ମୋ ଧନ ଗେଲ ନକଲେ ଛାଡ଼ିବନି ଲୋ..କୋଉ ଅଫେରା ରାଇଜକୁ…ପ୍ରେମରେ ଧୋକା ଖାଇ Soumya ଙ୍କ ଆତ୍ମହତ୍ୟା ପରେ ବାହୁନି କାନ୍ଦୁଛି ମା’, Video ଦେଖିଲେ ଆପଣଙ୍କ ଆଖିରେ ଲୁହ ରହିବନି

ନମସ୍କାର ବନ୍ଧୁଗଣ ତେବେ ଆତ୍ମହତୟା ପୂର୍ବରୁ ସୁଇସାଆଇଡ୍ ନୋଟ୍ । ସୁଇସାଆଇଡ୍ ନୋଟ୍ ଲେଖି ଜୀବନ ହାରିଦେଇଛନ୍ତି ଭୁବନେଶ୍ୱର ନନ୍ଦନବିହାରର ସୌମ୍ୟ ରଞ୍ଜନ ପାଣିଗ୍ରାହୀ । ଯେଉଁଥିରେ ରହିଛି ପ୍ରେମିକାର ପ୍ରତାରଣା ହେଟ୍ ଷ୍ଟୋରୀ । ପ୍ରାୟ ମାସେ ଧରି ଜାରି ରହିଥିବା ତ୍ରିକୋଣୀୟ ପ୍ରେମର ଯନ୍ତ୍ରଣାଦାୟକ କାହାଣୀ । ଏସବୁ ଲେଖି ଜୀବନ ହାରିଦେଇଛନ୍ତି ସୌମ୍ୟରଂଜନ । ଆଉ ଯାହାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି ତାଙ୍କ ଘରୁ ।

ଆତ୍ମହତୟା ପଛରେ ତାଙ୍କ ପ୍ରେମିକାଙ୍କୁ ଦାୟୀ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ । ତେବେ ସୌମ୍ୟରଂଜନ ପାଣିଗ୍ରାହୀ । ନିଶା ତାଙ୍କର ମଡେଲିଂ । ଏଥିପାଇଁ ମୁମ୍ବାଇରେ ବି ରହୁଥିଲେ । କିନ୍ତୁ ଲକ୍‌ଡାଉନ୍ ପ୍ରଭାବରେ ପ୍ରଭାବିତ ହୋଇଗଲା ତାଙ୍କ କ୍ୟାରିୟର୍ । ପରିବାର ଲୋକଙ୍କ କହିବା କଥା, ଜଣେ ଯୁବତୀଙ୍କ ସହ ପରିଚିତ ହୁଏ ଭୁବନେଶ୍ୱରର ଏକ ଜିମ୍‌ରେ । ସେହି ପରିଚୟରୁ ନିବିଡ଼ତା ଆସେ ଉଭୟଙ୍କ ସମ୍ପର୍କରେ । ଏକଥା ସୌମ୍ୟଙ୍କ ପରିବାର ଲୋକେ ବି ଜାଣିଥିଲେ ।

ସେଥିପାଇଁ ବିବାହ ଯାଏଁ କଥା ବି ଯାଇଥିଲା । କିନ୍ତୁ ଗତ ୨୯ ଦିନ ଭିତରେ ବିଗିଡ଼ିଗଲା ସମ୍ପର୍କ । ସଂପୃକ୍ତ ଯୁବତୀ ଆଉ ଜଣେ ଯୁବକଙ୍କ ସଂସ୍ପର୍ଶରେ ଆସିଥିବା କଥା ସୌମ୍ୟ ଜାଣିବା ପରେ ଶେଷରେ ଆତ୍ମହତୟା କରିିଥିବା ସୌମ୍ୟଙ୍କ ପରିବାର ଲୋକେ କହିଛନ୍ତି । ତେବେ ସଂପୃକ୍ତ ଯୁବତୀଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ତାଙ୍କ ବାପା କିନ୍ତୁ ଉଭୟଙ୍କ ସମ୍ପର୍କ ବିଷୟରେ କିଛି ଜାଣିନଥିବା କହିଛନ୍ତି ।

ତେବେ ସେହିପରି ଭାବରେ ସୌମ୍ୟ ଙ୍କ ବାପା ମଧ୍ୟ କହିଛନ୍ତି କି ସେହି ଝିଅ କୁ ତାଙ୍କ ପୁଅ ବହୁତ ଭଲ ପାଆନ୍ତି । ସେ ତାକୁ କେବେବି କଷ୍ଟ ଦୁଃଖ ଦେଇ ନାହାନ୍ତି । ତାଙ୍କ ପରିବାର ଲୋକ ମଧ୍ୟ ଆମ ଘରକୁ ଆସନ୍ତି ସବୁ ଭଲ ଥିଲା ସେ ଝିଅ ମଧ୍ୟ ଆମକୁ ବାବା ମାଆ ବୋଲି ଡାକୁଥିଲା ତେବେ ଏହି ଦୁଇ ଦିନ ହେବ ସୌମ୍ୟ ବହୁତ ଦୁଃଖ ରେ ରହୁଥିଲେ ତେବେ ସେ ଜାଣିବାକୁ ପାଇଥିଲେ କି ସେହି ଝିଅ ର ଆଉ କେଉଁ ପୁଅ ସହ ସମର୍କ ରହିଛି ।

ତେବେ ମୁଁ ତାକୁ ବହୁତ ବୁଝାଇ ଥିଲି କି ଆମର ନା ସୁନ୍ଦର ରେ ଅଭାବ ନା ଆଉ କେଉଁଥିରେ ଯଦି ସେ ଆମ ସହ ରହିବାକୁ ଚାହୁଁନାହିଁ ତେବେ କଣ ପାଇଁ ଆମେ ବାଧ୍ୟ କରିବା । ତେବେ ସୌମ୍ୟ ଏହି କଥା କୁ ଏଡାଇ ଦେଇ ସେ ଭଲ ଝିଅ ଆଉ ତୁମେ ଚିନ୍ତା କର ନାହିଁ ବୋଲି ମଧ୍ୟ କହିଥିଲା । ତେବେ ଅଚାନକ ଏଭଳି କାମ କରିବ ବୋଲି ଆଶା ନଥିଲା । ତେବେ ସେ ମୃତ୍ୟୁ ପରେ ନିଜର ଆଖି ଦାନ କରିଛନ୍ତି । ତେବେ ସେପଟେ ସୌମ୍ୟ ଙ୍କ ମାଆ କାନ୍ଦି କାନ୍ଦି ବହୁତ ଖରାପ ଅବସ୍ଥା ହୋଇ ଗଲାଣି ।

ତେବେ ଏହି ପ୍ରେମ ଆଉ ପ୍ରତାରଣାର କାହାଣୀ ଭିତରେ ଯୁବପୀଢ଼ିଙ୍କ ଅଭାବନୀୟ ମୃତ୍ୟୁ, ନୂଆ ନୁହେଁ । ଝରାଫୁଲଙ୍କଠୁ ଆରମ୍ଭ କରି ପ୍ରିୟଙ୍କା ଯାଏଁ ବଳିପଡ଼ିଛନ୍ତି ଏଭଳି ପ୍ରେମରେ । ଏପରିକି ଛାତ୍ରର ପ୍ରେମ ପାଇଁ ଆତ୍ମହତୟା କରିଦେଇଥିଲେ ରାଜଧାନୀର ଜଣେ ଶିକ୍ଷୟିତ୍ରୀ । ଏସବୁ ଭିତରେ ଆଜି ସେହି ପ୍ରେମ ପାଇଁ ଦୁଇ ଯୁବକଙ୍କ ପ୍ରାଣନାଶ ଅଭିଯୋଗକୁ ନେଇ ସବୁଠି ଲାଗିରହିଛି ଭିନ୍ନ ଭିନ୍ନ ଚର୍ଚ୍ଚା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *