ସାଉଥ ଇଣ୍ଡଷ୍ଟ୍ରିରେ ନିଜର ଦମଦାର ଅଭିନୟ ପାଇଁ ଫେମସ ହୋଇଥିବା Actor ମାନଙ୍କର ଏମାନେ ହେଉଛନ୍ତି ରିଅଲ ଲାଇଫ ପୁଅ-ବୋହୁ ଯୋଡି

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକ ମାନଙ୍କ ପାଖରେ ବଲିଉଡ ଅପେକ୍ଷା ସାଉଥ ଜଗତର ସିନେମା କୁ ଅଧିକ ପସନ୍ଦ କରୁଛନ୍ତି । ସାଉଥ ର ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଅଧିକ ପସନ୍ଦ କରନ୍ତି । ସାଉଥ ରେ ଅନେକ ବଲିଉଡ କଳାକାର ମଧ୍ୟ କାମ କରିବାକୁ ଇଚ୍ଛା ପ୍ରକାଶ କରନ୍ତି । ତେବେ ଆଜି ଆମେ ସାଉଥ ଜଗତ ର ଅଭିନୟ କରୁଥିବା ଅଭିନେତା ମାନଙ୍କ ପୁଅ ଏବଂ ବୋହୂ ମାନଙ୍କ ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଜାଣିନେବା ।

୧- ପ୍ରଥମ ରେ ହେଉଛନ୍ତି ଅଭିନେତା ଶିବ କୁମାର । ତେବେ ଆପଣ ଶିବକୁମାର ଙ୍କୁ ତ ନିଶ୍ଚିତ ଜାଣିଥିବେ ଏହି ଇଣ୍ଡଷ୍ଟ୍ରୀ ରେ ସେ ନିଜର ଖୁବ ନାମ କମେଇଛନ୍ତି । ତେବେ ତାଙ୍କ ର ଦୁଇ ପୁଅ ହେଉଛନ୍ତି କାର୍ତି ଏବଂ ସୁର୍ଯ୍ୟ, ତେବେ ତାଙ୍କର ଦୁଇ ପୁଅ ସାଉଥ ର ଜଣେ ଜଣେ ସଫଳ ଅଭିନେତା ଏବଂ କାର୍ତି ୨୦୧୧ ରେ ରଜନୀ ଚିନାସ୍ୱାମୀ ଙ୍କୁ ବିବାହ କରିଥିଲେ ଏବଂ ସୁର୍ଯ୍ୟ ୨୦୦୬ ରେ ଅଭିନେତ୍ରୀ ଜ୍ୟୋତିକା ଙ୍କୁ ବିବାହ କରି ବର୍ତ୍ତମାନ ଖୁସି ରେ ରହୁଛନ୍ତି ।

୨- ଦ୍ଵିତୀୟ ରେ ହେଉଛନ୍ତି ସତ୍ୟରାଜ । ତେବେ ସତ୍ୟରାଜ ଙ୍କୁ ଆପଣ ସୁପର ହିଟ ସିନେମା ବାହୁବଲି ରେ କଟପା ରେ ଅଭିନୟ କରି ଲୋକପ୍ରିୟ ହୋଇ ପାରିଥିଲେ ତେବେ ତାଙ୍କର ଗୋଟିଏ ପୁଅ ଅଛି ଶିବିରାଜ ସେ ମଧ୍ୟ ସାଉଥ ରେ ନିଜର ଡେବ୍ୟୁ ଆରମ୍ଭ କରି ସାରିଲେଣି ଯେପରି ସତ୍ୟା, ବୋଲଟର ଆଦି ସିନେମା ରେ କାମ କରିଛନ୍ତି ତେବେ ସେ ୨୦୦୮ ରେ ରେବତୀ ଙ୍କୁ ବିବାହ କରିଥିଲେ ।

୩- ତୃତୀୟ ରେ ହେଉଛନ୍ତି ଅଭିନେତା ଚିରଞ୍ଜିବି । ତେବେ ମେଘାଷ୍ଟାର ଚିରଞ୍ଜିବି ଙ୍କୁ କିଏ ନ ଜାଣେ ତେବେ ସେ ଟାଇଗର, ହିଟଲର ଆଦି ସିନେମା ରେ କାମ କରି ଲୋକପ୍ରିୟ ହାସଲ କରିଛନ୍ତି । ତେବେ ତାଙ୍କର ଗୋଟିଏ ପୁଅ ଅଛି ସେ ହେଉଛନ୍ତି ରାମ ଚରଣ ଏବଂ ସେ ଜଣେ ସାଉଥ ର ସୁପରଷ୍ଟାର ତେବେ ସେ ୨୦୧୨ ରେ ଉପାସନା ଙ୍କୁ ବିବାହ କରିଥିଲେ ତେବେ ବର୍ତ୍ତମାନ ଦୁହେଁ ଖୁବ ଖୁସିରେ ଅଛନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି ରଜନୀ କାନ୍ତ । ତେବେ ରଜନୀକାନ୍ତ ଙ୍କୁ କଇଁ ଜାଣେ ସାଉଥ ରେ ତାଙ୍କୁ ଭଗବାନ ବୋଲି ମଧ୍ୟ ମାନନ୍ତି । ତେବେ ତାଙ୍କର କେହି ପୁଅ ନାହାନ୍ତି । ତେବେ ସେ ନିଜର ଦୁଇ ଝିଅ କୁ ପାଇ ବହୁତ ଖୁସି ଅଛନ୍ତି ।


୫- ପଞ୍ଚମ ରେ ହେଉଛି ନାଗର୍ଜୁନ । ତେବେ ମାସ, ଡନ, ମିଟ, ଗୀତାଞ୍ଜଳି ଆଦି ସିନେମା ରେ କାମ କରି ଲୋକପ୍ରିୟତା ହାସଲ କରିଛନ୍ତି ନାଗର୍ଜୁନ । ତେବେ ତାଙ୍କର ଦୁଇ ପୁଅ ଅଛନ୍ତି ନାଗ ଚୈତନ୍ୟ ଏବଂ ଅଖିଲ ଦୁହେଁ ସାଉଥ ର ସଫଳ ଅଭିନେତା । ତେବେ ନାଗ ଚୈତନ୍ୟ ୨୦୧୭ ରେ ଅଭିନେତ୍ରୀ ସାମନ୍ଥା ଙ୍କୁ ବିବାହ କରିଥିଲେ ଓ ବର୍ତ୍ତମାନ ତାଙ୍କର ଡିଭୋର୍ସ ହୋଇ ଯାଇଛି ଓ ଅଖିଲ ବର୍ତ୍ତମାନ ପର୍ଯ୍ୟନ୍ତ ସିଙ୍ଗଲ ଅଛନ୍ତି ।

Leave a Reply

Your email address will not be published. Required fields are marked *