ଶନିବାର ଦିନ ଏହି 8 ଟି କାମରୁ ନିଜକୁ ନିବୃତ୍ତ ରଖନ୍ତୁ, ନଚେତ ଘୋର ଦରିଦ୍ରତା ଆସିଥାଏ… Astrology

ବନ୍ଧୁଗଣ ଶନିବାରକୁ ଆମେ ଶନିଦେବଙ୍କ ବାର ବୋଲି କହିଥାଉ । ନ୍ୟାୟର ପ୍ରତୀକ ହେଉଛନ୍ତି ଭଗବାନ ଶନିମହାରାଜା । ଅନ୍ୟାୟ କରୁଥିବା ଲୋକଙ୍କୁ ଶନିଦେବ କଠୋର ଦଣ୍ଡରେ ଦଣ୍ଡିତ କରିଥାନ୍ତି । ତେଣୁ ଶନିବାର ଦିନ ରହିଥିବା ନିୟମ ଅନୁଯାଇ କେଉଁ କାମ କରିବା ଉଚିତ ଓ କେଉଁ କାର୍ଯ୍ୟ କରିବା ଅନୁଚିତ । ଚାଲନ୍ତୁ ସେହି ସମ୍ପର୍କରେ ଆଲୋଚନା କରିବା । ଶନିବାର ଦିନ କିଛି ଜିନିଷ ଘରକୁ ଆଣିବା ବର୍ଜିତ ଅଟେ । ଯଦି ଏହି ନିୟମର ଉଲଂଘନ କରି କୌଣସି ବ୍ୟକ୍ତି ଏପରି କିଛି ଜିନିଷ ଘରକୁ ନେଇଆସିଥାଏ । ତେବେ ସେହି ବ୍ୟକ୍ତିର ଘରକୁ ରୋଗ, ଦୁଃଖ ଓ ଦରିଦ୍ରତା ମାଡିଆସିଥାଏ ।

1- ଲୁହା କିମ୍ବା ଲୁହା ଜିନିଷ ଘରକୁ ଆଣିବା ଅନୁଚିତ । ଯେଉଁ ବ୍ୟକ୍ତି ଶନିବାର ଦିନ ଘରକୁ ଲୁହାର ଜିନିଷ ଆଣିଥାଏ । ସେହି ବ୍ୟକ୍ତି ଉପରେ ଶନିଦେବଙ୍କର କେପିଦ୍ରୁଷ୍ଟି ପଡିଥାଏ । ଛୁଞ୍ଚି, ଶାବଳ, ଗାଡି ଲୁହାରୁ ପ୍ରସ୍ତୁତ କୌଣସି ସାମଗ୍ରୀ ଶନିବାର ଦିନ ଘରକୁ ଆଣନ୍ତୁ ନାହିଁ । 2- ଶନିବାର ଦିନ ଚମଡାରୁ ପ୍ରସ୍ତୁତ କୌଣସି ସାମଗ୍ରୀ କିଣି ଘରକୁ ଭୁଲରେ ବି ଆଣନ୍ତୁ ନାହିଁ । ବେଲ୍ଟ, ଜୋତା ଓ ପର୍ସ ଭଳି ଚମଡାରୁ ତିଆରି ସାମଗ୍ରୀ ଶନିବାର ଦିନ କିଣନ୍ତୁ ନାହିଁ । ନଚେତ ଘରକୁ ଦରିଦ୍ରତା ପ୍ରବେଶ କରିଥାଏ ।

3- ଶନିବାର ଦିନ କୌଣସି ପ୍ରକାର ତେଲ ଘରକୁ ଆଣନ୍ତୁ ନାହିଁ । ଶନିବାର ଦିନ ଘରକୁ ତେଲ ଆଣୁଥିବା ବ୍ୟକ୍ତିର ଘରକୁ ରୋଗ, ବେମାରୀ ମଧ୍ୟ ଆସିଥାଏ । 4- ଶନିବାର ଦିନ ଘରକୁ କୋଇଲା ମଧ୍ୟ ଆଣନ୍ତୁ ନାହିଁ । କୋଇଲାର ରଙ୍ଗ କଳା ଓ ଶନିଦେବଙ୍କ ରଙ୍ଗ ମଧ୍ୟ କଳା । ତେଣୁ ଶନିବାର ଦିନ ଘରକୁ କୋଇଲାର ଆଣିବାର ଅର୍ଥ ହେଉଛି ଘରକୁ ଶନିଦଶାକୁ ଆମନ୍ତ୍ରଣ କରିବା ।

 

5- ଶନିବାର ଦିନ ଘରକୁ କେବେବି ଝାଡୁ କିଣିକି ଆଣନ୍ତୁ ନାହିଁ । ଯେଉଁ ବ୍ୟକ୍ତି ଅଜାଣତରେ ବି ଘରକୁ ଶନିବାର ଦିନ ଝାଡୁ ନେଇକି ଆସିଯାଇଥାଏ । ତେବେ ସେହି ବ୍ୟକ୍ତିକୁ ତା’ ର ଜୀବନରେ ବହୁତ କଷ୍ଟ ସହିବାକୁ ପଡିଥାଏ ।

6- ଶନିବାର ଦିନ ଘରକୁ ରାଶି କିଣିକି ଆଣନ୍ତୁ ନାହିଁ । ନଚେତ ଆପଣଙ୍କ ଘର ଉପରକୁ ଅନେକ ବିପଦ ମାଡି ଆସିଥାଏ । ଯେଉଁ ବ୍ୟକ୍ତିର ଶନିଦଶା ଚାଲୁଥାଏ । ସେହି ବ୍ୟକ୍ତି ଶନିଙ୍କ କୋପରୁ ମୁକୁଳିବା ପାଇଁ ରାଶି ଦାନ କରିପାରିବେ ।

7- ଶନିବାର ଦିନ ଘରକୁ ଲୁଣ ମଧ୍ୟ କିଣିକି ଆଣନ୍ତୁ ନାହିଁ । କାରଣ ଏହି ଦିନ ଲୁଣ ଆଣିବା ଦ୍ଵାରା ଘରର ସଦସ୍ୟଙ୍କ ସ୍ଵାସ୍ଥ ଅବସ୍ଥା ଧୀରେ ଧୀରେ ଖରାପ ହେବାକୁ ଲାଗିଥାଏ । 8- ଶନିବାର ଦିନ କାଳି ବା କୌଣସି କଳା ରଙ୍ଗ ଘରକୁ ଆଣନ୍ତୁ ନାହିଁ । ନଚେତ ଶନିଙ୍କର କୋପ ଦ୍ରୁଷ୍ଟି ବ୍ୟକ୍ତି ଉପରେ ପଡିଥାଏ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବା ସହ କମେଣ୍ଟରେ ଜୟ ଶନିଦେବ ଲେଖି ଅବଶ୍ୟ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *