ଶନିବାର ଦିନ ଏହି ୫ ଟି କାମ କଲେ ଆପଣ ହୋଇଯିବେ ଦାଣ୍ଡର ଭିକାରି, କଣ ଆପଣ ଏମିତି କରୁ ନାହାଁନ୍ତି ତ…

ଶନିବାର ଦିନ କିଛି ଜିନିଷ ଘରକୁ ଆଣିବା ବର୍ଜିତ ଅଟେ । କିଛି ମହତ ପୁରୁଷମାନେ ଏହାକୁ ବର୍ଜିତ କରିଛନ୍ତି । କାରଣ ଶନିବାର ଦିନ ତାହା ଘରକୁ ଆଣିଲେ ଶନୀଙ୍କର କୁଦୃଷ୍ଟି ପଡିଥାଏ ଓ ଆମର ବହୁତ କ୍ଷତି ହୋଇଥାଏ । ଯଦି ଶନିବାର ଦିନ ଏହି ଜିନିଷ ଘରକୁ ଆଣିବା ତେବେ ଆମ ଘରକୁ ରୋଗ, ଶୋକ, କଳଙ୍କ ଏବଂ ଦରିଦ୍ରତା ମଧ୍ୟ ମଧ୍ୟ ଆସିଥାଏ । ଏଣୁ ଶନିବାର ଦିନ ଏହି ସବୁ ଜିନିଷ ଘରକୁ ଆଣିବା କଥା ନୁହେଁ । ତେବେ ଶନିବାର ଦିନ କେଉଁ ଜିନିଷ ଘରକୁ ଆଣିବା କଥା ନୁହେଁ ଚାଲନ୍ତୁ ଜାଣିବା ।

୧. ଲୁହା

ଲୁହାରେ ତିଆରି କୌଣସି ବି ଜିନିଷ ଘରକୁ ଶନିବାର ଦିନ ଆଣିବା କେବେ ବି ଉଚିତ ନୁହେଁ, କାରଣ ଶନିବାର ଦିନ ଯଦି ଲୁହା ଜିନିଷ ଘରକୁ ଆଣିବେ ତେବେ ଶନୀଙ୍କର କୋପଦୃଷ୍ଟି ଆପଣଙ୍କ ଉପରେ ପଡିବ । କିନ୍ତୁ ଶନିବାର ଦିନ ଯଦି ଆପଣ ଲୁହାର ଜିନିଷ ଦାନ କରନ୍ତି ତେବେ ଶନିଦେବ ବହୁତ ପ୍ରସନ୍ନ ହୋଇଥାନ୍ତି ।

୨. ଚମଡା

ଚମଡାରେ ତିଆରି ଜିନିଷ ଶନିବାର ଦିନ କେବେ ବି କିଣନ୍ତୁ ନାହିଁ । ଯେମିତିକି ବେଲ୍ଟ, ଜୋତା ବା ପର୍ସ । ଯଦି ଶନିବାର ଦିନ ଆପଣ ଏହି ପ୍ରକାରର ଜିନିଷ ଘରକୁ ଆଣିବେ ତେବେ ଆପଣଙ୍କ ଘରକୁ ଦରିଦ୍ରତା ଆସିଥାଏ ।

୩. ତେଲ

ଆପଣ ଶନିବାର ଦିନ କୌଣସି ବି ତେଲ ଘରକୁ କିଣିକି ଆଣନ୍ତୁ ନାହିଁ । ତାହା ରୋଷେଇ କରିବା ପାଇଁ ତେଲ ହେଉ ବା ଛଣାଚଣି କରିବା ପାଇଁ ତେଲ ହେଉ । ଯଦି ଶନିବାର ଦିନ ଆପଣ ତେଲ ଘରକୁ କିଣିକି ଆଣନ୍ତି ତେବେ ଆପଣଙ୍କ ଅଜଣାତରେ ଆପଣଙ୍କ ଘରକୁ ରୋଗ ଓ ଦରିଦ୍ରତା ଆସିଥାଏ । କିନ୍ତୁ ଯଦି ଆପଣଙ୍କର ଶନିଦୋଷ ଅଛି ତେବେ ଆପଣ ଶନିବାର ଦିନ ଶନିଦେବଙ୍କୁ ରାଶି ତେଲ ଚଢାଇ ପାରିବେ । ଏହା ଦ୍ଵାରା ଶନିଦୋଷରୁ ମୁକ୍ତି ମିଳିଥାଏ ।

୪. ଝାଡୁ

ଶନିବାର ଦିନ ଆପଣ କେବେ ବି ଘରକୁ ଝାଡୁ କିଣି କି ଆଣନ୍ତୁ ନାହିଁ । ଯଦି ଆପଣ ଶନିବାର ଅଜଣାତରେ ଘରକୁ ଝାଡୁ ଆଣୁଛନ୍ତି ତେବେ ଆପଣଙ୍କର ବହୁତ କ୍ଷତି ହୋଇଥାଏ । ବହୁତ ଧନହାନି ହୋଇଥାଏ । ସେହି ଦିନ ଠାରୁ ଆପଣଙ୍କର ଦରିଦ୍ରତା ବଢିଥାଏ ।

୫. ରାଶି

ଆପଣ କେବେ ବି ଶନିବାର ଦିନ ରାଶି କିଣି କି ଘରକୁ ଆଣନ୍ତୁ ନାହିଁ । କାରଣ ଯଦି ଆପଣ ଶନିବାର ଦିନ ରାଶି ଆଣିବେ ତେବେ ଆପଣଙ୍କର ବହୁତ କ୍ଷତି ହୋଇଥାଏ । ବିପଦ ମାଡି ଆସିଥାଏ କିନ୍ତୁ ଯଦି ଆପଣଙ୍କର ଶନିଦୋଷ ଚାଲୁଥାଏ ଓ ଶନିଙ୍କର କୁଦୃଷ୍ଟି ଆପଣଙ୍କ ଉପରେ ପଡିଥାଏ ତେବେ ଶନିବାର ଦିନ ଆପଣ ରାଶି ମଧ୍ୟ ଦାନ କରନ୍ତୁ । ରାଶି ଦାନ କରିବା ଦ୍ଵାରା ଶନି କଷ୍ଟ ଦୂର ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଟିପ୍ସ ଗୁଡିକ ଭଲ ଲାଗିଥାଏ ତେବେ ଏହାକୁ ଲାଇକ କରିବେ ଓ ଅନ୍ୟ ମାନଙ୍କ ସହ ଶେୟାର ମଧ୍ୟ କରିବେ । ଏମିତି ହିଁ ନୂଆ ନୂଆ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୋଇ ରୁହନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *