ସମ୍ବନ୍ଧ ବନାଇବା ପରେ କଲେ ଶିବପୁଜା, ଜାଣନ୍ତୁ କଣ ହେଲା ଏହାର ପରିଣାମ- Shiv Puran

ବନ୍ଧୁଗଣ ମହର୍ଷି ଦଧିଚି କୁ କିଏ ବା ନ ଜାଣେ। ସେ ନିଜର ଅସ୍ଥି କୁ ଦେବତା ଙ୍କୁ ଦାନ କରି ସେମାନଙ୍କ ରକ୍ଷା କରି ଥିଲେ ସେହି ଅସ୍ଥି ରୁ ଏକ ଅସ୍ତ୍ର ପ୍ରସ୍ତୁତ ହେଲା ଯାହା ବଜ୍ରାସ୍ତ୍ର ନାମରେ ପରିଚିତ ଯାହାକୁ ମହାରାଜା ଇନ୍ଦ୍ର ନିଜ ଅସ୍ତ୍ର ରୂପେ ଧରି ଥାନ୍ତି । ତେବେ ଆପଣ କଣ ଜାଣିଛନ୍ତି ଦଧିଚି ଙ୍କ ଏକ ପୁତ୍ର ଥିଲେ ଯାହାର ନାମ ଦେବଲ । ସେ ଥରେ ନିଜ ସ୍ତ୍ରୀ ଙ୍କ ସହ ରତି କରି ସାରି ଶିବଙ୍କର ପୂଜା ଅର୍ଚ୍ଚନା କରିଥିଲେ ଏବଂ ତା ପରେ କଣ ହେଲା ଚାଲନ୍ତୁ ସେ ବିଷୟରେ ଆଜି ଜାଣିବା ।

ଭଗବାନ ଶିବଙ୍କ ପରମ ଭକ୍ତ ମହର୍ଷି ଦଧିଚି ଙ୍କ ପୁତ୍ର ଙ୍କ ନାମ ଶିବ ଦର୍ଶନ ଓ ତାଙ୍କୁ ଦେବଲ ବୋଲି ମଧ୍ୟ କୁହାଯାଏ । ଦେବଲଙ୍କ ସ୍ତ୍ରୀ ଙ୍କ ନାମ ଦୁକୁଲା ଥିଲା । ଦେବଲ ସଦା ସର୍ବଦା ନିଜ ସ୍ତ୍ରୀ ଙ୍କ ସହ ଭୋଗ ବିଳାସ ରେ ବୁଡି ରହିଥାନ୍ତି ଏବଂ ତାଙ୍କର ୪ ପୁତ୍ର ମଧ୍ୟ ଥିଲେ।

ମହର୍ଷି ଦଧିଚି ଙ୍କ ଭୟ ରେ ଦେବଲ ଭଗବାନ ଶିଵଙ୍କ ପୂଜା ଆରାଧନା କରନ୍ତି । ଗୋଟେ ଦିନ କିଛି କାରଣ ଯୋଗୁଁ ମହର୍ଷି ଦଧିଚି ଅନ୍ୟ ଗ୍ରାମ କୁ ଯାଇଥିଲେ ଏବଂ ନିଜ ପୁତ୍ର ଦେବଲ କୁ ଭଗବାନ ଶିବ ଙ୍କ ପୂଜା ର ଦାୟିତ୍ୱ ମଧ୍ୟ ଦେଇ ଯାଇଥିଲେ। କିନ୍ତୁ କିଛି ଜରୁରୀ କାର୍ଯ୍ୟ ଯୋଗୁଁ ଦଧିଚି ସେ ଗ୍ରାମ ରେ କିଛି ଦିନ ରହିଗଲେ ଓ ଏହା ମଧ୍ୟରେ ମହାଶିବରାତ୍ରି ଆସି ଯାଇଥିଲା ।

ଭୂ ଲୋକ ରେ ଥିବା ସମସ୍ତ ପ୍ରାଣୀ ମହାଦେବଙ୍କ ପୂଜା ଅର୍ଚ୍ଚନା ରେ ମଗ୍ନ ହୋଇ ଯାଇଥାନ୍ତି । କିନ୍ତୁ ମହର୍ଷି ଦଧିଚି ଙ୍କ ପୁତ୍ର ଦେବଲ ସେଦିନ ମଧ୍ୟ ଭୋଗ ବିଳାସ ରେ ବୁଡି ରହୁଥିଲେ ଏବଂ ବିନା ସ୍ନାନ ରେ ମହାଦେବ ଙ୍କ ପୂଜା କରିବାକୁ ଚାଲିଗଲେ । ଏହା ଦେଖି ମହାଦେବ ଅତ୍ୟଧିକ କ୍ରୋଧିତ ହୋଇଗଲେ ।

ଏବଂ ଦେଵଲଙ୍କ ନିକଟରେ ଦର୍ଶନ ଦେଇ ତାଙ୍କୁ ଅଭିଶାପ ଦେଲେ କି ସେ ଜଡ ହୋଇଯିବେ ଏବଂ କୋଣସି ନାରୀ ସହ ସଂଭୋଗ କରିପାରିବେ ନାହିଁ । ଯେବେ ଦଧିଚି ଫେରିଲେ ତେବେ ନିଜ ପୁତ୍ରର ଏହି ଦୁର୍ଦ୍ଦଶା ଦେଖି ବହୁତ ମନ ଦୁଃଖ କରିଲେ । ଏବଂ ଘୋର ତପସ୍ୟା କରିଲେ ।

ତାଙ୍କ ର ଏହି ତପସ୍ୟା ରେ ପ୍ରସନ୍ନ ହୋଇ ମାତା ପାର୍ବତୀ ଙ୍କ କଥାରେ ସେ ଦେବଲଙ୍କୁ ଘିଅ ରେ ଗାଧେଇ ଶ୍ରାପ ମୁକ୍ତ କରିଥିଲେ । ଏହି କଥା ରୁ ଆମେ ଏହା ଶିକ୍ଷା କଲୁ କି ନିଜ କର୍ମ କୁ ହିଁ ସର୍ବ ପ୍ରଥମେ ଗୁରୁତ୍ୱ ଦେବା ଆବଶ୍ୟକ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *