ସ୍ତ୍ରୀ ର ଏହି ପାପ ତା’ର ସ୍ଵାମିକୁ କରିଦିଏ ଭିକାରୀ, ଏହା ସହିତ ଆହୁରି ମଧ୍ୟ ପଢନ୍ତୁ କିଛି ବଛା ବଛା Chanakya Niti

ବନ୍ଧୁଗଣ ମଣିଷ ଶାସ୍ତ୍ର କୁ ପଢି ହିଁ ଧର୍ମ ବିଷୟରେ ଜାଣିଥାଏ। ଦୁର୍ବୁଦ୍ଧି କୁ ଛାଡି ଜ୍ଞାନ ପ୍ରାପ୍ତ କରିଥାଏ। ତଥା ମୋକ୍ଷ କୁ ପ୍ରାପ୍ତି କରିଥାଏ। ପଶୁ ଭିତରୁ କୁକୁର ପକ୍ଷୀ ଭିତରୁ କାକ ବା କାଉ ଋଷି ମୁନି ଙ୍କ ଭିତରୁ କ୍ରୋଧି ଓ ମଣିଷ ଭିତରୁ ଚୁଗଲ ବାଜି କୁ ସବୁଠାରୁ ନୀଚ୍ଚ ମନାଯାଏ। ଭ୍ରମଣ କରିଲେ ରାଜା ବ୍ରାହ୍ମଣ ଏବଂ ଯୋଗୀ ସମ୍ମାନିତ ହୁଅନ୍ତି। ଯାହା ପାଖରେ ଧନ ଅଛି ତାର ଅନେକ ମିତ୍ର ଥାଆନ୍ତି।କାଳ ହିଁ ସବୁ ପ୍ରାଣୀ କୁ ଖାଇଯାଇ ଥାଏ ଏବଂ କାଳ ହିଁ ପ୍ରଜା ଙ୍କ ର ନାଶ ହିଁ କରେ।

ଯେତେବେଳେ ପୁରା ସଂସାର ଶୋଇ ଥାଏ ସେତେବେଳେ ବି କାଳ ଉଠି ରହିଥାଏ। ଏବଂ କାଳ କୁ କେହି ଟାଳି ପାରନ୍ତି ନାହିଁ। ଜନ୍ମ ରୁ ଅନ୍ଧ କୁ କିଛି ଦେଖାଯାଏ ନାହିଁ। କାମ ରେ ଉନ୍ମୁକ୍ତ ବ୍ୟକ୍ତି କୁ ଭଲ ମନ୍ଦ ଦେଖାଯାଏ ନାହିଁ। ଲୋଭୀ ମଣିଷ କୁ କୌଣସି କାମ ରେ ଦୋଷ ଦେଖାଯାଏ ନାହିଁ।

ନିଜ ରାଜ୍ୟ ରେ ହେଉଥିବା ପାପ ସେହି ରାଜ୍ୟ ର ରାଜା କୁ ହିଁ ଲାଗିଥାଏ। ଏବଂ ରାଜା ର ପାପ ପୁରୋହିତ କୁ ଲାଗିଥାଏ। ଗୋଟିଏ ସ୍ତ୍ରୀ ର ପାପ ତାର ସ୍ୱାମୀ କିମ୍ବା ବାପା କୁ ଲାଗିଥାଏ। ସେହିଭଳି ଶିଷ୍ୟ ର ପାପ ତାଙ୍କ ଗୁରୁ ଙ୍କୁ ହିଁ ଲାଗିଥାଏ।

ଋଣ ନେବା ବାପା ଶତ୍ରୁ ଥାଏ । ବିଚାରି ମାଆ ଶତ୍ରୁ ଥାଏ। ମୁର୍ଖ ସନ୍ତାନ ଶତ୍ରୁ ଥାଏ। ସୁନ୍ଦର ସ୍ତ୍ରୀ ଶତ୍ରୁ ଥାଏ। ଅର୍ଥାତ ଏହି ମାନଙ୍କ ପାଇଁ ଆପଣ ଅସୁବିଧା ରେ ପଡି ପାରିବେ। ସେଥିପାଇଁ ଶତର୍କ ରହିବା ଆବଶ୍ୟକ।
ଲୋଭୀ କୁ ଧନ ପ୍ରତି।ଅହଙ୍କାରୀ କୁ ହାତ ଯୋଡିବା। ମୁର୍ଖ କୁ ତାଭଳି ବ୍ୟବହାର।ଏବଂ ପଣ୍ଡିତ କୁ ସତ୍ୟ କୁ ନିଜ ଵଶ ରେ ରଖିବା ଉଚିତ।

ରାଜ୍ୟ ନଥିଲେ ଭଲ କିନ୍ତୁ ଖରାପ ରାଜା ରହିବା ଟା ଭଲ ନୁହେଁ। ବିନା ମିତ୍ର ରେ ରହିବା ଭଲ କିନ୍ତୁ ଖରାପ ମିତ୍ର ରହିଲା ଟା ଭଲ ନୁହେଁ। ବିନା ଶିଷ୍ୟ ରହିବା ଭଲ କିନ୍ତୁ ନିନ୍ଦିତ ଶିଷ୍ୟ ଭଲ ନୁହେଁ। ବିନା ସ୍ତ୍ରୀ ର ରହିବା ଉଚିତ କିନ୍ତୁ ଖରାପ ସ୍ତ୍ରୀ ସହ ରହିବା ଉଚିତ ନୁହେଁ।

ଦୁଷ୍ଟ ରାଜା ର ରାଜ୍ୟରେ ପ୍ରଜା ମାନଂକୁ ସୁଖ ମିଳିବ କେଉଁଠି।ଖରାପ ମିତ୍ର ଥିଲେ ଶାନ୍ତି କାହିଁ। ଦୁଷ୍ଟ ସ୍ତ୍ରୀ ଘରେ ରହିଲେ ଘରେ ପ୍ରୀତି କେଉଁଠି ଆସିବ। ଏବଂ ଦୁଷ୍ଟ ଶିଷ୍ୟ କୁ ପଢେଇଲେ କୀର୍ତ୍ତି କେଉଁଠି ମିଳିବ।
ମନୁଷ୍ୟ ସେ ପର୍ଯ୍ୟନ୍ତ ଅଶୁଦ୍ଧ ରୁହେ ଯେ ପର୍ଯ୍ୟନ୍ତ ସେ ଗାଧେଇ ନ ଥାଏ। ଦୀପ ଅନ୍ଧାର କୁ ଖାଇ ଦିଏ ଏବଂ ଆଲୋକ ପ୍ରଦାନ କରେ ସେହି ପରି ପିତା ମାତା ଯେପରି ଥାଆନ୍ତି ତାଙ୍କ ସନ୍ତାନ ମଧ୍ୟ ସେହିପରି ହୁଅନ୍ତି । ଜଳ ର ବି ଅନେକ ରୂପ ଥାଏ କେବେ ଶାନ୍ତ କେବେ ପ୍ରଚଣ୍ଡ ଓ କେବେ ଅମୃତ କିମ୍ବା କେବେ ବିଷ ହୋଇଯାଏ।

ଜ୍ଞାନ ହୀନ ମନୁଷ୍ୟ ମର୍ତ୍ତକ ସମାନ।ସେନାପତି ବିନା ସେନା ଅସମ୍ପୂର୍ଣ୍ଣ। ଏବଂ ସ୍ୱାମୀ ବିନା ସ୍ତ୍ରୀ ନଷ୍ଟ ହୋଇଯାଏ। ବୃଦ୍ଧା ବେଳେ ସ୍ତ୍ରୀ ର ମୃତ୍ୟୁ। ମିତ୍ର ହାତ ରୁ ଧନ ଯିବା। ଏବଂ ଅନ୍ୟ ଉପରେ ନିର୍ଭର ରହି ଭୋଜନ କରିବା। ଏହି ୩ ପରିସ୍ଥିତି ପୁରୁଷ ଙ୍କ ପାଇଁ ଖୁବ କଷ୍ଟ ସାଧ୍ୟ ଥାଏ।

ବିନା ଯଜ୍ଞ ରେ ବେଦ କୁ ପଢ଼ିବା ବ୍ୟର୍ଥ।ବିନା ଦାନରେ ଯଜ୍ଞ କରିବା ବ୍ୟର୍ଥ। ବିନା ଭାବ ରେ ସିଦ୍ଧି ମିଳେ ନାହିଁ। ବିଦ୍ୟା କାମଧେନୁ ଗାଈ। ନିଜର ବିଦ୍ୟା ଓ ସନ୍ତୋଷ ପୃଥ୍ବୀ ଉପରେ ସ୍ୱର୍ଗ ସହିତ ସମାନ।
ପତିବ୍ରତା ସ୍ତ୍ରୀ ପବିତ୍ର ଥାଏ। କଲ୍ୟାଣ କଲା ଵାଲା ରାଜା ପବିତ୍ର ଥାନ୍ତି।ଏବଂ ସନ୍ତୋଷ ବ୍ରାହ୍ମଣ ପବିତ୍ର ହୋଇଥାଏ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଏମିତି କିଛି ବଛା ବଛା ଚାଣକ୍ୟ ନୀତି ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *