‘ଡିଭୋର୍ସ ପରେ କେହି କାହା ସହ ଶାରୀରିକ ସମ୍ପର୍କ ରଖିପାରିବେନି, ସେଦିନ ରାତି କଥା ଭୁଲି ପାରୁନି, ସେହି କଳା ରାତି ଆଜି ମତେ…’

ବନ୍ଧୁଗଣ, ସମାଜର ଏକ ଏଭଳି କଳଙ୍କିତ ନାମ ହେଉଛି ଦେହଜୀବୀ, ଯାହାକୁ ସାଧାରଣ ଲୋକେ ଘୃଣା କରନ୍ତି । କିନ୍ତୁ ବର୍ତ୍ତମାନ ଆଇନ ଦେହଜୀବୀ ମାନଙ୍କୁ ମୁଣ୍ଡ ଉଠାଇ ବାଟ ଚାଲିବା ପାଇଁ ଅନୁମତି ଦେଇଛି । ସେମାନେ ମଧ୍ୟ ସମାଜରେ ଏକ ସାଧାରଣ ନାଗରିକ ଭଳି ଚାଲି ପାରିବେ । କିନ୍ତୁ ଆପଣ ମାନେ ଜାଣିଛନ୍ତି ଯେ ଜଣେ ସାଧାରଣ ମଣିଷ କିଭଳି ଅଭାବ ଅନାତନରେ ଆସି ତାକୁ ଏହି ରାସ୍ତା ଆପଣାଇବାକୁ ବାଧ୍ୟ କରିଥାଏ ?

ଏହା ପଛର କାହାଣୀ ସମ୍ବନ୍ଧରେ ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରିଯିବ । ଆଜି ଆମ୍ଭେ ଆପଣଙ୍କୁ ଏହିଭଳି ଏକ ଦେହଜୀବୀ ମହିଳା ଙ୍କ ସଂଘର୍ଷ ର କାହାଣୀ ସମ୍ବନ୍ଧରେ କହିବାକୁ ଯାଉଅଛୁ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ । ଏହି ମହିଳା ଜଣଙ୍କ ନିଜ ଛୁଆ ଙ୍କୁ ମଣିଷ କରିବା ନିମନ୍ତେ ବଦନାମ ଗଳିରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ।

ମାତ୍ର ଦେହାଜୀବୀ ରୁ ସେ ବର୍ତ୍ତମାନ ସମାଜସେବୀ ପାଲଟି ଯାଇଛନ୍ତି ସମାଜ ପାଇଁ କିଛି ଭଲ କାମ କରି ସେ ବର୍ତ୍ତମାନ ସମାଜସେବୀ ଭାବରେ ପରିଚିତ । ଏହି ମହିଳା ଙ୍କ ନାମ ହେଉଛି ରାଜଲକ୍ଷ୍ମୀ ମହାପାତ୍ର । ରାଜଲକ୍ଷ୍ମୀ ପ୍ରାୟ 15 ବର୍ଷ ବୟସରୁ ପ୍ରେମ ସମ୍ପର୍କରେ ଆସିଥିଲେ । ମାତ୍ର ପ୍ରେମ ରେ ଧୋକ୍କା ଖାଇଥିଲେ ରାଜଲକ୍ଷ୍ମୀ । ଏହା ପରେ ରାଜଲକ୍ଷ୍ମୀ ଆଉ ଜଣେ ବ୍ୟକ୍ତି ଙ୍କୁ ପ୍ରେମ ସମ୍ବନ୍ଧରେ ସବୁ ସତ କଥା କହି ବିବାହ କରି ତାଙ୍କ ଘରର ବୋହୂ ହୋଇ ତାଙ୍କ ଘରକୁ ଯାଇଥିଲେ ।

ମାତ୍ର ଆସ୍ତେ ଆସ୍ତେ ସେ ଜାଣିବାକୁ ପାଇଲେ ଯାହାକୁ ବିବାହ କରି ଏତେ ବାଟ ଆଗକୁ ଆସିଲେ ସେ ମଧ୍ୟ ସଠିକ ଲୋକ ନୁହନ୍ତି । ୨୨ ବର୍ଷ ବୟସରେ ତାଙ୍କର ଡିଭୋର୍ସ ହେଲା ସେତେବେଳେ ସେ ଗର୍ଭବତୀ ଥିଲେ ଏବଂ ତାଙ୍କର ଗୋଟିଏ ଝିଅ ଥିଲା ଯେ କି ତାଙ୍କ ସ୍ଵାମୀ ପାଖରେ ରହିବ ବୋଲି କିଛି ଏଭଳି ନିର୍ଣ୍ଣୟ ହୋଇଥିଲା ।

ଏହାପରେ ବାପା ଘରେ ରହିଲେ ରାଜଲକ୍ଷ୍ମୀ ତାଙ୍କର ଗୋଟିଏ ପୁଅ ହେଲା । ପୁଅ ହେବାର ୪ ବର୍ଷ ପରେ ପୁଣିଥରେ ତାଙ୍କ ସ୍ଵାମୀ ଆସି ତାଙ୍କୁ ନେଇଗଲେ ସେଠାରେ ଆଉ ଦୁଇଟି ଝିଅ ଙ୍କ ମା’ ହେଲେ ରାଜଲକ୍ଷ୍ମୀ । ମାତ୍ର ସେଥି ମଧ୍ୟରୁ ଗୋଟିଏ ଝିଅ ପାଣିରେ ବୁଡି ଆରପାରିକୁ ଚାଲିଗଲା । ସ୍ଵାମୀଙ୍କର ପର ସ୍ତ୍ରୀ ପ୍ରତି ଲୋଭ ଥିଲା ।

ସବୁ ଜାଣି ମଧ୍ୟ ରାଜଲକ୍ଷ୍ମୀ ଚୁପ ରହୁଥିଲେ । ମାତ୍ର ମାଡ ଗାଳି ବହୁତ ଖାଇ ଦିନେ ରାତିରେ ଘର ଛାଡି ଚାଲି ଆସିଲେ ରାଜଲକ୍ଷ୍ମୀ । ଜୀବନରେ ଏତେ ସବୁ ସହିବା ପରେ ସେ କିଛି ଏ ପର୍ଯ୍ୟନ୍ତ ଭୁଲି ନାହାଁନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *