ଶନିବାର ଦିନ ଯିଏ ଯେତେ ମାଗିଲେ ମଧ୍ୟ ଭୁଲରେ ବି କାହାକୁ ଦିଅନ୍ତୁ ନାହିଁ ଏହି ୫ ଟି ଜିନିଷ, ନହେଲେ ଆସିପାରେ ଭୟଙ୍କର ସମସ୍ୟା- Ajira Anuchinta

ବନ୍ଧୁଗଣ ଶାସ୍ତ୍ରରେ କୁହାଯାଇଛି କି ଦାନ କଲେ ପୂଣ୍ୟ ମିଳେ । ଦାନ କରିବା ଦ୍ଵାରା ଭଗବାନଙ୍କ ଆଶୀର୍ବାଦ ଲାଭ ହୋଇଥାଏ ଏବଂ ସମସ୍ତ ସମସ୍ଯା ମଧ୍ୟ ଦୂର ହୋଇଥାଏ । ଏଥି ସହିତ କରିଥିବା ସମସ୍ତ ପାପର ମଧ୍ୟ କ୍ଷୟ ହୋଇଥାଏ । କିନ୍ତୁ ଏପରି କିଛି ଦ୍ରବ୍ୟ ବା ଜିନିଷ ଅଛି ଯାହାକୁ ଶନିବାର ଦିନ ଦାନ କରିବା ଫଳରେ ଏହାର ବିପରୀତ ଫଳ ମିଳିଥାଏ । ଯାହା ଦ୍ଵାରା ଆମର କ୍ଷତି ଘଟିବା ସହ ଆର୍ଥିକ ଓ ଶାରୀରିକ ସମସ୍ଯା ମଧ୍ୟ ଲାଗି ରହିଥାଏ । ତେବେ ଆଜି ଆମେ ଜାଣିବା କି ଶନିବାର ଦିନ କେଉଁ ସବୁ ଜିନିଷ ଦାନ କରିବା ବହୁତ ଭୟଙ୍କର ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ଜିନିଷ ବିଷୟରେ ।

୧. ଜାତକରେ ଶନିଦୋଷ ଥିଲେ ତେଲ ଦାନ କରିବାକୁ କୁହାଯାଇଥାଏ । କିନ୍ତୁ ତେଲ ଯଦି ଖରାପ ହୋଇ ଯାଇଥାଏ ତେବେ ତାହାକୁ କେବେ ବି ଦାନ କରନ୍ତୁ ନାହିଁ ନଚେତ ଏହା ଆପଣଙ୍କୁ ଅଶୁଭ ଫଳ ପ୍ରଦାନ କରିଥାଏ । ତେଣୁ ଖରାପ ତେଲ ଦାନ କରିବା ଉଚିତ ନୁହେଁ । ବିଶେଷ କରି ଏହାକୁ ଶନିବାର ଦିନ ଭୁଲରେ ବି ଦାନ କରିବା କଥା ନୁହେଁ । କିନ୍ତୁ ଶନିବାର ଦିନ ସୋରିଷ ତେଲ ଶନିଦେବଙ୍କୁ ଅର୍ପଣ କରିବା ଦ୍ଵାରା ଶୁଭଫଳ ମିଳିଥାଏ ।

୨. ଶନିବାର ଦିନ ପ୍ଲାଷ୍ଟିକ ଓ ଷ୍ଟିଲ ଜାତୀୟ ବାସନ ଦାନ କରିବା ଉଚିତ ନୁହେଁ । ଏହା ଦ୍ଵାରା ଘରର ସୁଖ ଶାନ୍ତି ନଷ୍ଟ ହୋଇଥାଏ ଏବଂ ଧନହାନି ମଧ୍ୟ ଘଟିଥାଏ ।

୩. ଝାଡୁ- ଝାଡୁ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ଅଟେ । ମାତା ଲକ୍ଷ୍ମୀ ଝାଡୁରେ ବାସ କରିଥାନ୍ତି । ତେଣୁ ଏହାକୁ ଦାନ କରିବା ଦ୍ଵାରା ମାତା ଲକ୍ଷ୍ମୀ ଘର ଛାଡି ଚାଲି ଯାଆନ୍ତି । ଯାହା ଫଳରେ ସର୍ବଦା ଘରେ ଧନର ଅଭାବ ହେବା ସହ ଧନହାନି ମଧ୍ୟ ଘଟିଥାଏ । ତେଣୁ ଶନିବାର ଦିନ ଏହି ଝାଡୁ କୁ କାହାକୁ ଭୁଲରେ ବି ଦିଅନ୍ତୁ ନାହିଁ ।

୪. ବାସି ବା ଅଇଁଠା ଭୋଜନ- କଥାରେ ଅଛି ଖାଦ୍ଯ ଦାନ ଠାରୁ ଆଉ କିଛି ପୂଣ୍ୟ ନାହିଁ । ମାତ୍ର ବାସି ଖାଦ୍ଯ ବା ଅଇଁଠା ଖାଦ୍ଯ ଦାନ କଲେ ମହାପାପ ହୋଇଥାଏ । ଘରର ଲୋକଙ୍କ ଶରୀର ସର୍ବଦା ରୋଗାଗ୍ରସ୍ତ ହୋଇଥାଏ । ଘରେ ଅଶାନ୍ତି ଲାଗି ରହିଥାଏ । ତେଣୁ ବାସି ବା ଅଇଁଠା ଖାଦ୍ଯ କେବେ ହେଲେ ଦାନ କରନ୍ତୁ ନାହିଁ ।

୫. ଧାରୁଆ ଧାତୁ ଜନିତ ଦ୍ରବ୍ଯ- ଛୁରୀ ବା କୌଣସି ଧାରୁଆ ଦ୍ରବ୍ଯ ମଧ୍ୟ ଦାନ କରିବା ଉଚିତ ନୁହେଁ । ଏହା ଦ୍ଵାରା ଗୃହରେ ଶାନ୍ତି ଭଙ୍ଗ ହୋଇଥାଏ । ଏବଂ କଳି ଝଗଡା ଲାଗି ରହିଥାଏ । ତେଣୁ ପରିବାରର ମଙ୍ଗଳ ଚାହୁଁଥିଲେ ଭୁଲରେ ବି ଶନିବାର ଦିନ ଧାରୁଆ ଜିନିଷ ଯେମିତି କି କଇଁଚି, ଦା, କଟୁରି ଆଦି ଜିନିଷ ଭୁଲରେ ବି ଦାନ ଦିଅନ୍ତୁ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *