ଶୋଇବା ସମୟରେ କେବେବି କରନ୍ତୁ ନାହିଁ ଏହି ଭୁଲ, ନହେଲେ ସାରା ଜୀବନ ଭୋଗିବାକୁ ପଡିବ ଏହାର ପରିଣାମ

ସବୁବେଳେ କୁହାଯାଇ ଥାଏ କି ଏମିତି କିଛି ଛୋଟ ଛୋଟ ଜିନିଷ ଅଛି ଯାହା ଉପରେ ଆମେ ଧ୍ୟାନ ଦେବା ଦରକାର ନହେଲେ ଏହା ଦ୍ଵାରା ଆମର ବହୁତ କ୍ଷତି ହୋଇ ପାରେ । ଏହା ମଧ୍ୟ ଆମକୁ ବହୁତ ଗୁଡିଏ ଚିନ୍ତାରେ ପକାଇ ଦେଇଥାଏ । ସାରା ଦିନ କାମ କରିବା ପରେ ଆମେ ବହୁତ ଥକି ଯାଇଥାଉ । ଏଥିପାଇଁ ଆମର ଠିକ ଭାବେ ଶୋଇବା ନିହାତି ଦରକାର ହୋଇଥାଏ । ଏମିତି କରିବା ଦ୍ଵାରା ଆମର ଥକାପଣ ଦୂର ହେବା ସହିତ ଶରୀର ଫୁର୍ତି ରହିଥାଏ । କେତେକ ଲୋକ ରାତିରେ ଶୋଇବା ସମୟରେ ଏମିତି କିଛି ଭୁଲ କରିଥାନ୍ତି ଯାହାର ପ୍ରଭାବ ତାଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଏହି ଭୁଲ ମଧ୍ୟରୁ ଗୋଟେ ଭୁଲ ହେଉଛି ପେଟ ମାଡି ଶୋଇବା । ଆପଣ ଦେଖିଥିବେ ପ୍ରାୟ ଲୋକ ଶୋଇବା ସମୟରେ ପେଟ ମାଡି ଶୋଇଥାନ୍ତି ।

ଡକ୍ଟର ଙ୍କ କହିବା ଅନୁସାରେ ପେଟ ମାଡି ଶୋଇବା ଦ୍ଵାରା ଶରୀରରେ ରକ୍ତ ସଂଚାଳନ ଠିକ ଭାବେ ହୋଇ ନଥାଏ ଏବଂ ଶରୀର ଠିକ ପୋଜିସନ ରେ ରହେ ନାହିଁ ଯାହାର ପ୍ରଭାର ଶରୀର ଉପରେ ପଡିଥାଏ । ଏମିତି ଶୋଇବା ଦ୍ଵାରା ବ୍ୟକ୍ତି ଙ୍କୁ ବହୁତ ସ୍ୱାସ୍ଥ୍ୟ ସମସ୍ୟାର ସାମନା କରିବାକୁ ପଡିଥାଏ । ଯେତେ ପାରିବେ ଏହି ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ । ଆଜି ଆମେ ଆପଣଙ୍କୁ ପେଟ ମାଡି ଶୋଇବାର କିଛି କ୍ଷତି ବିଷୟରେ କହିବୁ ତାହେଲେ ଆସନ୍ତୁ ଜାଣିବା ସେହି ବିଷୟରେ ।

ପେଟ ମାଡି ଶୋଇବା ଦ୍ଵାରା ହେଉଥିବା କ୍ଷତି

ପେଟ ମାଡି ଶୋଇବା ଦ୍ଵାରା ବ୍ୟକ୍ତିର ବେକ ମୋଡି ହୋଇ ରହିଥାଏ । ଏହା ଦ୍ୱାରା ତାର ବେକ ସମ୍ବନ୍ଧିତ ସମସ୍ୟା ହୋଇଥାଏ ଏବଂ ରକ୍ତ ସଂଚାଳନ ଠିକ ଭାବେ ହୋଇ ନଥାଏ । ସବୁବେଳେ ରାତିରେ ପେଟ ମାଡି ଶୋଇଲେ ମଧ୍ୟ ଅଣ୍ଟା ଏବଂ ପିଠିରେ କଷ୍ଟ ହୋଇଥାଏ । କାରଣ ଏମିତି ଶୋଇବା ଦ୍ଵାରା ଶରୀର ହାଡ ଠିକ ଅବସ୍ଥାରେ ରୁହନ୍ତି ନାହିଁ ଯାହା ଫଳରେ କଷ୍ଟ ଅନୁଭବ ହୋଇଥାଏ । ପେଟ ମାଡି ଶୋଇବା ଦ୍ଵାରା ବ୍ୟକ୍ତିର ମୁହଁ ରାତି ସାରା ମାଡି ହୋଇ ରହିଥାଏ । ଏହାଦ୍ୱାରା ମୁହଁକୁ ଠିକ ଭାବରେ ଅମ୍ଳଜାନ ନ ମିଳିବାରୁ ମୁହଁର କେତେକ ସମସ୍ୟା ହୋଇଥାଏ । ଏମିତି କରିବା ଦ୍ଵାରା ମୁହଁରେ ଦାଗ ଏବଂ ବ୍ରଣ ହୋଇଥାଏ ।

ପେଟ ମାଡି ଶୋଇବା ଦ୍ଵାରା ଖାଦ୍ୟ ଠିକ ଭାବରେ ହଜମ ହୋଇ ନଥାଏ ଯାହାକି ବ୍ୟକ୍ତିର ପାଚନ କ୍ରିୟା ଉପରେ ଖରାପ ପ୍ରଭାବ ପକାଇ ଥାଏ ।

ଏକ ଗବେଷଣା ରୁ ଜଣା ପଡିଛି କି ପିଠି ମାଡି ଶୋଇବା ଏବଂ ବାମ ପଟକୁ ମୁହଁ କରି ଶୋଇବା ଆମ ଶରୀର ପାଇଁ ଭଲ ହୋଇ ଥାଏ । ବାମ ପଟ ମାଡି ଶୋଇବା ଦ୍ଵାରା ହାର୍ଟ ପର୍ଯ୍ୟନ୍ତ ରକ୍ତ ସଞ୍ଚାଳନା ଠିକ ଭାବେ ହୋଇଥାଏ ଯାହା ଦ୍ଵାରା ଆମ ହାର୍ଟ ସୁସ୍ଥ ରହିଥାଏ । ବାମ ପଟ ମାଡି ଶୋଇବା ଦ୍ଵାରା ଆମ ଖାଇବା ସହଜରେ ହଜମ ହୋଇ ଯାଇଥାଏ । ତେବେ ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଏହାକୁ ଶେୟାର କରନ୍ତୁ ଓ ଏହିପରି ଅନେକ ସ୍ୱାସ୍ଥ୍ୟ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *