ପୂଜାରେ ବ୍ଯବହ୍ରୁତ ନଡିଆ ଖରାପ ବାହାରିବାର ଅର୍ଥ କଣ ହୋଇଥାଏ ? ଜାଣନ୍ତୁ କଣ ଏହା ସଂକେତ ଦେଇଥାଏ ?

ବନ୍ଧୁଗଣ ପୂଜା କାର୍ଯ୍ୟରେ ଆମେ ସମସ୍ତେ ବିଭିନ୍ନ ପ୍ରକାର ଫଳମୂଳ ଦରକାର କରିଥାଉ । ଏଥିସହ ପ୍ରତ୍ଯେକଟି ପୂଜା, ପର୍ବପର୍ବାଣୀରେ ଆମେ ନଡିଆର ଅବଶ୍ୟ ବ୍ୟବହାର କରିଥାଉ । ହେଲେ ପୂଜା କରିବା ସମୟରେ ନଡିଆଟି ବେଳେବେଳେ ଅନେକଙ୍କର ଖରାପ ବାହାରିଯାଇଥାଏ । ଯାହା ଦେଖି ବ୍ୟକ୍ତି ଅତ୍ୟନ୍ତ ବିଚଳିତ ହୋଇଯାଇଥାନ୍ତି । ମନରେ ଅନେକ ଖରାପ ଭାବନା ମଧ୍ୟ ଆସିବାରେ ଲାଗିଥାଏ ।

କାରଣ ପୂଜାରେ ନଡିଆ ଖରାପ ନଡିଆ ବାହାରିବା ଯୋଗୁ ଭଗବାନ ଏଥିପାଇଁ ଆମକୁ ଖରାପ ଭାବିପାରନ୍ତି । କି ଏହାର ଅଶୁଭ ଫଳ ଆମ ପରିବାରକୁ ଭୋଗିବାକୁ ମଧ୍ୟ ପଡିପାରେ, ଏଭଳି ଅନେକ କିଛି କଥା ମନ ମଧ୍ୟରେ ଆନ୍ଦୋଳିତ ହୋଇଥାଏ । ହେଲେ ଏଠାରେ ଆମେ କହିବା ପାଇଁ ଯାଉଛୁ । ଯେ ପୂଜାରେ ବ୍ଯବହ୍ରୁତ ନଡିଆ ଖରାପ ବାହାରିବା ଅର୍ଥ ଏହା ଅଶୁଭ ହୋଇନଥାଏ । ଏହାର ପଛରେ କିଛି ଅଲଗା କାରଣ ରହିଥାଏ ।

ଶାସ୍ତ୍ରରେ ନଡିଆକୁ ମା’ ଲକ୍ଷ୍ମୀଙ୍କର ପ୍ରତୀକ ବୋଲି କୁହାଯାଇଥାଏ । ତେବେ ନଡିଆର ଅନ୍ୟ ନାମ ହେଉଛି ଶ୍ରୀଫଳ । କୌଣସି ପୂଜା କାର୍ଯ୍ୟ ନଡିଆ ବିନା ସଫଳ ହୋଇପାରିନଥାଏ । କାରଣ ପ୍ରତ୍ଯେକଟି ଶୁଭ କାର୍ଯ୍ୟରେ ନଡିଆ ଭାଙ୍ଗିବା ଦ୍ଵାରା କାର୍ଯ୍ୟଟି ବିନା ବାଧାବିଘ୍ନରେ ହୋଇଥାଏ । ତେବେ ପୂଜାରେ ଲାଗିଥିବା ନଡିଆଟି ଯଦି ଖରାପ ବାହାରିଯାଏ । ତେବେ ଏହା ଶୁଭ ସଂକେତ ହୋଇଥାଏ ବୋଲି ଜାଣି ରଖନ୍ତୁ ।

ଯଦି ନଡିଆ ବାଡା ହେବା ପରେ ତାହା ଖରାପ ବାହାରିଥାଏ । ତେବେ ତାହାକୁ ଭଗବାନ ଗ୍ରହଣ କରିସାରିଥାନ୍ତି ବୋଲି ମନା ଯାଇଥାଏ । ସେହି କାରଣରୁ ନଡିଆ ମଧ୍ୟ ଭାଗଟି ଶୁଖିଯାଇଥାଏ । ଯାହାକୁ ଆମେ ଖରାପ ନଡିଆ ବୋଲି କହିଥାଉ । ଏହା ଛଡା ନଡିଆ ଖରାପ ବାହାରିବା ଦେଖିଲେ । ଭଗବାନ ଆପଣଙ୍କର କୌଣସି ଏକ ମନୋସ୍କାମନା ପୂରଣ କରିବାକୁ ଯାଉଛନ୍ତି ବୋଲି କୁହାଯାଇଥାଏ ।

ତେଣୁ ଏହି ସମୟରେ ଯଦି ଆପଣ କିଛି ଭଗବାନଙ୍କୁ ଗୁହାରୀ କରି ମାଗିଥାନ୍ତି । ଈଶ୍ଵର ଅବଶ୍ୟ ଆପଣଙ୍କର ପ୍ରାଥନା ଶୁଣିଥାନ୍ତି । ତେଣୁ ନଡିଆ ଖରାପ ବାହାରିବା ଦେଖି ଆପଣ ଚାହିଁଲେ, ଭଗବାନଙ୍କୁ ନିଜର ମନୋସ୍କାମନା ସମ୍ପର୍କରେ ଜଣାଇ ପାରିବେ । ଯଦି ପୂଜା ପରେ ନଡିଆଟି ଭଲ ବାହାରିଥାଏ । ତେବେ ତାହାକୁ ପୂଜା ପରେ ପ୍ରସାଦ ରୂପେ ଅନ୍ୟ ମାନଙ୍କୁ ବାଣ୍ଟିଦେବା ଉଚିତ ।

କାରଣ ପ୍ରସାଦ ନିଜେ ଖାଇବା ସହ ଅନ୍ୟ ମାନଙ୍କୁ ଖୁଆଇବା ବହୁତ ଶୁଭ ମନା ଯାଇଥାଏ । ତେଣୁ ଯଦି ନଡିଆ କେବେ ଖରାପ ବାହାରିଥାଏ । ତେବେ ଏଥିପାଇଁ ଆଦ୍ୱ ମଧ୍ୟ ବିଚଳିତ ହେବା ଉଚିତ ହୋଇନଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *