ସ୍ତ୍ରୀଙ୍କୁ ଶେଷ ଚିଠି ଲେଖି ନିଖୋଜ ହୋଇ ଯାଇଥିବା Uttam Panda ଘରକୁ ଫେରିବା ପରେ ସେ ଯାହା କହିଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ଦୀର୍ଘ ୮ ଦିନ ଧରି ଗଣମଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଉତ୍ତମ ପଣ୍ଡା । ଗତ କାଲି ବିଳମ୍ବିତ ରାତିରେ ସେ ନିଜ ଶଶୁର ଘର ଖଇରା ବ୍ଲକ ରାଇପଡା ଗ୍ରାମରେ ପହଞ୍ଚି ଛନ୍ତି । ଗତ ୨୩ ତାରିଖ ଦିନ ହଠାତ ଏକ କୂଅଭରା ଚିଠି ଲେଖି ସେ କୁଆଡେ ନିଖୋଜ ହୋଇଯାଇଥିଲେ । ହେଲେ ଅଧିକ ଦିନ ସେ ନିଜ ପରିବାରକୁ ଛାଡି ରହିପାରି ନଥିଲେ ଶେଷରେ ସେ ଫେରିଲେ । ସେ ଚିଠିରେ ଲେଖିଥିଲେ-‘ଏଲି ତୁମେ ମୋତେ ଭୁଲ ବୁଝିବ ନାହିଁ ।


ମୁଁ ଘରକୁ ଆସିଥିଲି ମୋ ମାକୁ ଆଉ ମୋ ଛୁଆକୁ ଟିକେ ଦେଖିବା ପାଇଁ । ମୋତେ ଏତେ ବଡ ରୋଗ ହେଇଛି ବୋଲି ମୁ ଆଗରୁ ଜାଣିଥିଲେ କେବେବି ତମ ସହ ବିବାହ କରି ନଥାନ୍ତି । ଏଲି ପ୍ଳିଜ ମୋତେ କ୍ଷମା କରିଦେବ’ । ଏମିତି ଏକ ଚିଠି ଲେଖି ଘର ଛାଡିଥିବା ଯୁବକ ଉତ୍ତମ ଏବେ ଘରକୁ ଫେରି ଆସିଛନ୍ତି । ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ନାମ୍ଫୋ ଫାଣ୍ଡି ସରିସା ଗାଁର ୩୫ ବର୍ଷୀୟ ଯୁବକ ଉତ୍ତମ ପଣ୍ଡା ହରିୟଣାରେ ଏକ ଔଷଧ କମ୍ପାନୀରେ ଲାବ୍ରୋଟୋରି ଆସିଷ୍ଟାଣ୍ଟ ରୂପେ କାମ କରନ୍ତି ।

ସେ ବିବାହିତ ତାଙ୍କର ବର୍ଷକର ଝିଅଟି ମଧ୍ୟ ରହିଛି । ଘର ଛାଡି ଯିବା ବେଳେ ନିଜ ଫୋନ ମଧ୍ୟ ଛାଡି ଚାଲିଯାଇଥିଲେ । ସେ ଲେଖିଥିଲେ ତାଙ୍କ ରୋଗ ଏବେ ଚତୁର୍ଥ ସ୍ଟେଜରେ ଅଛି । ଯେତିକି ତାଙ୍କ ଆତାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଥାନ୍ତା ସେତିକି ଟଙ୍କାରେ ତାଙ୍କ ଝିଅ ପାଠ ପଢିପାରିବ ।

ସେ ଘରକୁ ଆସିବା ପରେ ଗଣମାଧ୍ୟମ ସାମ୍ନାରେ ନିଜ ସମସ୍ୟା ବିଷୟରେ କହିଛନ୍ତି । ତାଙ୍କର କହିବା ମୁତାବକ-”ମୋର ଆଗରୁ ଗୋଟେ ସମସ୍ୟା ଥିଲା ସ୍ପାଇନାଲ ପ୍ରୋବ୍ଲେମ । ମୁ ମେଡ଼ିସିନ ଖାଉଥିଲି ହେଲେ ମୋର ଆଉ ଗୋଟେ ସମସ୍ୟା ଥିଲା ଥ୍ରୋଡ ଇନ୍ଫେକ୍ସନ । ଏହି ସମସ୍ୟା ପାଇଁ ମୁ ଡାକ୍ତରଙ୍କୁ ଯାଇ ଦେଖାଇଲି ସେ ମୋତେ ମେଡ଼ିସିନ ଦେଲେ’ ।

ଆଗକୁ ସେ କହିଛନ୍ତି-‘ମାସ ସେ ମେଡ଼ିସିନ ମୁ ଖାଇଲି ହେଲେ କିଛି ହେଲା ନାହିଁ । ଡାକ୍ତର ମଧ୍ୟ କ୍ୟାନ୍ସର ଡାକ୍ତରଙ୍କ ପାଖକୁ ଯାଇ ଦେଖା କରିବା ପାଇଁ କହିଲେ । ମୁ ସେଠି ଏକୁଟିଆ ରହୁଥିଲି ତେଣୁ ମୁ ବହୁତ ଚିନ୍ତାରେ ଆସି ଗଲି । ସେଠି କେହି ନଥିଲେ କାହାକୁ କହି ହେଉ ନଥିଲା କଣ କରିବି । ସେତେବେଳେ ମାନସିକ ଭାରସାମ୍ୟ ମୋର ଠିକ ନଥିଲା । ଏହା ପରେ ମୁ ଛୁଟି ନନେଇ ଘରକୁ ଚାଲି ଆସିଥିଲି’ ।

ଆଗକୁ ସେ କହିଛନ୍ତି-‘ଘରକୁ ଆସି ଗୋଟେ ଚିଠି ଲେଖି ମୁ ଚାଲି ଯାଇଥିଲି । ପ୍ରଥମେ ମୁ ହାଉଡାରେ ଥିଲି କିଛି ଦିନ ତା ପରେ ମୁ ବୃନ୍ଦାବନ ଚାଲି ଗଲି ଭଗବାନଙ୍କ ଦର୍ଶନ କରିବା ପରେ ମୋତେ ଲାଗିଲା ଘରକୁ ଯିବା ଦରକାର । ଏହା ପରେ ମୁ ଘରକୁ ଆସିଲି’ । ତେବେ ବନ୍ଧୁଗଣ ଉତ୍ତମ ଚିନ୍ତାରେ ପଡି ଏଭଳି କରିଥିଲେ ବୋଲି ଗଣମଧ୍ୟମ ସାମ୍ନାରେ କହିଛନ୍ତି ।

Leave a Reply

Your email address will not be published. Required fields are marked *