ଡେବିଟ, କ୍ରେଡିଟ କାର୍ଡ ୟୁଜର 16 ମାର୍ଚ୍ଚ ଭିତରେ କରାଇ ନିଅନ୍ତୁ ଏହି କାମ ନଚେତ ହୋଇପାରେ ଆପଣଙ୍କୁ ବଡ କ୍ଷତି

ଡେବିଟ, କ୍ରେଡିଟ କାର୍ଡ ୟୁଜରମାନେ ଖାସକରି ଧ୍ୟାନ ଦିଅନ୍ତୁ । ଯଦି ଆପଣଙ୍କ ପାଖରେ Debit, Credit Cards ଅଛି ଯାହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ବ୍ୟବହାର କରି ନାହାନ୍ତି । କିନ୍ତୁ ତଥାପି ସେଥିରେ ସବୁଦିନ ପାଇଁ ସବୁ ସେବାଗୁଡିକ ରଖିବାକୁ ଚାହୁଁଛନ୍ତି, ତେବେ ଭଲ ହେବ କି ତୁରନ୍ତ ଏହାର ଉପଯୋଗ କରନ୍ତୁ । ଯଦି ଆପଣ ଏମିତି କରୁ ନାହାନ୍ତି, ତେବେ ଆପଣଙ୍କ କାର୍ଡ ୧୬ ମାର୍ଚ୍ଚରୁ ସ୍ଥାୟୀ ରୂପରେ Disable ମାନେ ବନ୍ଦ କରି ଦିଆଯିବ ।

ଏହି ସୂଚନା ବିଷୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ନୋଟିଫିକେଶନ ଜରିଆରେ ସମସ୍ତଙ୍କୁ ଅବଗତ କରାଇଛନ୍ତି । ଏହାକୁ ୧୫ ଜାନୁୟାରୀରେ ଲାଗୁ କରାଯାଇଥିଲା । ଏହି ଅଧିସୂଚନା ଅନୁସାରେ ଆଗାମୀ ୧୬ ମାର୍ଚ୍ଚ ୨୦୨୦ରୁ Online ଓ Contactless Transactionର ସୁବିଧା ଅନିବାର୍ୟ ରୂପରେ ସେହି Debit, Credit Cards ଉପରେ ବନ୍ଦ ହୋଇଯିବ ଯାହାର ଉପଯୋଗ ଏହିଭଳି ସେବା ଗୁଡିକ ପାଇଁ ପୂର୍ବରୁ କେବେ ବି କରା ଯାଇ ନ ଥିବ ।

କହିବାକୁ ଗଲେ RBI ସମସ୍ତ ବ୍ୟାଙ୍କକୁ ଏହି ଅଧିସୂଚନାକୁ ପାଳନ କରିବା ପାଇଁ ଆଦେଶ ଦେଇ ସାରିଛନ୍ତି । RBI ସମସ୍ତ ଗ୍ରାହକମାନଙ୍କୁ ଏହି ତାରିଖ ପୂର୍ବରୁ Online ଓ Contactless Transaction ଭଳି ସେବାକୁ ନିଜର କାର୍ଡରେ ଉପଯୋଗ କରିବା ପାଇଁ କହିଛନ୍ତି ଓ ମନେ ପକାଇ ଦେଇଛନ୍ତି କି ଯଦି ସେ ଏହି ସେବା ଗୁଡିକୁ ସବୁଦିନ ପାଇଁ ଚାହୁଁଛନ୍ତି ତେବେ କାର୍ଡ ଗୁଡିକର ବ୍ୟବହାର ଜଲ୍ଦି ଆରମ୍ଭ କରି ଦିଅନ୍ତୁ । RBI କହିଛନ୍ତି କି Debit Cards, Credit Cardsର ସୁରକ୍ଷା ଦୃଷ୍ଟିରୁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ବ୍ୟାଙ୍କ ପାଖରେ ରହିବ ଏହାର ଅଧିକାର

ଏହି ନିୟମ ଅନୁସାରେ ବ୍ୟାଙ୍କ ନିଷ୍ପତି ନେଇ ପାରିବ କି କେଉଁ କେଉଁ କାର୍ଡକୁ ବନ୍ଦ କରିବାର ଅଛି ଓ କେଉଁ କାର୍ଡ କୁ ନୁହେଁ । ଏହା ଛଡା ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ କାର୍ଡର ଉପଯୋଗ Online Transaction ପାଇଁ କରାଯାଇ ନାହିଁ, ତାକୁ ଅନ୍ତରାଷ୍ଟ୍ରୀୟ ଓ Contactless Transaction ପାଇଁ ଅନିବାର୍ୟ ରୂପରେ ବନ୍ଦ କରି ଦିଆଯିବ । ଏହା ଛଡା RBI ବ୍ୟାଙ୍କମାନଙ୍କୁ ସବୁ ପ୍ରକାରର ଟଙ୍କାର ନେବା ଦେବା ପାଇଁ କିମ୍ବା ତାକୁ ବନ୍ଦ କରିବା ପାଇଁ କିମ୍ବା ସଂଶୋଧିତ କରିବା ପାଇଁ ଗ୍ରାହକମାନଙ୍କୁ ସୁବିଧା ପ୍ରଦାନ କରିବା ପାଇଁ ବି କହିଛନ୍ତି ।

ଗ୍ରାହକମାନଙ୍କୁ କରାଯିବ SMS, E – Mail

RBI ଏହି ଅଧିସୂଚନାରେ କହିଛନ୍ତି କି Contactless Payment Service Mobile Application / Internet Banking / ATM / Interactive Voice Response (IVR) ଭଳି ଏହି ସବୁ ସୁବିଧାକୁ ୨୪ ଘଣ୍ଟା ଗ୍ରାହକମାନଙ୍କୁ ପ୍ରଦାନ କରାଯିବା ଉଚିତ । RBI ବ୍ୟାଙ୍କଙ୍କୁ କାର୍ଡରେ କୌଣସି ପ୍ରକାରର ଚେଞ୍ଜେସ କରିବା ଉପରେ କାର୍ଡଧାରକଙ୍କୁ SMS କିମ୍ବା E – Mail ପଠାଇବା ପାଇଁ ବି କହିଛନ୍ତି ।

Leave a Reply

Your email address will not be published. Required fields are marked *