ଶନି ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ୪ ଟି ଚମତ୍କାରୀ ଉପାୟ, କରିବା ମାତ୍ରେହିଁ ଫେରି ଆସିବ ଭଲ ଦିନ ଓ ହେବ ଧନପ୍ରାପ୍ତି

ଶନି ଦେବତା ହେଉଛନ୍ତି ଏମିତି ଏକ ଦେବତା ଯାହାଙ୍କ କୋପକୁ ସବୁ ଲୋକ ଭୟ କରନ୍ତି । ଶନି ଦେବତାଙ୍କ ଖରାପ ସ୍ଥିତି ଯଦି କୌଣସି ବ୍ୟକ୍ତି ଉପରେ ପଡିଥାଏ ତେବେ, ସେହି ବ୍ୟକ୍ତିର ସମୟ ପୁରା ଖରାପ ହୋଇ ଯାଇଥାଏ । ହେଲେ ଯଦି ଶନି ଦେବତା ଆପଣଙ୍କ ଉପରେ ପ୍ରସନ୍ନ ଥିବେ ତେବେ, ଆପଣଙ୍କୁ ନିଜ କର୍ମର ଭଲ ଫଳ ଦେବେ । ତେଣୁ ଶନି ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ବହୁତ କିଛି ଉପାୟ କରିଥାନ୍ତି । ସେଥିପାଇଁ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଉପାୟ କହିବୁ ଯାହା ଦ୍ୱାରା ଆପଣ ଶନି ଦେବତାଙ୍କୁ ପ୍ରସନ୍ନ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

୧. ଶିବ ସହସ୍ର ନାମର ପାଠ କରନ୍ତୁ

ଯଦି ଆପଣଙ୍କ ସମୟ ଖରାପ ଚାଲିଛି ଓ ଆପଣଙ୍କ ମନ ସ୍ଥିର ରହୁ ନାହିଁ ତେବେ, ଆପଣ ଶିବ ସହସ୍ର ନାମର ପାଠ କରନ୍ତୁ । ଶନିବାର ଦିନ ସକାଳ ସମୟରେ ସ୍ନାନ କରିବା ପରେ ଏହାକୁ ପାଠ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ମନ ଶାନ୍ତ ହେବ ଓ ଶନି ଦେବତାଙ୍କ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ରହିବ ।

୨. ହନୁମାନଙ୍କ ପୂଜା ଅର୍ଚନା କରନ୍ତୁ

ଶନି ଦେବତାଙ୍କ ପ୍ରକୋପରୁ ବଞ୍ଚିବା ପାଇଁ ଆପଣ ସବୁ ଶନିବାର ସକାଳ ଓ ସନ୍ଧ୍ୟା ସମୟରେ ହନୁମାନଙ୍କର ପୂଜା ଅର୍ଚନା କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଶନି ଦେବତାଙ୍କ ପ୍ରକୋପରୁ ମୁକ୍ତି ମିଳିବା ସହ ହନୁମାନଙ୍କ କୃପା ମଧ୍ୟ ମିଳିବ ।

୩. ଏହି ମନ୍ତ୍ରର ଜପ କରନ୍ତୁ

ଶନି ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଶନିଙ୍କର ପୂଜା ଅର୍ଚନା କରିବା ଜରୁରୀ ଅଟେ । ହେଲେ ଶନି ଦେବତାଙ୍କୁ ଶୀଘ୍ର ପ୍ରସନ୍ନ କରିବା ପାଇଁ ଆପଣ ସବୁ ଶନିବାର ଦିନ ତଳେ ଦିଆଯାଇଥିବା ମନ୍ତ୍ରକୁ ଜପ କରନ୍ତୁ ।

ସୂର୍ଯ୍ୟ ପୁତ୍ରୋ ଦୀର୍ଘ ଦେହୋ ବିଶାଳାକ୍ଷଃ ଶିବ ପ୍ରିୟଃ ।

ମନ୍ଦଚାରାହ ପ୍ରସନ୍ନାତ୍ମା ପିଡାଂ ଦହତୁ ମେ ଶନିଃ ।

୪. ପର୍ସରେ ପିତା ମାତାଙ୍କ ଫଟୋ ରଖନ୍ତୁ

ଶନି ଦେବତାଙ୍କ ପ୍ରସନ୍ନ କରିବାର ସବୁଠାରୁ ସରଳ ଉପାୟ ହେଉଛି ନିଜ ପିତା ମାତାଙ୍କ ସେବା କରିବା । ସବୁବେଳେ ନିଜ ପିତା ମାତାଙ୍କ ସେବା କରନ୍ତୁ ଓ ନିଜ ପର୍ସରେ ପିତା ମାତାଙ୍କ ଫଟୋ ରଖନ୍ତୁ ।

Leave a Reply

Your email address will not be published. Required fields are marked *