Odia Jokes- ଷ୍ଟୁଡେଣ୍ଟ (ମ୍ୟାଡମ ଙ୍କୁ)- ମହିଳାମାନଙ୍କର ପିଲା କେମିତି ହୋଇଥାଏ ? ମ୍ୟାଡମ- ତୁ ଯେତେବେଳେ ବଡ ହେଇଯିବୁ ଓ ତୋର ବାହାଘର ହେଇଯିବ ତ ରାତିରେ ….

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ଟଙ୍କା କମାଇବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ଯାହାଫଳରେ ସେମାନେ ନିଜର ମନୋରଞ୍ଜନ ଉପରେ ଅଧିକ ଧ୍ୟାନ ଦେଉନାହାନ୍ତି । ଯଦି ମଣିଷର ମନ ଭଲ ରହିବ ତା ହେଲେ ତାକୁ କାମ କରିବା ପାଇଁ ମଧ୍ୟ ମନ ଲାଗିବ । ମନ ଭଲ ରହିବା ପାଇଁ ଆପଣଙ୍କୁ ଖୁସି ହେବା ନିହାତି ଆବଶ୍ୟକ । ଆପଣଙ୍କ ଖୁସି ପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିଲେ ଆପଣ ନିଶ୍ଚୟ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ ।

୧. ଦିନେ ରାତିରେ ଦିଅର ନିଜ ଶାଳି ସହ ରୋଡରେ ବୁଲୁଥିଲା

ଦିଅର- ବୁଝିଲ, ତୁମ ଭଉଣୀଙ୍କ ସହ ବିବାହ କରି ମତେ ବହୁତ ବଡ ଫାଇଦା ମିଳିଛି ।

ଶାଳି- କେଉଁ ଫାଇଦା ?

ଦିଅର- ମୋର ଏହି ଜନ୍ମର ପାପର ଦଣ୍ଡ ମତେ ଏହି ଜନ୍ମରେ ମିଳିଯାଇଛି…

୨. ପୁଅ- ବାପା ମୁ ପୁଣି ଫେଲ ହେଇଗଲି…

ବାପା- ଆଛା ଛାଡ, ତୁ ବାଘର ପୁଅ ଚିନ୍ତା କର ନାହିଁ ।

ପୁଅ- ବାପା ମତେ ଆମ ସ୍କୁଲ ଶିକ୍ଷୟତ୍ରୀ ମାନେ ମଧ୍ୟ ଏଇଆ କୁହନ୍ତି ।

ବାପା- କଣ କୁହନ୍ତି ?

ପୁଅ- ସେମାନେ କୁହନ୍ତି, ତୁ କଉ ପଶୁର ଛୁଆ କେଜାଣି ?

୩. ପପୁ ଦେହ ଅସୁସ୍ଥ ହୋଇଗଲା, ସେଥିପାଇଁ ସେ ଡାକ୍ତର ଠାରୁ ଔଷଧ ଆଣି ଘରକୁ ଆସିଲା…

ସ୍ତ୍ରୀ- କଣ କହିଲେ ଡାକ୍ତର ?

ପପୁ- ଡାକ୍ତର କହିଲେ ଶୋଇବା ସମୟରେ ଚିନ୍ତାକୁ ନେଇ ନିଜ ସହ ଶୁଅନ୍ତୁ ନାହିଁ ।

ସ୍ତ୍ରୀ- ମାନେ ?

ପପୁ- ଆରେ ପାଗେଳି ସବୁବେଳେ ମୁ କାହାକୁ ନେଇ ଶୋଇଥାଏ, ତତେ ନା ।

୪. ଗୋଟେ ଝିଅର ତାର ବୟଫ୍ରେଣ୍ଡ ସହ ବହୁତ ଦିନ ହେବ କଥା ବାରତା ହୋଇନଥିଲା…

ସେଥିପାଇଁ ସେ ନିଜ ଫେସବୁକରେ ଅପଡେଟ କରିଲା, ଧୀରେ ଧୀରେ ସେ ମେରି ଜିନ୍ଦେଗୀ ମେ ଆନା…

ଏହି ପୋଷ୍ଟକୁ ଦେଖି ବୟଫ୍ରେଣ୍ଡ କହିଲା…

ବୟଫ୍ରେଣ୍ଡ- ଆରେ ଧୀରେ ଧୀରେ ହିଁ ମୁ ତୋ ଘରକୁ ଆସୁଥିଲି ହେଲେ ତୋ ପଡୋଶୀ ମତେ ଚୋର ଭାବି ନାଛି ଦେଇଗଲେ ।

୫. ଗାନ୍ଧୀଜୀ ସ୍ଵର୍ଗକୁ ଯାଇ ଭଗବାନଙ୍କୁ ନିଜର ତିନୋଟି ମାଙ୍କଡ ବିଷୟରେ ପଚାରିଥିଲେ, ଯେଉଁ ମାନଙ୍କୁ ସେ ପୃଥିବୀରେ ଛାଡି ଥିଲେ…

ଭଗବାନ- ସେହି ତିନି ଜଣ ମାଙ୍କଡ ବହୁତ ମଜା କରୁଛନ୍ତି ।

ଗାନ୍ଧୀଜି- ମାନେ ?

ଭଗବାନ- ଯିଏ ଅନ୍ଧ ଥିଲା ସେ ବର୍ତ୍ତମାନ ଆଇନା ହୋଇସାରିଛି, ଯିଏ ବଧିର ଥିଲା ସେ ବର୍ତ୍ତମାନ ସରକାର ହୋଇସାରିଛି  ଓ  ଯିଏ ଗୁଙ୍ଗା ଥିଲା ସେ ବର୍ତ୍ତମାନ ସ୍ଵାମୀ ହୋଇସାରିଛି ।

୬. ପପୁ ନିଜ ସ୍ତ୍ରୀକୁ ନେଇ କଫି ହାଉସ ଯାଇଥିଲା…

ପପୁ ସ୍ତ୍ରୀକୁ କହିଲା- ଯଲ୍ଦି କଫି ପିଅ, ନହଲେ ଥଣ୍ଡା ହୋଇଯିବ କଫି ।

ସ୍ତ୍ରୀ- ତା ହେଲେ କଣ ଅଛି ଥଣ୍ଡା ହୋଇଯାଉ ?

ପପୁ- ତମେ ମେନ୍ୟୁ ଦେଖିନ ବୋଧେ, ହଟ୍ କଫି ୧୫ ଟଙ୍କା ଓ କୋଲ୍ଡ କଫି ୪୫ ଟଙ୍କା, ସେଥିପାଇଁ କହୁଛି ଜଲ୍ଦି ପିଅ ନହଲେ ମୋ ପକେଟ ଖାଲି ହୋଇଯିବ …!!!

୭ । ଷ୍ଟୁଡେଣ୍ଟ (ମ୍ୟାଡମ ଙ୍କୁ)- ମହିଳାମାନଙ୍କର ପିଲା କେମିତି ହୋଇଥାଏ ?

ମ୍ୟାଡମ ଜବାବ ଦେଇ କହିଲେ-

ତୁ ଯେତେବେଳେ ବଡ ହେଇଯିବୁ ଓ

ତୋର ବାହାଘର ହେଇଯିବ ତ ରାତିରେ ….

ଗୋଟିଏ ପରୀ ଆସିବ ଓ ତୋର ଶୋଇଥିବା ସ୍ତ୍ରୀ କୋଳରେ

ଗୋଟିଏ ପିଲାକୁ ଶୁଆଇ ଦେଇ ଚାଲିଯିବ

ସ୍ଟୁଡେନ୍ଟ – ଓ ହୋ ! ତା ହେଲେ ସେ ସୁହାଗରାତ ବାଲା ସିଷ୍ଟମ ଶେଷ ହେଇଗଲା …

ଟୀଚର ରାଗିଯାଇ ଦେଲେ ଚାପୁଡା ଉପରେ ଚାପୁଡା …!!!

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *