Vastu Shastra – ଶୋଇବା ସମୟରେ ଭୁଲରେ ମଧ୍ୟ ନିଜ ପାଖରେ ରଖନ୍ତୁ ନାହିଁ ଏହି 5 ଟି ଜିନିଷ, ଘରକୁ ମାଡି ଆସେ ସଙ୍କଟ

ବନ୍ଧୁଗଣ ଆଜିକାଲିର ଦୁନିଆରେ ପ୍ରତ୍ୟକ ମଣିଷ ନିଜର ସଂପୂର୍ଣ୍ଣ ଦିନ ଟଙ୍କା ରୋଜଗାର କରିବାରେ ଅତିବାହିତ କରି ଦେଉଛି । ଦିନ ସାରା କାମ କରିବା ପରେ ମଣିଷ ରାତ୍ରି ସମୟରେ ଆରାମରେ ଶୋଇଥାଏ । ହେଲେ ମଣିଷଙ୍କର ଏପରି ମଧ୍ୟ କିଛି ଭୁଲ ହୋଇଥାଏ ଯାହା ଦ୍ୱାରା ସେମାନେ ଏହି ରାତ୍ରି ସମୟରେ ମଧ୍ୟ ଆରାମରେ ଶୋଇ ପାରି ନଥାନ୍ତି । ହେଲେ ବନ୍ଧୁଗଣ ରାତ୍ରି ସମୟରେ ଶୋଇବା ସମୟରେ ମଣିଷକୁ କିଛି ଜିନିଷ ଠାରୁ ଦୂରରେ ରହିବା ନିହାତି ଆବଶ୍ୟକ । ଯଦି ଆପଣ ଏହି ସମସ୍ତ ଜିନିଷକୁ ନେଇ ଶୋଇବେ ତା ହେଲେ ଆପଣଙ୍କୁ ଶାରୀରିକ ଓ ମାନସିକ କଷ୍ଟର ସମ୍ମୁଖୀନ ହେବାକୁ ପଡିପାରେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସମସ୍ତ ଜିନିଷ ବିଷୟରେ ।

୧. ବନ୍ଧୁଗଣ ପ୍ରାୟତଃ ଅଧିକାଂଶ ମଣିଷ ଶୋଇବା ସମୟରେ ନିଜ ମୁଣ୍ଡ ପାଖରେ ପାଣିର ଗ୍ଳାସ ରଖି ଶୋଇଥାନ୍ତି । ଶାସ୍ତ୍ର ଅନୁଯାୟୀ ଏହା ସଂପୂର୍ଣ୍ଣ ଅମାନ୍ୟ ଅଟେ । ଏହା ରଖିବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏହା ବ୍ଯତୀତ ଯଦି ଆପଣ ନିଜ ମୁଣ୍ଡ ପାଖରେ ପାଣିର ଗ୍ଲାସ ରଖିବେ ତା ହେଲେ ଆପଣଙ୍କ ଚନ୍ଦ୍ରମା ରୁଷ୍ଟ ହେବେ ଯାହା ଫଳରେ ଆପଣ ମାନଙ୍କୁ ଖରାପ ସ୍ଵପ୍ନ ଆସିବ ଓ ଆପଣ ଶାନ୍ତିରେ ଶୋଇ ପାରିବେ ନାହିଁ ।

୨. ବନ୍ଧୁଗଣ କେବେବି ଶୋଇବା ସମୟରେ ନିଜ ପାଖରେ ପର୍ସ କିମ୍ବା ଟଙ୍କା ରଖିବେ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କର ଅଯଥା ଖର୍ଚ ବଢିଥାଏ ଓ ଆପଣଙ୍କର ଅଧିକାଂଶ ଟଙ୍କା ଶେଷ ମଧ୍ୟ ହୋଇ ଯାଇଥାଏ । ଏହା ବ୍ଯତୀତ ଶୋଇବା ସମୟରେ ନିଜ ପାଖରେ କୌଣସି ପୁସ୍ତକ କିମ୍ବା ଖାତା ଆଦିକୁ ରଖିବେ ନାହିଁ । ଏହି ସବୁ ଜିନିଷକୁ ଆପଣ ପାଖରେ ରଖି ଶୋଇଲେ ଆପଣଙ୍କ ଜୀବନ ପ୍ରଭାବିତ ହୋଇଥାଏ ।

୩. ବନ୍ଧୁଗଣ ଶୋଇବା ସମୟରେ କୌଣସି ସୁନା, ଚାନ୍ଦି ବା ଆଭୂଷଣ ଜିନିଷକୁ ନିଜ ପାଖରେ ରଖି ଶୋଇବା ଉଚିତ ନୁହେଁ । ଏହା ଦ୍ଵାରା ଆପଣଙ୍କୁ କୌଣସି କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ ନାହିଁ । ତେଣୁ ଭୁଲ ସେ ମଧ୍ୟ ଆପଣ ଶୋଇବା ସମୟରେ ଏହି ଜିନିଷ ଗୁଡିକୁ ନିଜ ପାଖରେ ରଖି ଶୋଇବେ ନାହିଁ ।

୪. ବନ୍ଧୁଗଣ ଶୋଇବା ସମୟରେ କୌଣସି ପ୍ରକାରର ଲୁହାର ବସ୍ତୁକୁ ନିଜ ପାଖରେ ରଖି ଶୋଇବା ଉଚିତ ନୁହେଁ । ଏହା ଦ୍ଵାରା ନକରାତ୍ମକ ଶକ୍ତିର ପ୍ରଭାବ ବଢିଥାଏ । ଯାହା ଫଳରେ ଆପଣଙ୍କୁ ଖରାପ ସ୍ଵପ୍ନ ଆସିଥାଏ । ତେଣୁ ଭୁଲ ସେ ମଧ୍ୟ ଶୋଇବା ସମୟରେ କୌଣସି ଲୁହା ଧାତୁକୁ ନିଜ ପାଖରେ ରଖିବେ ନାହିଁ ।

୫. ବନ୍ଧୁଗଣ ଶୋଇବା ସମୟରେ କେବେ ହେଲେ ନିଜ ପାଖରେ ଜୋତା କିମ୍ବା ଚପଲ ରଖିବେ ନାହିଁ । ଏହା ଦ୍ଵାରା ବ୍ୟକ୍ତିର ମାନସିକ ଓ ଆର୍ଥିକ ସ୍ଥିତିରେ ନକରାତ୍ମକ ପ୍ରଭାବ ପଡିଥାଏ । ଏହି ଭୁଲ ପାଇଁ ମା ଲକ୍ଷ୍ମୀ ମଧ୍ୟ ଆପଣ ମାନଙ୍କ ଉପରେ ରୁଷ୍ଟ ହୋଇ ପାରନ୍ତି । ଯାହା ଫଳରେ ଆପଣଙ୍କୁ ଦାରିଦ୍ରତା ଭୋଗ କରିବାକୁ ପଡିପାରେ । ତେଣୁ ବନ୍ଧୁଗଣ ଭୁଲ ସେ ମଧ୍ୟ ଏହି ସମସ୍ତ ଜିନିଷକୁ ଶୋଇବା ସମୟରେ ନିଜ ପାଖରେ ରଖିବେ ନାହିଁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *