ଶାର୍ଦୁଳ (Shardul Thakur) ଏମିତି ପିଟିବ ବୋଲି କେବେ ଭାବି ନଥିଲି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କ୍ରିକେଟ ଦୁନିଆର ପୁଣି ଏକ ନୂଆ ଖବର ! ଗତ କିଛି ଦିନ ଧରି IPL  ମ୍ଯାଚ ଚାଲୁ ରହିଛି । ଗୋଟିଏ ଟିମ ସହ ଅନ୍ୟ ଏକ ଟିମ ମିଳିତ ଭାବରେ ମ୍ଯାଚର ପର୍ଯ୍ୟାୟକ୍ରମ ଖେଳ ଏହାରି ମଧ୍ୟରେ ଜାରୀ ରହିଛି । ତେବେ ତାହାରି ଭିତରେ ଗତ କାଲି ରୋୟାଲ ଚାଲେଞ୍ଜର୍ଷ ବାଙ୍ଗଲୋର ଓ କଲିକତା ନାଇଟ ରାଇଡ଼ର୍ସ ମଧ୍ୟରେ ମ୍ଯାଚ ରହିଥିଲା । ତେବେ ଏହି ମ୍ଯାଚ ପାଇଁ ଉଭୟ ଦଳ ଭଲ ଭାବରେ ପ୍ରସ୍ତୁତି କରି ଆସିଥିଲେ ସତ ।

କିନ୍ତୁ ବାଂଙ୍ଗଲୋରକୁ କାଲି କଲିକତା ପାଖରେ ପରାଜୟ ହେବାକୁ ପଡିଅଛି । କଲିକତାର ଇଡେନ ଗାର୍ଡେନ ଠାରେ ବାଂଙ୍ଗଲୋରକୁ ୮୧ ରନ୍ ରେ କଲିକତା ଟିମ ପରାସ୍ତ କରିଛି । ମ୍ଯାଚରେ ପ୍ରଥମ ଟସ ଜିତି ରୋୟାଲ ଚାଲେଞ୍ଜର୍ଷ ବାଙ୍ଗଲୋର ବୋଲିଂର ନିଷ୍ପତ୍ତି ନେଇଥିଲା । ପାୱାର ପ୍ଲେ ମଧ୍ୟରେ ରୋୟାଲ ଚାଲେଞ୍ଜର୍ଷ ବାଙ୍ଗଲୋର କଲିକତାର ୩ ଜଣ ପ୍ଲେୟରଙ୍କୁ ଆଉଟ କରିଦେଇଥିଲେ ।

ଭେଙ୍କେଟ ଶାଏ ୩ ରନ,ନିତୀଶ ରଣା ୧ ରନ ଓ ମନ୍ଦିପ ସିଁ କୌଣସି ରନ ନକରି ଆଉଟ ହୋଇଯାଇଥିଲେ । RCB  ବା ରୋୟାଲ ଚାଲେଞ୍ଜର୍ଷ ବାଙ୍ଗଲୋର ମ୍ଯାଚର ଅଧା ପର୍ଯ୍ୟନ୍ତ ବହୁତ ଭଲ ଖେଳ ପଦର୍ଶନ କରୁଥିଲେ । ୧୧ ଓଭର ମଧ୍ୟରେ କଲିକତାର ୫ ଜଣ ପ୍ଲେୟରଙ୍କୁ ଆଉଟ କରିସାରିଥିଲେ । ହେଲେ ଏହା ପରର ମ୍ଯାଚର ନଯାରା କିଛି ଅଲଗା ହୋଇଯାଇଥିଲା । ଯେତେବେଳେ ଶାର୍ଧୁଳ ଠାକୁର ଓ ରିଙ୍କୁ ସିଁ ମିଶି କଲିକତା ଟିମରେ ପୁରା ଜଲ୍ବା ଦେଖାଇଦେଇଥିଲେ ।

ଶାର୍ଦୁଳ ଠାକୁର ୨୯ ବଲ୍ ରେ ୬୮ ରନ ଓ ରିଙ୍କୁ ସିଁ ୩୩ ବଲ୍ ରେ ୪୬ ରନ କରିଥିଲେ । ନିଜ ଦଳର ସ୍କୋରକୁ ୨୦୪ କରିଦେଇଥିଲେ । ଦିତୀୟ ପାରୀରେ ବାଙ୍ଗଲୋର ପାଇଁ ଭିରାଟ କୋହଳୀ ଓ ଫାବ ଡୁପ୍ଲେସୀ ଖେଳିବାକୁ ଯାଇଥିଲେ । ହେଲେ ସେମାନେ ଆଉଟ ହୋଇଗଲା ପରେ ଅନ୍ୟ କେହି ଖେଳାଳୀ ମଧ୍ୟ କଲିକତାର ରନ ଠାରୁ ନିଜର ରନକୁ ବଢାଇ ପାରିନଥିଲେ ।

ତେବେ ୧୨୩ ରନରେ ବାଙ୍ଗଲୋର ଅଲ ଆଉଟ ହୋଇଯାଇଥିଲା । ତେବେ ମ୍ଯାଚର ସର୍ବ ଶେଷରେ କଲିକତା ଟିମ ହିଁ ମ୍ଯାଚରେ ବିଜୟ ହାସଲ କରିଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *