ସୋନୁଙ୍କୁ ଏକ ଅଜବ ଦାବି କଲେ ଏହି ଯୁବତୀ, ଟ୍ବିଟ କରି କହିଲେ କହିଲେ, “ଗୋଟେ ବୟଫ୍ରେଣ୍ଡ ଦିଅନ୍ତୁ ସାର”

ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି । ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ।

ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି । ଅନେକ ଲୋକ ଅସୁବିଧା ର ସମ୍ମୁଖୀନ ହେଉଥିବା ବେଳେ ବଲିଉଡ ର ସୁପରଷ୍ଟାର ସୋନୁ ସୁଦ ସହଯୋଗ ର ହାତ ବଢ଼ାଇଥିଲେ ।

ସେ ଏହି ମହାମାରୀ ସମୟ ରେ ଅନେକ ଲୋକଙ୍କୁ ଆଣି ତାଙ୍କ ଘରେ ପହଞ୍ଚାଇ ଥିଲେ । ତେବେ ଏହି ସମୟ ରେ ତାଙ୍କ ସହିତ ଏକ ହାସ୍ୟାସ୍ପଦ ଘଟଣା ଟି ଘଟିଛି । ତେବେ ଆସନ୍ତୁ ଜାଣିବା ସେହି ଘଟଣା ବିଷୟରେ । ବନ୍ଧୁଗଣ କରୋନା ମହାମାରୀ ସମୟ ରେ କେବଳ ଜଣେ ହିଁ ଲୋକ ଘରୁ ବାହାରକୁ ବାହାରି ଅନେକ ଲୋକ ଙ୍କୁ ସାହାଯ୍ୟ ର ହାତ ବଢ଼ାଇଥିଲେ । ଅନେକ ଲୋକ ଙ୍କୁ ସେ ଖାଦ୍ୟ ଯୋଗାଇ ଥିଲେ ଓ ଅନେକ ଲୋକଙ୍କୁ ସେ ଘରେ ପହଞ୍ଚାଇ ଥିଲେ ।

ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଆମର ପ୍ରିୟ ଅଭିନେତା ସୋନୁ ସୁଦ । କରୋନା ସମୟ ରେ ସେ ଗରିବ ଖଟି ଖିଆ ଙ୍କ ପାଇଁ ଭଗବାନ ସାଜିଥିଲେ । ବାସ କେବଳ ଗୋଟିଏ ଟ୍ୱିଟ କରି ତାଙ୍କୁ ଜଣାଇ ଦେବା ଦ୍ଵାରା ସେ ତୁରନ୍ତ ସାହାଯ୍ୟ ପାଇଁ ଆଗେଇ ଆସୁଥିଲେ । ସୋନୁ ସୋସିଆଲ ମିଡ଼ିଆ ରେ ବହୁତ ସକ୍ରିୟ ରହି ଅନେକ ଲୋକଙ୍କ ର ସମସ୍ୟା ର ସମାଧାନ କରୁଛନ୍ତି । ସେ ଏହି ସମୟ ରେ ସମସ୍ତ ଙ୍କ ଠାରୁ ପ୍ରଶଂସିତ ମଧ୍ୟ ହୋଇଛନ୍ତି । ବନ୍ଧୁଗଣ ସୋନୁ ବର୍ତ୍ତମାନ ଏକ ଘଟଣା ପାଇଁ ବହୁତ ଚର୍ଚ୍ଚିତ ଅଛନ୍ତି । ତାଙ୍କର ଏକ ଫୋଟୋ ସୋସିଆଲ ମିଡ଼ିଆ ରେ ବହୁତ ଭାଇରାଲ ହେଉଛି ।

ଏହି କରୋନା ମହାମାରୀ ସମୟ ରେ ଅନେକ ଲୋକ ଟ୍ୱିଟ କରି ସୋନୁ ଙ୍କୁ ନିଜର ସମସ୍ୟା ଜଣାଇଥିଲେ । କିନ୍ତୁ ସୋନୁ ଙ୍କ ର ଏକ ଟ୍ୱିଟ ର କମେଣ୍ଟ ରେ ଜଣେ ଯୁବତୀ ତାଙ୍କୁ ଏକ ବୟଫ୍ରେଣ୍ଡ ଦେବା ପାଇଁ ଅନୁରୋଧ କରିଥିଲେ । ସବୁଠାରୁ ହାସ୍ୟାସ୍ପଦ କଥା ହେଉଛି ତାଙ୍କର ଏହି କମେଣ୍ଟ ପରେ ଅନେକ ପୁଅ ତାଙ୍କ ପଛ ରେ ପଡି ଯାଇଥିଲେ । ବର୍ତ୍ତମାନ ଏହା ବହୁତ ଭାଇରାଲ ହେବାକୁ ଲାଗିଛି । ମେ ୧୮ ତାରିଖ ଦିନ ସୋନୁ ଏକ ଟ୍ୱିଟ କରି ଲେଖି ଥିଲେ “ଜମିନ ସେ ଜୁଡା ହୁଁ ଦୋସ୍ତ ।

ନୀଚେ ଖିଚୋଗେ ତୋ ଭି ଜମିନ ପର ହିଁ ମିଲୁଙ୍ଗା । “ଏହାର କମେଣ୍ଟ ରେ ସେହି ଯୁବତୀ ଜଣଙ୍କ ତାଙ୍କୁ ଏକ ବୟଫ୍ରେଣ୍ଡ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ସୋନୁ କିନ୍ତୁ ଏହି କମେଣ୍ଟ ରେ କୌଣସି ପ୍ରକାର ଉତ୍ତର ଦେଇ ନ ଥିଲେ । କିନ୍ତୁ ଅନେକ ପୁଅ ଏଥିରେ କମେଣ୍ଟ ଦେଇଥିଲେ । ଜଣେ କମେଣ୍ଟ ରେ ଲେଖିଥିଲେ ହଁ ମ୍ୟାଡାମ ସୋନୁ ସାର ମୋତେ ଆପଣଙ୍କ ପାଇଁ ପଠାଇଛନ୍ତି । ବର୍ତ୍ତମାନ ସମୟ ରେ ସୋନୁ ଙ୍କ ର ଏହି ଟ୍ୱିଟ ରେ ଆସିଥିବା ଏହି ପରି କମେଣ୍ଟ କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ତା ହେଲେ ବନ୍ଧୁଗଣ ଏହା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଦେଶ ଦୁନିଆର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *