ଉଡନ୍ତା ବିମାନ କାକପିଟ୍ ରୁ ହଠାତ ବାହାରିଲା ଏକ ଭୟଙ୍କର Cobra…ଆଉ ତା’ପରେ ଯାହା ହେଲା ନା

ନମସ୍କାର ବନ୍ଧୁଗଣ, ଫ୍ଲାଇଟ ଭିତରୁ ବାହାରିଲା ନାଗସାପ । ପାଇଲଟ ଏହାକୁ ଦେଖିବା ପରେ ସମ୍ପୂର୍ଣ ଅବାକ ହୋଇଗଲେ । ଆପଣ ମାନେ ଏହାକୁ ଏକ କାଳ୍ପନିକ ଘଟଣା ଭାବିନେବେ ନିଶ୍ଚୟ କିନ୍ତୁ ଏହା ଏକ ବାସ୍ତବ ଘଟଣା । ଏବଂ ବର୍ତ୍ତମାନର ଏକ ବଡ ଖବର । ଫ୍ଲାଇଟ ଉଡୁଥିବା ସମୟରେ କକପିଟ ଭିତତରେ ନାଗ ସାପ ଏହା ଭାବିଲା ବେଳକୁ କେବଳ ପାଇଲଟଙ୍କ ଜୀବନ ନୁହେଁ ତା ସହିତ ଯାତ୍ରୀ ମାନଙ୍କ ଜୀବନ ମଧ୍ୟ ସଙ୍କଟରେ ଥିଲା । ତେବେ ଆସନ୍ତୁ ଜାଣିବା କିଭଳି ଏହି ଘଟଣାର ସାମ୍ନା କରାଗଲା ।

ଉଡନ୍ତା ବିମାନରେ ବିଷଧର ନାଗ ସାପ ଲୁଚି ରହିଥିଲା । ନାଗ ସାପକୁ ଦେଖିବା ପରେ ପାଇଲଟ ଭୟଭୀତ ହୋଇଗଲେ । କିନ୍ତୁ ତାଙ୍କ ହାତରେ ବହୁତ ଲୋକଙ୍କ ଜୀବନ ଥିବାରୁ ଧର୍ଯ୍ୟ ଏବଂ ସାହସ ଦେଖାଇ ପରିସ୍ଥିତିକୁ ସାମ୍ନା କଲେ ପାଇଲଟ । ଯାହାଦ୍ୱାରା ସମସ୍ତ ଯାତ୍ରୀଙ୍କ ଜୀବନ ବଞ୍ଚିଗଲା । ଜରୁରୀ କାଳୀନ ଭାବରେ ବିମାନର ଅବତରଣ କରାଗଲା । ପାଇଲଟଏନକେ ଧର୍ଯ୍ୟ ଏବଂ ସାହାସ ପାଇଁ ଏବେ ତାଙ୍କୁ ଚାରିଆଡୁ ପ୍ରଶଂସା ମିଳୁଛି । ତେବେ ଏଭଳି ଏକ ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାରେ ।

ବିମାନଟି ଉଡାଣ ଭରିବା ସମୟରେ ତାଙ୍କୁ ବିମାନ ବନ୍ଦରର କର୍ମଚାରୀ ମାନେ କହିଥିଲେ କି ବିମାନର ଚକରେ ଏକ ସାପ ରହିଛି । କିନ୍ତୁ ପରେ ଏହା ଇଞ୍ଜିନର କାଉଲିଙ୍ଗ ତଳକୁ ପଶିଯାଇଥିଲା । କିନ୍ତୁ ତାକୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ । ତେଣୁ ସେମାନେ ଭାବିଥିଲେ ବୋଧହୁଏ ସାପଟି କୌଣସି ଆଡେ ଚାଲିଯାଇଛି ।

ପାଇଲଟ ଏରାସ ମସଙ୍କ କହିବା ଅନୁଯାୟୀ ଯେତେବେଳେ ସେ ତାଙ୍କ ପାଣି ବୋତଲ ପାଇଁ ସିପ ପାଖକୁ ହାତ ବଢାଇଲେ ସେତେବେଳେ ତାଙ୍କୁ କିଛି ଥଣ୍ଡା ଥଣ୍ଡା ଅନୁଭବ ହେଲା ହାତକୁ । ଭାବିଲେ ବୋଧ ହୁଏ ବୋତଲରୁ ପାଣି ଢାଳି ହୋଇଯାଇଛି । କିନ୍ତୁ ସେ ସାପକୁ ଦେଖିବା ପରେ ତାଙ୍କ ଅବସ୍ତା ବହୁତ ସାଂଘାତିକ ହୋଇଥିଲା । ଏହା ସମ୍ପର୍କରେ ଯାତ୍ରୀ ମାନଙ୍କୁ କିଛି ନ କହିବା ପାଇଁ ପାଇଲଟ ନିସ୍ପତି ନେଇଥିଲେ ।

କାରଣ ଯଦି ଏହା ସମ୍ପର୍କରେ କୁହାଯାଇଥାନ୍ତା ତେବେ ବିମାନରେ ହଲ ଚଲ ସୃଷ୍ଟି ହୋଇଥାନ୍ତା । ତେଣୁ ଯାତ୍ରୀଙ୍କୁ କିଛି ନଜଣାଇ ପାଇଲଟ ସାହସର ସହ ବିମାନ ଉଡାଣ ଜାରି ରଖିଲେ ଆଉ ଜରୁରୀ କାଳୀନ ପରିସ୍ଥିତିରେ ସୁରକ୍ଷିତ ଭାବରେ ବିମାନକୁ ଅବତରଣ କରାଇଲେ । ପାଇଲଟଏନକେ ଏଭଳି ଏକ କାର୍ଯ୍ୟ ସମ୍ପର୍କରେ ଆପଣ ମାନଙ୍କ ମତାମତ କଣ ରହିବ ତାହା କମେଣ୍ଟ ମାଧ୍ୟମରେ ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *