ସିନ୍ଦୁର ଡବାରେ ଚୁପଚାପ କାହାକୁ ନଜଣାଇ ରଖି ଦିଅନ୍ତୁ ଏହି ଗୋଟେ ଜିନିଷ ! ସ୍ଵାମୀଙ୍କ ଭାଗ୍ୟ ଚମକି ଉଠିବ !

ହିନ୍ଦୁ ଧର୍ମରେ ବିବାହିତା ନାରୀଙ୍କ ପାଇଁ ସିନ୍ଦୁରର ଖାସ୍ ମହତ୍ଵ ରହିଥାଏ । ଏହି ସିନ୍ଦୁର ଜଣେ ସଧବା ନାରୀର ପରିଚୟ ହୋଇଥାଏ । କାରଣ ସିନ୍ଦୁର ହେଉଛି ବିବାହିତା ମହିଳାଙ୍କର ସୁହାଗର ପ୍ରତୀକ । ତେବେ ହିନ୍ଦୁ ଧର୍ମର ସବୁ ମହିଳା ମାନେ ସିନ୍ଦୁର ନିଜ ମଥାରେ ତ ଅବଶ୍ୟ ଲଗାଇଥାନ୍ତି । ହେଲେ ସିନ୍ଦୁର ଲଗାଇବା ସମୟରେ ଯେଉଁ ମହିଳା ମାନେ ଏପରି କିଛି ଭୁଲ କରି ବସିଥାନ୍ତି । ଯାହା ସେହି ମହିଳାଙ୍କ ସ୍ଵାମୀଙ୍କ ଜୀବନକୁ ବର୍ବାଦ କରିଦେଇଥାଏ ।

ତେଣୁ ସିନ୍ଦୁର ଲଗାଇବାର ସଠିକ ନିୟମ ଓ ଏଥିସହ ଜଡିତ କିଛି ଗୁରୁତ୍ଵପୂର୍ଣ୍ଣ କଥା ଏଠାରେ କହିବାକୁ ଯାଉଛୁ । 1- ବିବାହିତ ମହିଳା ମାନଙ୍କୁ ସିନ୍ଦୁର ନିଜ ଟଙ୍କାରେ କିଣିକି ପିନ୍ଧିବା ଉଚିତ । କୌଣସି ଅନ୍ୟର ଟଙ୍କାରେ କିଣାଯାଇଥିବା ସିନ୍ଦୁରକୁ ମହିଳା ମାନେ ଲଗାଇବା ଅନୁଚିତ ।

2- ନିଜ ମଥାରେ କେବେବି ଅନ୍ୟ କୌଣସି ମହିଳାଙ୍କର ସିନ୍ଦୁରକୁ ଆଣି ଲଗାଇବା ଉଚିତ ହୋଇନଥାଏ । ନଚେତ ସେହି ମହିଳାଙ୍କ ସ୍ଵାମୀଙ୍କୁ ଧନ ସମ୍ବଦ୍ଧିତ ସମସ୍ଯାର ସାମ୍ନା କରିବାକୁ ପଡିଥାଏ । 3- ସିନ୍ଦୁର ଲଗାଇବା ସମୟରେ ମହିଳା ମାନଙ୍କୁ ନିଜ ସ୍ଵାମୀଙ୍କ ମଙ୍ଗଳ କାମନା ବିଷୟରେ ଭାବି ଦେବୀ ମା’ଙ୍କୁ ସ୍ମରଣ କରି ସିନ୍ଦୁର ଲଗାଇବା ଦରକାର ।

4- ପିରିୟଡ୍ ସମୟରେ ମହିଳା ମାନେ ସିନ୍ଦୁର ଲଗାଇବାକୁ ବର୍ଜନ କରାଯାଇଛି । ତେଣୁ ଏହି ସମୟରେ ସିନ୍ଦୁର ଲଗାନ୍ତୁ ନାହିଁ । 5- ସିନ୍ଦୁର ତଳେ ପଡିବାକୁ ଶୁଭ ମନା ଯାଇନଥାଏ । ତେଣୁ ସିନ୍ଦୁରକୁ ଉପଯୁକ୍ତ ସ୍ଥାନରେ ରଖିବା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଏଥିସହ ମା’ ପାର୍ବତୀଙ୍କୁ ସିନ୍ଦୁର ପଡିଯିବା ପାଇଁ କ୍ଷମା ପ୍ରାଥନା କରନ୍ତୁ । ଯାହା ଦ୍ଵାରା ସମସ୍ତ ବିପଦ ଟଳିଯାଇଥାଏ  ।

6- ସିନ୍ଦୁର ଲଗାଇବା ସମୟରେ ଅନ୍ୟ କାହା ଆଗରେ ବସି ସିନ୍ଦୁର ଲଗାଇବା ଉଚିତ ନୁହଁ । କାରଣ ଅନ୍ୟ ମାନଙ୍କ ସାମ୍ନାରେ ବସି ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ଉପରେ କାହାର ନଜର ଲାଗି ଯାଇପାରେ । ତେଣୁ ସିନ୍ଦୁର ଲଗାଇବା ସମୟରେ ମୁଣ୍ଡରେ ଓଢଣା ଦେଇ ସିନ୍ଦୁର ଲଗାନ୍ତୁ ।

7- ମଥାରେ ସିନ୍ଦୁର ଲଗାଇବା ପାଇଁ ସବୁବେଳେ ଶୁଖିଲା ସିନ୍ଦୁରର ବ୍ୟବହାର କରନ୍ତୁ । କାରଣ ବର୍ତ୍ତମାନ ସମୟରେ ଅନେକ ମହିଳା ଲିକ୍ଵୀଡ ର ସିନ୍ଦୁର ନିଜ ମଥାରେ ଲଗାଇବା ପାଇଁ ବ୍ୟବହାର କରୁଛନ୍ତି । 8-ଝିଙ୍କ କଣ୍ଟା ବା ରୂପା କାଠି ଦ୍ଵାରା ସିନ୍ଦୁର ଲଗାଇବା ଉଚିତ । ମହିଳା ମାନେ ନିଜ ସିନ୍ଦୁର ଡବାରେ ଗୋଟିଏ ପଇସାର କଇନ ନିହାତି ପକାଇ ରଖନ୍ତୁ । ଏହାଦ୍ବାରା ମାତା ପାର୍ବତୀଙ୍କ ଆଶ୍ରୀବାଦ ପ୍ରାପ୍ତ ହୋଇଥାଏ । ଏଥିସହ ସ୍ଵାମୀଙ୍କର ଧନ ଜନିତ ସମସ୍ଯା ମଧ୍ୟ ହୋଇନଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *