ଏଥର ସ୍ତ୍ରୀ ଦେବ ସ୍ଵାମୀକୁ ଭରଣ ପୋଷଣ ଖର୍ଚ୍ଚ, High Court ଦେଲେ ବଡ ନିସ୍ପତି, କିନ୍ତୁ କେଉଁ ପରିସ୍ଥିତିରେ ଦେଖନ୍ତୁ…  

ଛାଡପତ୍ର ପରେ ସ୍ତ୍ରୀ ନେବ ସ୍ଵାମୀଙ୍କ ଭରଣ ପୋଷଣ ଦାୟିତ୍ଵ । ଦେବାକୁ ପଡିବ ମାସିକ ଖର୍ଚ୍ଚ । କୌଣସି ବିବାହ ବିଚ୍ଛେଦ ମାମଲା ଆପଣ ଦେଖିଥିବେ ଆଉ ଏଥିପାଇଁ ସ୍ଵାମୀ ସ୍ତ୍ରୀକୁ ଭରଣ ପୋଷଣ ଅର୍ଥ ଦେବା କଥା ବି ଆପଣ ଜାଣିଥିବେ । ହେଲେ ନିକଟରେ ଆଉରଙ୍ଗାବାଦ ହାଇକୋର୍ଟ ଏକ ଏପରି ରାୟ ଶୁଣାଇ ଛନ୍ତି ଯାହା ପୁରା ଓଲୋଟା । ଏଠି ସ୍ଵାମୀଙ୍କୁ ନୁହେଁ ସ୍ତ୍ରୀଙ୍କୁ ଦେବାକୁ ପଡିବ ସ୍ଵାମୀଙ୍କ ଭରଣ ପୋଷଣ ଟଙ୍କା ।

ବନ୍ଧୁଗଣ ମହାରାଷ୍ଟ୍ରରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠି ମହିଳା ଜଣକ ତାଙ୍କ ସ୍ଵାମୀଙ୍କୁ ମାସିକ ଭରଣ ପୋଷଣ ଟଙ୍କା ଦେବାକୁ ବାଧ୍ୟ । ମହରାଷ୍ଟ୍ର ନନ୍ଦେଡ଼ରେ ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ସ୍ଥାନୀୟ କୋର୍ଟ ଉକ୍ତ ମହିଳାଙ୍କୁ ତାଙ୍କ ପୂର୍ବ ସ୍ଵାମୀଙ୍କୁ ଭରଣ ପୋଷଣ ପାଇଁ ମାସକୁ 3 ହଜାର ଟଙ୍କା ଦେବେ ବୋଲି କୋର୍ଟ ରାୟ ଦେଇଛନ୍ତି । ସ୍ଥାନୀୟ କୋର୍ଟଙ୍କ ଏହି ରାୟକୁ ବମ୍ବେ କୋର୍ଟ ମଧ୍ୟ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି ।

ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏମିତି କଣ ହେଲା ଯେ, ଏଠି ସ୍ଵାମୀଙ୍କୁ ସ୍ତ୍ରୀ ଟଙ୍କା ଦେବା ପାଇଁ ବାଧ୍ୟ । ଘଟଣା ହେଉଛି ଦୁହେଁ 1992 ମସିହା ଏପ୍ରିଲ ମାସ 17 ତାରିଖରେ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ପତ୍ନୀ ଅଦାଲତକୁ ସ୍ଵାମୀ ତାଙ୍କ ପ୍ରତି ନିର୍ଦୟ ହେଉଛନ୍ତି ବୋଲି ଅଭିଯୋଗ ଆଣି ଛାଡପତ୍ର ପାଇଁ ଅପିଲ କରିଥିଲେ । ଏହାକୁ 2015 ମସିହାରେ ସ୍ଥାନୀୟ କୋର୍ଟ ଅନୁମତି ଦେଇଥିଲେ ।

ଛାଡପତ୍ର ପରେ ସ୍ଵାମୀ ନାନ୍ଦେଡ଼ର ନିମ୍ନ ଅଦାଲତରେ ଏକ ପିଟିସନ ଦାଖଲ କରି କହିଥିଲେ ଯେ, ତାଙ୍କ ଆର୍ଥିକ ଅବସ୍ଥା ବହୁତ ଖରାପ ହେଲେ ପତ୍ନୀଙ୍କର ତ ଚାକିରି ଅଛି । ସ୍ଵାମୀଙ୍କର ଯୁକ୍ତି ଥିଲା ଯେ, ତାଙ୍କର ଚାକିରି ନଥିବା ବେଳେ ପତ୍ନୀ କିନ୍ତୁ ଉଚ୍ଚ ଶିକ୍ଷିତା ଓ ରୋଜଗାର କ୍ଷମ । ତାଙ୍କ ପତ୍ନୀଙ୍କୁ ଶିକ୍ଷିତ କରିବାକୁ ସେ ଅନେକ କଷ୍ଟ କରିଛନ୍ତି । ବିବାହ ପରେ ତାଙ୍କୁ ଅନେକ ପାଠ ପଢାଇବା ସହ ତାଙ୍କୁ ଚାକିରି କରେଇବା ଯାଏଁ ଅନେକ କଷ୍ଟ କରିଛନ୍ତି ସ୍ଵାମୀ ।

ଏପରି କି ନିଜ ଇଚ୍ଛାକୁ ମାରି ତାଙ୍କୁ ରୋଜଗାର କ୍ଷମ ମଧ୍ୟ କରିଛନ୍ତି । ଘରର ବିଭିନ୍ନ କାର୍ଯ୍ୟ ମଧ୍ୟ ସେ ନିଜେ କରିଥାନ୍ତି । ତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧିତ ଅନେକ ସମସ୍ୟା ରହିଛି । ତାଙ୍କ ପତ୍ନୀ ମାସକୁ 30 ହଜାର ଟଙ୍କା ରୋଜଗାର କରନ୍ତି । ତେଣୁ ଦୟାକରି ତାଙ୍କ ପତ୍ନୀଙ୍କ ଠାରୁ ଭରଣ ପୋଷଣ ଦିଆଯାଉ ବୋଲି ସେ ପିଟିସନ ଫାଇଲ କରିଥିଲେ ।

କୋର୍ଟ ମଧ୍ୟ ସ୍ଵାମୀଙ୍କ ପିଟିସନକୁ ଗ୍ରହଣ କରିଛନ୍ତି ଓ ପତ୍ନୀ ମାସିକ ଟଙ୍କା ଦେବେ ବୋଲି ନିର୍ଦ୍ଦେଶ ଦେଇଛି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *