ଦେଶର ସବୁଠୁ ଅଧିକ ଡେଙ୍ଗା Couple ହେବା ସହିତ, ସବୁଠୁ ଅଧିକ ଡେଙ୍ଗା Family ଅଟନ୍ତି ପୁନେ ର ଏହି ଫ୍ୟାମିଲି, ଯାହାଙ୍କ height ଜାଣିଲେ ଆପଣଙ୍କ ହୋସ ଉଡିଯିବ

ନମସ୍କାର ବନ୍ଧୁଗଣ ଆଜିର ଏହି ବିଜ୍ଞାପନ ଯୁଗରେ ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ ଜିନିଷ ବିଜ୍ଞାପନ ର ବଳ ରେ ବିକ୍ରି ହୋଇଥାଏ । ଏହା ପରେ ତାର ଲାଭ କ୍ଷତି ବିଷୟରେ କିଛି ବୁଝା ଯାଏ ନାହିଁ । ଆଜିର ଏହି ସମୟରେ ଏଭଳି ଅନେକ ଜିନିଷ ଅଛି ଯାହା ଦେଖାଯାଏ କି ଏହା ପିଲାଙ୍କ ଉଚ୍ଚତା ବଢାଇବାରେ ସାହାର୍ଯ୍ୟ କରିବେ । ଏହି ନା ରେ ସେମାନେ ସେହି ଜିନିଷ ସବୁ କୁ ବିକି ଥାଆନ୍ତି ମଧ୍ୟ କିନ୍ତୁ ତାର ବାସ୍ତବିକ ଫାଇଦା କଣ ତାହା କେହି ଜାଣନ୍ତି ନାହିଁ । ଯିଏ ଏହାକୁ ବ୍ୟବହାର କରେ ସେ ମଧ୍ୟ ଏସବୁ ଜାଣି ନଥାଏ ।


ତେବେ ଏହା ପୂର୍ବରୁ ନିଜର ଉଚ୍ଚତା କୁ ବଢ଼ାଇବା ପାଇଁ ପିଲାମାନେ ଗଛ ଡାଳ ରେ ଲଟକୁ ଥିଲେ କିମ୍ବା ବାସ୍କେଟ ବଲ ଖେଳୁଥିଲେ କିନ୍ତୁ ଏହା ସତ୍ୱେ ମଧ୍ୟ ସେମାନଙ୍କ ଉଚ୍ଚତା ବା ହାଇଟ ବଢୁ ନଥିଲା ଏହାର କାରଣ ହେଉଛି ହାଇଟ ବଢିବା ଏକ ଜେନେଟିକ ପ୍ରୋସେସ । ଭାରତ ର ଏକ ପରିବାର ଏପରି ଅଛି ଯିଏ ନିଜର ହାଇଟ କୁ ନେଇ ରେକର୍ଡ ସ୍ଥାପନ କରିଥାନ୍ତି । ଏହି ପରିବାର ପୁନେ ରେ ବାସ କରନ୍ତି ଏବଂ ଏହି ପରିବାରକୁ କୂଳକରଣୀ ପରିବାର କୁହାଯାଏ ଏହା ଛଡା ତାଙ୍କୁ ଲମ୍ବା ପରିବାର ମଧ୍ୟ କୁହାଯାଏ ।


ଏହାର କାରଣ ଏହି ପରିବାର ର ସବୁ ସଦସ୍ୟଙ୍କ ଉଚ୍ଚତା ଛଅ ଫୁଟ ରୁ ଅଧିକ ସେ ପନ୍ଦର ବର୍ଷର ଛୁଆ ବି ହେଉ । ଭାରତ ରେ ଯେଉଁଠି ସାମାନ୍ୟତ ଲୋକ ମାନଙ୍କ ଉଚ୍ଚତା ପାଞ୍ଚ ଫୁଟ ପର୍ଯ୍ୟନ୍ତ ରହିଥାଏ । ସେଇଠି ଏହି ପରିବାର ର ସମସ୍ତ ସଦସ୍ୟ ଙ୍କ ଉଚ୍ଚତା ଛଅ ଫୁଟ ରୁ ଅଧିକ ରହିଥାଏ । ମାତା ପିତା ଏବଂ ଦୁଇ ଝିଅ ଙ୍କ ସହିତ ମିଶି ମୋଟ ୨୬ ଫୁଟ ରହିଛି ।

ଏହି ପରିବାର ର ମୁଖିଆ ଶରଦ କୂଳକରଣୀ ଙ୍କ ହାଇଟ ୭ ଫୁଟ ୧.୫ ଇଂଚ, ତାଙ୍କ ପତ୍ନୀ ଙ୍କ ହାଇଟ ୬ ଫୁଟ ୨.୬ ଇଂଚ । ଏହି ଦୁଇ ଜଣ ସ୍ୱାମୀ ସ୍ତ୍ରୀ ସବୁଠାରୁ ଲମ୍ବା କପଲ ରେକର୍ଡ ମଧ୍ୟ ବନେଇ ସାରିଛନ୍ତି । ଏମାନଙ୍କ ଭଳି ତାଙ୍କର ଦୁଇ ଝିଅ ବଡ଼ ଝିଅ ମୁରୁଗା ର ହାଇଟ ୬ ଫୁଟ ୧ ଇଂଚ, ଏବଂ ସାନ ଝିଅ ସାନୟା ୬ ଫୁଟ ୪ ଇଂଚ । ତାଙ୍କ ସାନ ଝିଅ ଯେତେବେଳେ ଷୋହଳ ବର୍ଷ ରୁ ହିଁ ତାଙ୍କ ହାଇଟ ୬ଫୁଟ ୪ ଇଂଚ ଏବଂ ତାଙ୍କ ବଡ଼ ଝିଅ ର ଉଚ୍ଚତା ୧୮ ବର୍ଷ ରେ ୬ ଫୁଟ ହୋଇଥିଲା ।

ତେବେ ଏହି ପରିବାର କୁ ବହୁତ ଭିଡ ଭିତରେ ମଧ୍ୟ ବହୁତ ଭଲ ଭାବରେ ଜାଣି ହୋଇ ଯିବ ଏହା ଛଡା ଶରଦ ନିଜର ସ୍କୁଟର ରେ ହିଁ ବାହାରକୁ ଯିବା ଆସିବା କରିଥାନ୍ତି । ତେବେ ବାପା ମାଆ ଏବଂ ଦୁଇ ଝିଅ ଙ୍କ ହାଇଟ ମିଶି ବର୍ତ୍ତମାନ ୨୬ ଫୁଟ ହୋଇଥିବା ବେଳେ ତାଙ୍କୁ ସଂଯୁକ୍ତ ବିଶ୍ୱ ରେକର୍ଡ ରେ ମଧ୍ୟ ସାମିଲ କରାଯାଇଛି ବାସ ଗିନୀଜ ବୁକ ରେ ଟଲେଷ୍ଟ ଫ୍ୟାମିଲି ର ଶ୍ରେଣୀ ରେ ଏ ପର୍ଯ୍ୟନ୍ତ ଆସି ନାହିଁ ।

Leave a Reply

Your email address will not be published. Required fields are marked *