ସୋନୁ ସୁଦଙ୍କ ଫ୍ୟାନ SIM କାର୍ଡ ରେ ବନେଇଲେ ସୋନୁଙ୍କ ପେଣ୍ଟିଙ୍ଗ, ତ ମିଳିଲା ସୋନୁଙ୍କର ଏହି ମଜାଦାର ରିପ୍ଲାଏ

ମହାମାରୀ କାରୋନା ଭାଇରସ ପାଇଁ ସାରା ଦୁନିଆରେ ଯେତେବେଳେ ସମସ୍ତ ଗରିବ ଲୋକ ଅସୁବିଧାରେ ଥିଲେ ସେତେବେଳେ ଭାରତରେ ଏକମାତ୍ର ଅଭିନେତା ସୋନୁ ସୂଦ ସମସ୍ତ ଲୋକଙ୍କ ସହାୟତା କରିଥିଲେ । ଏହିପରି ଦୁଃଖ ସମୟରେ ସୋନୁ ସୂଦ ସମସ୍ତଙ୍କର ସହାୟତା କରିଥିଲେ । ଯେବେ ବି ସୋନୁ ସୂଦଙ୍କୁ କୌଣସି ଗରିବ ସାହାର୍ଯ୍ୟ ମାଗିଥାଏ ସେତେବେଳେ ସୋନୁ ସେହି ଲୋକକୁ ସାହାର୍ଯ୍ୟ କରିବା ପାଇଁ ଛିଡା ହୋଇଥାନ୍ତି ।

ଏହାପର ଠାରୁ ସୋସିଆଲ ମିଡିଆରେ ସୋନୁ ସୂଦଙ୍କର ଏହି ସବୁ କାମ ବିଷୟରେ ବହୁତ ଚର୍ଚା ହୋଇଛି । ବର୍ତ୍ତମାନ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ସୋନୁ ସୂଦ ବହୁତ ଚର୍ଚାରେ ଅଛନ୍ତି । ଏହି କିଛି ଦିନ ହେବ ସୋନୁ ସୂଦଙ୍କର ଏକ ଫ୍ୟାନ ସିମ କାର୍ଡରେ ସୋନୁ ସୂଦଙ୍କର ପେଣ୍ଟିଙ୍ଗ ବନେଇ ଥିଲା ।  ଏହି ଫ୍ୟାନ ଜଣଙ୍କର ନାମ ହେଉଛି ସୋମିନ । ସୋମିନ ଏକ ସିମ କାର୍ଡରେ ସୋନୁ ସୂଦଙ୍କର ପେଣ୍ଟିଙ୍ଗ ବନେଇଛନ୍ତି । ଏହି କାର୍ଡର ଫଟୋ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହୋଇଛି ।

ୟୁଜର ଜଣକ ସୋନୁ ସୂଦଙ୍କୁ ଟ୍ୟାଗ କରି ଲେଖିଥିଲା, ‘ସୋନୁ ସାର, ଆପଣଙ୍କ ଫଟୋକୁ ମୁ ସିମ କାର୍ଡରେ ପେଣ୍ଟ କରିଛି । ଆପଣଙ୍କୁ କେମିତି ଲାଗିଲା ? ଆମେ ଆପଣଙ୍କ ଉପରେ ଗର୍ବିତ’ । ଏହାର ଉତ୍ତର ଦେଇ ସୋନୁ ସୂଦ ବହୁତ ମଜାକିଆ ଢଙ୍ଗରେ ଲେଖିଥିଲେ, 10 G ନେଟୱର୍କ ।

୧ ଘଣ୍ଟାରୁ କମ ସମୟ ମଧ୍ୟରେ ଏହି ଫଟୋକୁ ବହୁତ ଲୋକ ଦେଖି ବହୁତ ପସନ୍ଦ କରିଥିଲେ । ଏହା ସହିତ ବହୁତ ଲୋକ ଏହି ଫଟୋକୁ ଦେଖି ମଜାଦାର ରିଆକ୍ସନ ମଧ୍ୟ ଦେଇଥିଲେ । ଏହା ସହିତ ଏହି ଫଟୋଟି ବହୁତ ମାତ୍ରାରେ ସୋସିଆଲ ମିଡିଆରେ ସେୟାର ହେଉଛି, ଲୋକମାନେ ସୋନୁ ସୂଦଙ୍କର ବହୁତ ପ୍ରଶଂସା କରୁଛନ୍ତି ।

ଫିଲ୍ମରେ ଅବଶ୍ୟ ସୋନୁ ସୂଦ ଖଳନାୟକ ଭୂମିକା କରିଥିବେ ହେଲେ ରିଅଲ ଲାଇଫରେ ସୋନୁ ହିରୋ ହୋଇଛନ୍ତି । ଏହି ପରି ଶୋଚନୀୟ ସମୟରେ ଗରିବ ଲୋକମାନଙ୍କୁ ସହାୟତା କରି ସୋନୁ ବହୁତ ଭଲ କାମ କରିଛନ୍ତି ।

ଏଥିରେ ଆପଣଙ୍କ ମତାମତ ନିଶ୍ଚୟ ଦିଅନ୍ତୁ ଓ ନୀତିଦିନ ଘଟୁଥିବା ସମସ୍ତ ଖବର ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *