ବନ୍ଧୁଗଣ ଆପଣ ମାନେ ସମସ୍ତେ ସାପର ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିଥିବେ । ତେବେ ଆମ ଏହି ଦୁନିଆରେ ସାପର ଅନେକ ପ୍ରଜାତି ଅଛନ୍ତି ହେଲେ ଆମ ହିନ୍ଦୁ ଧର୍ମରେ ନାଗ ସାପର ବହୁତ ପୌରାଣିକ ମାନ୍ୟତା ରହିଛି । ପୁରାଣ ଶାସ୍ତ୍ର ଅନୁସାରେ ଭଗବାନ ଶିବ ସବୁବେଳେ ନିଜ ବେକରେ ନାଗ ସାପକୁ ଧାରଣ କରିଥାନ୍ତି । ନାଗ ସହ ସହ ଜଡିତ କେତେକ ଅନ୍ଧ ବିଶ୍ଵାସ ମଧ୍ୟ ଅଛି ।
ଅନେକ ଲୋକ ନାଗ ସାପକୁ ଦେଖିଲେ ପୂଜା କରନ୍ତି ତ ଅନେକ ଲୋକ ଭୟ କରନ୍ତି । ନାଗ ସାପ ଯେତିକି ପୂଜନୀୟ ସେତିକି ମାରାତ୍ମକ ମଧ୍ୟ ଅଟେ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ନାଗ ସାପ ସହ ଜଡିତ ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଭାଇରାଲ ହେଉଥିବା ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ।
ଏହି ଭିଡିଓଟି ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ବନ୍ଧୁଗଣ ବାଲେଶ୍ଵର ଜିଲ୍ଲା ପବନଧୁଳି ପଞ୍ଚାୟତର ମଛଦା ଗାଁରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ବନ୍ଧୁଗଣ ଏଠାରେ ଏକ ଚନ୍ଦ୍ରନାଗ ସାପ ଜାଲ ଭିତରେ ଫସିଯାଇଥିଲା ।
ଦୀର୍ଘ ୭ ଦିନ ପର୍ଯ୍ୟନ୍ତ ସାପଟି ସେହି ଜାଲରେ ଫସି ହୋଇ ରହିଥିଲା । ଗାଁ ଲୋକ ମାନେ ଏହା ବିଷୟରେ ଜାଣିବା ପରେ ବନ ବିଭାଗକୁ ଏହାର ସୂଚନା ଦେଇଥିଲେ । କିଛି ସମୟ ମଧ୍ୟରେ ଜଣେ ପ୍ରାଇଭେଟ ସାପ ଧରାଳି ଘଟଣା ସ୍ଥଳରେ ପହଞ୍ଚି ଥିଲେ । ତେବେ ସାପ ଧରାଳି ଜଣକ ଅତି ସାବଧାନତାର ସହ ଜାଲକୁ କଇଁଚିରେ କାଟି ସାପକୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ ।
ବନ୍ଧୁଗଣ ୭ ଦିନ ଯାଏଁ ସାପଟି କିଛି ଖାଇ ନଥିଲା ଓ ପିଇ ନଥିଲା । ଜାଲରୁ ବାହାରିବା ସମୟରେ ସାପକୁ ପାଣି ପିଇବା ପାଇଁ ଦିଆଯାଇଥିଲା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସାପଟି ପାଣି ପିଇଲା । ପାଣି ପିଇବା ପରେ ସାପ ଧରାଳି ଜଣକ ଚନ୍ଦ୍ରନାଗ ସାପକୁ ନେଇ ଏକ ଉପଯୁକ୍ତ ସ୍ଥାନରେ ଛାଡିବା ପାଇଁ ଚାଲିଗଲେ । ତା ହେଲେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।