ଶିଶୁ କୋଭିଡ ପଜିଟିଭ ହେଲେ କଣ କରିବେ ? Dr Nirmal Kumar Mohakud

ବନ୍ଧୁଗଣ କରୋନା ମହାମାରୀର ଦ୍ଵିତୀୟ ଲହରୀ ସାରା ଦେଶରେ ଖେଳିଯାଇଛି । ଲକ୍ଷାଧିକ ଲୋକ ଏହି ଭାଇରସର ସଂକ୍ରମଣରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତି ହେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇଛନ୍ତି । ବନ୍ଧୁଗଣ ଦେଶରେ କରୋନା ମ-ହା-ମା-ରୀ ଏକ ବଡ ସମସ୍ୟାର ବିଷୟ ପାଲଟିଛି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଭାରତ ସରକାର ମେ ୧ ତାରିଖରୁ କରୋନା ଟୀକା ଦେବା ପାଇଁ ଘୋଷଣା କରିଛନ୍ତି । ବନ୍ଧୁଗଣ ଆସୁଥିବା ମେ ୧ ତାରିଖ ଠାରୁ ୧୮ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକ ମାନେ ଟୀକା ଗ୍ରହଣ କରିପାରିବେ ।

ବନ୍ଧୁଗଣ ସାଧାରଣ ମଣିଷ ମାନେ କରୋନା ଦ୍ଵାରା ଆକ୍ରାନ୍ତ ହେବା ଏକ ସ୍ଵାଭାବିକ କଥା । ବନ୍ଧୁଗଣ ପ୍ରଥମେ କରୋନା ୪୫ ରୁ ୮୦ ବର୍ଷ ବୟସ ମଧ୍ୟରେ ଅଧିକ ସଂକ୍ରମଣ ହୋଇଥିଲା । ଏହାପରେ ୨୦ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକ ବା ଯୁବପିଢିଙ୍କୁ ଏହି ଭାଇରସ ଆକ୍ରାନ୍ତ ହୋଇଥିଲା ।

ହେଲେ ବନ୍ଧୁଗଣ ବର୍ତ୍ତମାନ ୨୦ ରୁ କମ ବର୍ଷର ଛୁଆ ମାନଙ୍କୁ ଏହି ଭାଇରସ ଆକ୍ରାନ୍ତ ହେଉଛି । ଯେହେତୁ କମ ବୟସର ଛୁଆ ମାନେ ବଡ ଲୋକଙ୍କ ସଂସ୍ପର୍ଶରେ ଆସୁଛନ୍ତି ତେଣୁ ସେମାନଙ୍କୁ ଏହି ଭାଇରସର ସାମ୍ନା କରିବାକୁ ପଡୁଛି । ସାଧାରଣତଃ ଛୁଆ ମାନେ ଘର ବାହାରକୁ ଯାଉ ନାହାନ୍ତି ହେଲେ ସେମାନଙ୍କ ଘରର କୌଣସି ସଦସ୍ୟଙ୍କ ସଂସ୍ପର୍ଶରୁ ସେମାନଙ୍କୁ ଏହି ଭାଇରସ ଆକ୍ରାନ୍ତ କରୁଛି ।

ହେଲେ ବନ୍ଧୁଗଣ ଛୁଆ ମାନଙ୍କ ମଧ୍ୟରେ ଏହି ରୋଗର ଭୟ କମ ଦେଖାଯାଉଛି । ଯଦି କୌଣସି ଛୁଆକୁ ଏହି ଭାଇରସ ଆକ୍ରାନ୍ତ ହେଉଛି ତା ହେଲେ ସେମାନଙ୍କର ଥଣ୍ଡା, ଜ୍ଵର ଓ କାସ ଆଦି ଲକ୍ଷଣ ଦେଖା ଯାଉଛି । ବନ୍ଧୁଗଣ ବଡ ଲୋକ ଯଦି ଏହି ଭାଇରସରେ ଆକ୍ରାନ୍ତ ହେଉଛନ୍ତି ତା ହେଲେ ସେମାନଙ୍କୁ ନିଶ୍ଵାସ ପ୍ରଶ୍ଵାସ ନେବାରେ ସମସ୍ୟା, ଥଣ୍ଡା, ଜ୍ଵର, ଟେଷ୍ଟ ନଆସିବା ଓ ସ୍ମେଲ ନହେବା ଆଦି ସମସ୍ୟା ଦେଖାଯାଉଛି ।

ହେଲେ ଛୁଆ ମାନଙ୍କର ଏହି ସବୁ ସମସ୍ୟା ଦେଖାଯାଉ ନାହିଁ । ଯଦି ବନ୍ଧୁଗଣ କୌଣସି ଛୁଆ କୋଭିଡ ପଜିଟିଭ ହୋଇଥାଏ ତା ହେଲେ କଣ କରିବା ଉଚିତ ଆସନ୍ତୁ ଜାଣିବା ।ସାଧାରଣତଃ ଯେଉଁ ପିଲା ମାନେ ଆଲାର୍ଜି ଓ ଶ୍ଵାସ ଆଦି ରୋଗରେ ପୀଡିତ ଅଛନ୍ତି ସେହି ପିଲା ମାନଙ୍କୁ ଏହି ଭାଇରସ ବହୁତ ସହଜରେ ଆକ୍ରାନ୍ତ କରିଦେଉଛି ।

 ଯଦି କୌଣସି ପିଲାକୁ ଜ୍ଵର, ଥଣ୍ଡା ବା କାସ ଆଦି ସମସ୍ୟା ୭ ଦିନ ପର୍ଯ୍ୟନ୍ତ ରହୁଛି ଓ ପିଲା କୌଣସି ପରିସ୍ଥିତିରେ ସୁସ୍ଥ ହେଉ ନାହିଁ ତା ହେଲେ ଆପଣଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ଯଦି ପିଲା କୋଭିଡ ପଜିଟିଭ ଅଛି ତା ହେଲେ ତାକୁ ହୋମ ଆଇସୋଲେସନରେ ରଖି ଚିକିତ୍ସା କରିବା ଉଚିତ ।

ଏହି ପିଲା ମାନେ ଘରୋଇ ଚିକିତ୍ସା ନେଇ ସୁସ୍ଥ ହୋଇପାରିବେ ହେଲେ ଯେଉଁ ମାନଙ୍କୁ କାସ ଥଣ୍ଡା ଆଦି ସମସ୍ୟା ଅଧିକ ଦିନ ପର୍ଯ୍ୟନ୍ତ ରହୁଥିବ ସେମାନଙ୍କୁ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *