ଯଦି ଆପଣଙ୍କ ନାମ S ରୁ ଆରମ୍ଭ ହେଉଛି ତେବେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ

ବ୍ଯକ୍ତିର ନାମ ତା’ର ସ୍ଵଭାବ ଓ ଭବିଷ୍ୟତ ଉପରେ ଅଧିକ ପ୍ରଭାବ ପକାଇଥାଏ । ଏଥିପାଇଁ ତ କଥାରେ କୁହାଯାଇଛି ଯେଉଁ ବ୍ଯକ୍ତିର ନାମ ଯେପରି ସେହି ବ୍ଯକ୍ତିର ସ୍ଵଭାବ ମଧ୍ୟ ସେହିପରି ହୋଇଥାଏ । ସେଥିପାଇଁ ତ ପ୍ରତ୍ଯେକ ମାତା ପିତା ନାମ କରଣ ପୂର୍ବରୁ ଶୁଦ୍ଧି କରି ନାମ ରଖି ଥାଆନ୍ତି । ତେବେ ଆସନ୍ତୁ ଜାଣିବା ‘S” ଅକ୍ଷର ରୁ ଆରମ୍ଭ ନାମର ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ ବିଷୟରେ ।

ଏହି ବ୍ୟକ୍ତିମାନେ ଦେଖିବାକୁ ତ ବହୁତ ସ୍ମାର୍ଟ ଓ ସୁନ୍ଦର ତ ହୋଇଥାନ୍ତି କିନ୍ତୁ ଏମାନଙ୍କ ହୃଦୟ ଏମାନଙ୍କ ଠାରୁ ଅଧିକ ସୁନ୍ଦର ହୋଇଥାଏ। ଏମାନେ ସାଧାରଣତଃ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନଙ୍କ ପରିଶ୍ରମ ବଳରେ ଏମାନେ ସମାଜରେ ସୁପ୍ରତିଷ୍ଠିତ ଓ ଧନିଶୀଳ ବ୍ୟକ୍ତି ହୋଇଥାନ୍ତି । ଏମାନେ ପ୍ରତ୍ଯେକ କାମ ନିଜ ଅନୁସାରେ କରିବାକୁ ପସନ୍ଦ କରନ୍ତି । ଏମାନେ ନିଜ କଥାକୁ ଅନ୍ୟ ଆଗରେ ସ୍ପଷ୍ଟ ଭାବରେ କହି ପାରନ୍ତି ନାହିଁ । ସେଥିପାଇଁ ବେଳେବେଳେ ଏମାନଙ୍କୁ ସମାଲୋଚନାର ଶିକାର ହେବାକୁ ପଡେ ।

ଏମାନଙ୍କୁ ଯେଉଁଠାରୁ ଯାହା ବି ଜ୍ଞାନ ମିଳେ ସେମାନେ ତାହାକୁ ହାସଲ କରିବା ପାଇଁ ପଛଘୁଞ୍ଚା ଦେଇ ନଥାନ୍ତି । ଏହି ନାମର ପୁରୁଷ ବ୍ୟକ୍ତି ନାରୀ ମାନଙ୍କ ଅପେକ୍ଷା ବେସ ଆକର୍ଷକ ଓ ପ୍ରଭାବଶାଳୀ ହୋଇଥାନ୍ତି । ନିଜ ଭିତରେ କଣ ଚାଲିଛି ଏମାନେ କାହାକୁ ବି ଜାଣିବାକୁ ଦିଅନ୍ତି ନାହିଁ । ଏମାନଙ୍କ ମସ୍ତିସ୍କ ସହ ଏମାନଙ୍କ କାନ, ନାକ ଆଖି ମଧ୍ୟ ସବୁବେଳେ କାର୍ଯ୍ୟଶୀଳ ଥାଏ । ଏମାନେ କିଛି କରିବା ପୂର୍ବରୁ ନିଜ ଚାରି ପାଖରେ କଣ କଣ ଘଟୁଛି ସେ ସବୁର ଖବର ମଧ୍ୟ ରଖିଥାନ୍ତି ।

 

ଏମାନେ ଅନ୍ୟକୁ କିଛି ଦେବାକୁ ତ ପସନ୍ଦ କରି ନ ଥାଆନ୍ତି କିନ୍ତୁ ଦରକାର ଥିବା ବ୍ୟକ୍ତିକୁ ନିଜର ସବୁ କିଛି ଦେଇ ଦେଇ ଥାନ୍ତି । ଏମାନେ ହୃଦୟରୁ ତ ଖରାପ ନୁହଁନ୍ତି କିନ୍ତୁ ଏମାନଙ୍କ ଜିଦ୍ଖୋର ପ୍ରକୃତି ଓ କଠୋର ସ୍ଵଭାବ ଯୋଗୁ ଲୋକମାନେ ଏମାନଙ୍କୁ ଖରାପ ଭାବିଥାନ୍ତି । ଏମାନେ ବହୁତ ଦାୟିତ୍ଵବାନ ଓ ଧୈର୍ଯ୍ୟଶୀଳ ବ୍ୟକ୍ତି ହୋଇଥାନ୍ତି । ନିଜ କାମ କିପରି ହାସଲ କରି ହେବ ଏମାନଙ୍କୁ ବେସ ଭଲ ଭାବରେ ଜଣା ଥାଏ ।

ନିଜ କ୍ଯାରିୟର କୁ ନେଇ ଏମାନେ ବହୁତ ଚିନ୍ତିତ ରୁହନ୍ତି କିନ୍ତୁ କଳେବଳେ କୌଶଳେ ଏମାନେ ଏଥିରେ ସଫଳତା ମଧ୍ୟ ହାସଲ କରିଥାନ୍ତି । ଏମାନେ ପ୍ରତ୍ଯେକ କାମକୁ ନିଷ୍ଠାର ସହ ତୁଲାଇଥାନ୍ତି ଓ ଯେ କୌଣସି କର୍ମ ସଂସ୍ଥାନରେ ରୁହନ୍ତି ନିଜ ମାଲିକ ପ୍ରତି ସଚ୍ଚୋଟତା ପ୍ରଦର୍ଶନ କରିଥାନ୍ତି । ପ୍ରେମ ସମ୍ପର୍କରେ ଏମାନେ ଟିକେ ସ୍ଵାର୍ଥପର ହୋଇଥାନ୍ତି, କାରଣ ଏମାନଙ୍କୁ ଭଲ ପାଇବାକୁ ଅନ୍ୟ କେହି ଦେଖୁ ଏହା ଏମାନେ ସହ୍ୟ କରି ପାରନ୍ତି ନାହିଁ ।

ଏହା ପଛରେ ଏମାନଙ୍କର ଗୋଟିଏ ଭାବନା ଥାଏ ଯେ ଏମାନେ ନିଜ ଭଲ ପାଇବାକୁ ଅନ୍ୟ କାହା ସହ ଶେୟାର କରିବାକୁ ଚାହାଁନ୍ତି ନାହିଁ । ବନ୍ଧୁତା କରିବା ପାଇଁ ଏମାନେ ସବୁବେଳେ ଆଗରେ ଥାଆନ୍ତି ସେଥିପାଇଁ ଏମାନଙ୍କ ଫ୍ରେଣ୍ଡଲିଷ୍ଟ ବହୁତ ଲମ୍ବା ଥାଏ । ଏମାନଙ୍କର ହସ ହସ ସ୍ଵଭାବ ହୋଇଥିବାରୁ ଅନ୍ୟ ମାନଙ୍କ ଠାରୁ କିପରି କାର୍ଯ୍ୟ ହାସଲ କରାଯିବ ଏମାନଙ୍କୁ ବେସ ଭଲ ଭାବରେ ଜଣା ଥାଏ ।

ଏମାନେ ଅନ୍ୟମାନଙ୍କ ସହ କିଛି ବି ଶେୟାର କରିବାକୁ ପସନ୍ଦ କରନ୍ତି ନାହିଁ । ଏହା ତ ଥିଲା “S” ନାମର ବ୍ୟକ୍ତିଙ୍କ ସ୍ଵଭାବ ବିଷୟରେ । ତେବେ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ଯୋଡି ହେବା ପାଇଁ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *