Jyotish Shastra- ୨୦୨୧ ର ପ୍ରଥମ ଚନ୍ଦ୍ର ଗ୍ରହଣ, ସୁନା ପରି ଚମକିବ ଏହି 4 ଟି ରାଶିର ଭାଗ୍ୟ

ବନ୍ଧୁଗଣ ୨୦୨୧ ମସିହା ର ପ୍ରଥମ ଚନ୍ଦ୍ର ଗ୍ରହଣ ୨୬ ମେ ରେ ଲାଗିବାକୁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ ବୁଧ ପୂର୍ଣ୍ଣିମା ରେ ଲାଗିବ । ଯେଉଁ କାରଣରୁ ଏହି ଚନ୍ଦ୍ର ଗ୍ରହଣ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ରହିବ ।

ଭାରତୀୟ ସମୟ ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ଦିନ ୨:୧୭ ମିନିଟ ରୁ ଆରମ୍ଭ ହେବ ଓ ସନ୍ଧ୍ୟା ୭:୧୯ ରେ ଶେଷ ହେବ । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ଚନ୍ଦ୍ର ଗ୍ରହଣ ର ପ୍ରଭାବ ରାଶିଚକ୍ର ର ୧୨ ଟି ରାଶି ମଧ୍ୟରୁ ୪ଟି ରାଶି ଉପରେ ପଡ଼ିବାକୁ ଯାଉଛି । ଯାହା ସେମାନଙ୍କ ପାଇଁ ଶୁଭଦାୟକ ରହିବ । ତେବେ ଆସନ୍ତୁ ସେହି ରାଶି ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ମେଷ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ବିଶେଷ ଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବାକୁ ଯାଉଛି । ଏମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ ହେବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ମଧ୍ୟ ଲାଭ ପ୍ରାପ୍ତ ହେବ । ଧନ ପ୍ରାପ୍ତି ର ଯୋଗ ବନୁଅଛି । ପ୍ରତଯୋଗୀ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିବେ । ବିବାହ କୁ ନେଇ ଥିବା ସମସ୍ୟା ଦୂର ହେବ । ଏହା ସହିତ ଆପଣଙ୍କ ପାରିବାରିକ ତଥା ଦାମ୍ପତ୍ୟ ଜୀବନ ମଧୁର ହେବ । ଆପଣ ହସଖୁସିରେ ନିଜର ଜୀବନ ଅତିବାହିତ କରିବେ ।

୨. କର୍କଟ ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ବିଶେଷ ଙ୍କୁ ସୁଖଦ ପରିଣାମ ପ୍ରାପ୍ତ ହେବ । ଏମାନେ ସମସ୍ତ କ୍ଷେତ୍ରରେ ଉନ୍ନତି ହାସଲ କରିବେ । ଏମାନଙ୍କ କୌଣସି ଅଟକି ରହି ଯାଇଥିବା ସରକାରୀ କାମ ପୂର୍ଣ ହେବ । ଏମାନଙ୍କ କଳାତ୍ମକ ଶକ୍ତି ର ବିକାଶ ହେବ । ପ୍ରତିଯୋଗୀ ଏବଂ ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ । ସାମଜରେ ମାନ ସମ୍ମାନ ପ୍ରତିଷ୍ଠା ହେବ ଏବଂ ବିଦେଶ ଯାତ୍ରା ର ଯୋଗ ମଧ୍ୟ ରହିଛି ।

୩. କନ୍ୟା ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ଜୀବନ ରେ ଏହି ପରିବର୍ତ୍ତନ ଯୋଗୁଁ ବିଭିନ୍ନ ପ୍ରକାର ପରିବର୍ତ୍ତନ ଆସିବ । ଏମାନେ ଧର୍ମ କର୍ମ କାର୍ଯ୍ୟ ରେ ଲିପ୍ତ ରହିବେ । ଏମାନଙ୍କ ଆଧ୍ୟାତ୍ମିକ ଶକ୍ତି ର ଉଜାଗର ହେବ । ଚାକିରୀ କ୍ଷେତ୍ରରେ ସଫଳତା ହାସଲ କରିବେ ଏବଂ ପଦୋନ୍ନତି ମଧ୍ୟ ପ୍ରାପ୍ତି ହେବ । ଏହା ସହିତ ସରକାରୀ କ୍ଷେତ୍ରରେ ଆପଣ କରିଥିବା ଆବେଦନ ରେ ମଧ୍ୟ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ ।

୪. ମକର ରାଶି- ବନ୍ଧୁଗଣ ଏହି ରାଶିର ବ୍ୟକ୍ତି ଙ୍କୁ ସଫଳ ପରିଣାମ ପ୍ରାପ୍ତ ହେବ । ଏମାନଙ୍କୁ ଚାକିରୀ ଓ ବ୍ୟାପାର ଉଭୟ କ୍ଷେତ୍ରରେ ସଫଳତା ହାସଲ ହେବ । ଆଧ୍ୟାତ୍ମିକ କାର୍ଯ୍ୟ ରେ ରୁଚି ବଢ଼ିବ । ଏହା ସହିତ ଆପଣ ବିଦେଶ ନଗରିକତ୍ୱ ତଥା ଚାକିରୀ ପାଇଁ କରିଥିବା ସରକାରୀ ଆବେଦନ ମଧ୍ୟ ସଫଳ ହେବ । ଏହା ସହିତ ଏହୂ ରାଶିର ବ୍ୟକ୍ତି ଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ ଏବଂ ଭୌତିକ ସୁଖ ର ବୃଦ୍ଧି ହେବ । ଏହି ରାଶି ମାନଙ୍କ ଉପରେ ଆସନ୍ତା ସମୟରେ କେବଳ ଧନର ବର୍ଷା ହେବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *