସେ କୁହନ୍ତି କି ‘ ମୋତେ ପୁରୀକୁ କିପରି ଏକ ଗ୍ଲୋବାଲ ଟୁରିଷ୍ଟ ପ୍ଲେସ କରାଯିବ ତା ଉପରେ ପ୍ରଶ୍ନ କରା ଯାଇଥିଲା । ଏହା ପରେ ଚାଇଲ୍ଡ ଲେବର ଉପରେ ପ୍ରଶ୍ନ କରା ଯାଇଥିଲା ଓ ଏହିପରି ଅନେକ କିଛି ପଚରା ଯାଇଥିଲା ।’

ବର୍ତ୍ତମାନ ସେ କେଉଁ ସେକ୍ତର ରେ କାମ କରିବେ ତାହା ବିଷୟରେ କିଛି ନିସ୍ପତି ନେଇ ନାହାଁନ୍ତି ବୋଲି ସେ କହିଥିଲେ । ତାଙ୍କ ସଫଳତାର ଶ୍ରେୟ ସେ ନିଜ ପରିବାରକୁ ଦେଇଛନ୍ତି । ସେ କୁହନ୍ତି କି ‘ ମୋର ବାପା ମା ଯିଏ ମୋତେ ଜନ୍ମ ଦେଲେ, ମୋର ସ୍କୁଲ ଯିଏ ମୋର କ୍ୟାରିୟର ଗଢିଲା, ମୋର ଶାଶୁ ଶଶୁର ଯିଏ ମୋତେ ସପୋର୍ଟ କଲେ, ମୋର ସ୍ଵାମୀ ଯିଏ ସବୁବେଳେ ମୋତେ ପ୍ରେରଣା ଯୋଗାଉ ଥିଲେ, ମୋର ସାଙ୍ଗ ସମସ୍ତେ ମୋତେ ହେଲ୍ପ କରିଛନ୍ତି । ସେହି ସମସ୍ତଙ୍କୁ ମୋର ଧନ୍ୟବାଦ । ”

ଯେଉଁମାନେ ଏବେ ଇଉପିଏସସି ପାଇଁ ପ୍ରସ୍ତୁତି କରୁଛନ୍ତି ସେମାନଙ୍କୁ ମଧ୍ୟ ସେ ଏକ ବାର୍ତ୍ତା ଦେଇଥିଲେ । ସେ କହିଥିଲେ କି “ଯେଉଁମାନେ ଏବେ ଇଉପିଏସସି ପାଇଁ ପ୍ରସ୍ତୁତି କରୁଛନ୍ତି ନିଜର ବ୍ରେନ ପାୱାର ବହୁତ ଷ୍ଟ୍ରଙ୍ଗ ରଖିବ । UPSC ଏକ ଏମିତି ଏକ୍ଜାମ ଯେଉଁଥିରେ ବହୁତ ପେସେନ୍ସ ଦରକାର ହୁଏ । ବହୁତ ଥର ଏମିତି ଲାଗିବ କି ମୁଁ କରି ପାରିବିନି ଛାଡିଦେବି କିନ୍ତୁ ସେ ସବୁକୁ ଭୁଲିଯାଇ ନିଜ ଲକ୍ଷ ଉପରେ ଧ୍ୟାନ ଦେବ । ”

ଆଶା କରୁଛୁ ଆମର ଏହି ଲେଖାଟି ସମସ୍ତଙ୍କୁ ନିଶ୍ଚୟ କିଛି ପ୍ରେରଣା ଯୋଗାଇବ । ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହିପରି ଦେଶ ଦୁନିଆର ଖବର ପାଇବା ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *