ସ୍ତ୍ରୀ ଓ ପୁଅକୁ ଦେଖା କଲେ Babushan, ଦେଖନ୍ତୁ ସ୍ତ୍ରୀଙ୍କୁ ସେ କଣ କହିଲେ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ବାବୁସାନ ବର୍ତ୍ତମାନ ନିଜ ପୁଅ ଏବଂ ସ୍ତ୍ରୀ କୁ ଦେଖା କରିବା ନିମନ୍ତେ ଯାଇଛନ୍ତି । ଏହି ବାବଦରେ ତୃପ୍ତିଙ୍କ ମାଉସୀ ମିଡିଆ ଆଗରେ କହିଛନ୍ତି ଯେ ବାବୁସାନ ଆସିଲେ ତାଙ୍କ ପୁଅ ଙ୍କ ଦେହ ଭଲ ଅଛି କି ନାହିଁ ଦେଖିକି ଗଲେ । ଏବଂ ବାବୁସାନଙ୍କ ସ୍ତ୍ରୀ ତୃପ୍ତି କହିଲେ ମୁଁ ଅପେକ୍ଷା କରିଛି ଏବଂ ସବୁ ଦେଖୁଛି । ବାବୁସାନ ପଚାରିଲେ ନିଜ ସ୍ତ୍ରୀ କୁ କି ତୁମ ଦେହ ଠିକ ଅଛି କି ନାହିଁ ? ତେବେ ନିଜ ସ୍ତ୍ରୀ କୁ ଦେଖା କରିବା ସହିତ ତାଙ୍କ ପୁଅ ଏବଂ ସ୍ତ୍ରୀ ଙ୍କର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ବାବୁସାନ ।

ଏହାପରେ ନିଜ ମା’ ଙ୍କ ସହିତ ଘରକୁ ଫେରିଯାଇଥିଲେ ବୋଲି ସୂଚନା ମିଳିଅଛି । ତେବେ ଆପଣ ମାନେ ନିଶ୍ଚିତ ଭାବରେ ଏହା ଜାଣିଛନ୍ତି ଯେ ଗତ କିଛି ଦିନ ହେବ ବାବୁସାନ-ପ୍ରକୃତିଙ୍କ ସମ୍ପର୍କକୁ ସନ୍ଦେହ କରି କିଭଳି ଭାବରେ ମାଡ ମାରିଥିଲେ ବାବୁସାନଙ୍କ ଧର୍ମପତ୍ନୀ ତୃପ୍ତି । ତାଙ୍କର କହିବା କଥା ଥିଲା ଯେ ଗତ ୩ ବର୍ଷ ହେବ ବାବୁସାନ ନିଜ ପରିବାର ଠାରୁ ଧୀରେ ଧୀରେ ଦୂରେଇବାକୁ ଲାଗିଛନ୍ତି ।

ଏବଂ ଘରକୁ ମଧ୍ୟ ଆସିବା କମ କରିଦେଲେ ତୃପ୍ତି ଙ୍କ ସହିତ କଥାବାର୍ତ୍ତା ମଧ୍ୟ କମେଇବାକୁ ଲାଗିଲେ । ଏବଂ ଏହି ସବୁର କାରଣ ଥିଲେ ପ୍ରକୃତି ମିଶ୍ର । ବାବୁସାନ ଙ୍କୁ ଇମୋସନାଲି ବହୁତ ହଇରାଣ କରନ୍ତି ପ୍ରକୃତି । ଯାହାଦ୍ଵାରା ବାବୁସାନ ନିଜ ଘର ଛାଡି ପ୍ରକୃତି ଙ୍କ ସହିତ ଭଡା ଘରେ ରହୁଥିଲେ । ଏହାକୁ ନେଇ ସୋ-ସି-ଆ-ଲ ମି-ଡି-ଆରେ ନାନା ପ୍ରକାରର କଥା ଉଠିଥିଲା ଏବଂ ସମସ୍ତ ଅଭିଯୋଗ କୁ ଖଣ୍ଡନ କରିଥିଲେ ପ୍ରକୃତି ।

କହିଥିଲେ ଯେ ବାବୁସାନ କଣ ଗୋଟିଏ ଛୋଟ ଛୁଆ ମୁଁ ତାଙ୍କୁ କହିବି ଏବଂ ସେ ମୋ କଥାରେ ଚାଲିବେ । ଅପରାଜିତା ମହାନ୍ତି ମଧ୍ୟ କହିଥିଲେ ଯେ ବାବୁସାନଙ୍କୁ ପ୍ରକୃତି ହାତ କାଟିଦେବି ତଥା ଛାତରୁ ଡେଇଁ ପଡିବି ବୋଲି ଧମକ ଦେଇଥାନ୍ତି । ତେବେ ବାବୁସାନଙ୍କ ସହିତ ଘଟିଥିବା ଏହିଭଳି ସମସ୍ୟାରେ ତାଙ୍କ ପୁଅ ଯିଏ କି ଦୁନିଆ କଣ ସଠିକ ଭାବରେ ଜାଣିନାହିଁ ସେ ବର୍ତ୍ତମାନ ବାପାଙ୍କ ସ୍ନେହରୁ ବଞ୍ଚିତ ।

ଖବର ଅନୁସାରେ ବାବୁସାନ ଙ୍କ ଦେହ ଅସୁସ୍ଥ ଥିଲା ସେଥିପାଇଁ ସେ ନିଜ ପୁଅ ତଥା ସ୍ତ୍ରୀ ପାଖକୁ ଯାଇନଥିଲେ । ବର୍ତ୍ତମାନ ସ୍ତ୍ରୀ ଏବଂ ତାଙ୍କ ପୁଅ ପାଖକୁ ଯାଇ ସବୁକଥା ବୁଝିବା ସହିତ ସବୁକିଛି ଠିକ ଅଛି ବୋଲି ମି-ଡି-ଆ କୁ କହିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *