ଦ୍ବନ୍ଦରେ ଅଛନ୍ତି କି ନେବେ କେଉଁ ଟିକା ? ତେବେ ଦେଖନ୍ତୁ ଆମର ଏହି Special Report, କୋଭିଶିଲ୍ଡ ଭଲା ନା କୋଭ୍ୟାକ୍ସିନ ?

ଯେବେ ଠାରୁ ଭାରତରେ ଟିକା ଦିଆ ଯାଉଛି ସେବେ ଠାରୁ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି । କୋଭିସିଲ୍ଡ ଓ କୋଭାକ୍ସିନ ଦୁଇଟି ଟିକା ମଧ୍ୟରୁ କେଉଁ ଟିକା ଭଲ କାମ କରିବ ବା କେଉଁ ଟିକା ନେବେ ବୋଲି ଲୋକଙ୍କ ମନରେ ଅନେକ ଦ୍ଵନ୍ଦ ଆସୁଛି ।

କୋଭାକ୍ସିନ ନେଉଥିବା ଲୋକ କୋଭାକ୍ସିନକୁ ଭଲ ବୋଲି କହୁଥିବା ବେଳେ, କୋଭିସିଲ୍ଡକୁ ନେଇ ଅନେକ ବିବାଦ ଉଠିଥିଲା । ତେବେ ବର୍ତ୍ତମାନ ସମସ୍ତ ଦ୍ଵନ୍ଦ ଓ ବିବାଦରେ ପଡିଛି ପୂର୍ଣ୍ଣଚ୍ଛେଦ । ଭାରତୀୟ ଗବେଷଣା ସଂସ୍ଥାର ବୈଜ୍ଞାନିକ ମାନେ ଦୁଇଟି ଟିକାକୁ ନେଇ ତାଙ୍କ ଗବେଷଣା ଜାରି ରଖିଛନ୍ତି । ତେବେ ସେହି ଗବେଷଣାରୁ ଆସିଥିବା ତଥ୍ୟ ଅନୁଯାୟୀ ବୈଜ୍ଞାନିକ ମାନେ କହିଛନ୍ତି ଯେ କୋଭାକ୍ସିନ ଅପେକ୍ଷା କୋଭିସିଲ୍ଡ ଅଧିକ ଆଣ୍ଟିବଡି ତିଆରି କରି ପାରୁଛି ।

କେଉଁ ଟିକା କେତେ କାର୍ଯ୍ୟକାରୀ ଏହା ଜାଣିବା ପାଇଁ ଡାକ୍ତର ଏ.କେ. ସିଂ ଓ ତାଙ୍କ ସହଯୋଗୀମାନେ ୫୦୦ ରୁ ଅଧିକ ସ୍ବାସ୍ଥ୍ୟ କର୍ମୀଙ୍କ ଉପରେ ଏହି ଟିକାର ଏକ ଅଧ୍ୟୟନ କରିଥିଲେ । ସେଥିରୁ ୪୨୫ ଜଣଙ୍କୁ କୋଭିସିଲ୍ଡ ଟିକାର ଦୁଇଟି ଯାକ ଡୋସ୍ ଦିଆ ଯାଇଥିଲା ଓ ସେମାନଙ୍କ ମଧ୍ୟରେ ୯୮ ପ୍ରତିଶତ ଉଚ୍ଚ ପ୍ରତିରକ୍ଷା କ୍ଷମତା ସୃଷ୍ଟି ହୋଇଛି ବୋଲି ଜଣା ପଡିଛି ।

ଆଉ ୯୦ ଜଣଙ୍କୁ କୋଭାକ୍ସିନ ଟିକାର ଦୁଇଟି ଯାକ ଡୋସ୍ ଦିଆ ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ କୋଭିସିଲ୍ଡ ତୁଳନାରେ ସାମାନ୍ୟ କମ୍ ବା ୮୦ ପ୍ରତିଶତ ଆଣ୍ଟିବଡି ତିଆରି ହୋଇଥିବା ଏହି ପରୀକ୍ଷଣରୁ ଜଣା ପଡିଛି । ତେବେ ଦୁଇଟି ଯାକ ଟିକା ରେ ଆଣ୍ଟିବଡି ସୃଷ୍ଟି ହେଉଛି ମାତ୍ର କୋଭିସିଲ୍ଡ ଟିକେ ଅଧିକ ଆଣ୍ଟିବଡି ସୃଷ୍ଟି କରୁଛି ବୋଲି ଗବେଷଣାରୁ ଜଣ ପଡିଛି ।

ତେବେ ଏବେ ପର୍ଯ୍ୟନ୍ତ ଅନେକ ଲୋକ ଟିକା ନେଇ ସାରିଥିବା ବେଳେ ଓ ଟିକାର ମଧ୍ୟ ଅଭାବ ଚାଲିଥିବା ବେଳେ ବର୍ତ୍ତମାନ ଏପରି ପରୀକ୍ଷଣ କାହିଁକି ଚାଲିଛି ବୋଲି ମଧ୍ୟ ଅନେକ ଲୋକ ଆଲୋଚନା କରିବା ଆରମ୍ଭ କରି ସାରିଲେଣି । ଏହି ପରୀକ୍ଷା ସଫଳ ହୋଇଛି ବୋଲି କଣ ପ୍ରମାଣ ଅଛି ବୋଲି ମଧ୍ୟ ଅନେକ ପ୍ରଶ୍ନ କରୁଛନ୍ତି ।

ଆଣ୍ଟିବଡି କେଉଁ ପ୍ରକାରର, କେଉଁ ପ୍ରକାର ଆଣ୍ଟିବଡିକୁ ନେଇ ପରୀକ୍ଷଣ କରାଯାଇଛି, ଦିଆ ଯାଇଥିବା ଦୁଇଟି ଟିକାର ପ୍ରକାର ଭେଦ କଣ ଏହି ସବୁ ଉପରେ ଗୁରୁତ୍ଵ ଦିଆ ଯାଇଛି କି ନାହିଁ? ଏପରି ଆହୁରି ଅନେକ ପ୍ରଶ୍ନ ମଧ୍ୟ ରହିଛି । ତେବେ ମୋଟାମୋଟି ଭାବେ ଜାଣି ରଖନ୍ତୁ ଏହା ଏକ ପ୍ରାରମ୍ଭିକ ଗବେଷଣା ଅଟେ । ଏଭଳି ଆହୁରି ଗବେଷଣା ଆଗକୁ ମଧ୍ୟ ଚାଲିବ ।

ମାତ୍ର ଆପଣ ଯେକୌଣସି ଟିକା ନେଇଥାନ୍ତୁ ତାହା ଆଣ୍ଟିବଡି ସୃଷ୍ଟି କରି ପାରୁଛି ଓ ଦୁଇଟି ଯାକ ଟିକା ସଫଳ ଭାବେ କାର୍ଯ୍ୟ କରୁଛି । ଏହା ହିଁ ଏହି ପରୀକ୍ଷାରୁ ଥୟ ହୋଇଛି । ତେବେ ବୈଜ୍ଞାନିକ ମାନେ ଆଗକୁ ମଧ୍ୟ ଆହୁରି ଟିକା ଆସିବା ପାଇଁ ପ୍ରସ୍ତୁତି କରୁଛନ୍ତି । ସେଗୁଡିକ କିପରି କାମ କରିବ ତାହା ସମୟ କହିବ । ମାତ୍ର ଆପଣ ବିଲକୁଲ୍ ବ୍ୟସ୍ତ ହୁଅନ୍ତୁ ନାହିଁ । ଯେକୌଣସି ଟିକା ନିଅନ୍ତୁ ତାହା ଆଣ୍ଟିବଡି ତିଆରି କରିବା ସହ କରୋନା ସହ ଲଢ଼ିବାକୁ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ତେବେ ଆପଣ କେଉଁ ଟିକା ନେଇଛନ୍ତି ବା ନେବାକୁ ଚାହୁଁଛନ୍ତି ନିଶ୍ଚୟ କମେଣ୍ଟ କରି ଜଣାଇବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *