‘ଦୋଷୀ ଚିହ୍ନଟ ହୋଇସାରିଲେଣି, କିନ୍ତୁ ସେ 3 ଜଣଙ୍କ ବ୍ଯତୀତ ଆଉ କିଛି…’ କଣ କହିଲେ Ruchika ଙ୍କ ବାପା ? ଦେଖନ୍ତୁ Video

ବନ୍ଧୁଗଣ, BJB କଲେଜ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆ-ତ୍ମ-ହ-ତ୍ୟା ସମ୍ବନ୍ଧରେ ବର୍ତ୍ତମାନ ସାରା ରାଜ୍ୟ ମର୍ମହତ ହୋଇବସିଛି । ତାଙ୍କ ମୃତ୍ୟୁକୁ ୪ ଦିନ ବିତିଯାଇଥିବା ବେଳେ ବର୍ତ୍ତମାନ ଏଥିପାଇଁ ଦାୟୀ ୩ ଜଣ ସିନିୟରଙ୍କ ନାମ ବର୍ତ୍ତମାନ ପୋଲିସ ଡିକ୍ଳାର କରିନାହିଁ । ଏ ନେଇ ରୁଚିକାଙ୍କ ବାପା କହିଛନ୍ତି ଯେ ମୋ ଝିଅ ମୃ-ତ୍ୟୁକୁ ୪ ଦିନ ବିତିଲାଣି ମାତ୍ର ଆମ୍ଭର ଆଉ ଧର୍ଯ୍ୟ ନାହିଁ । ମାତ୍ର ଆମ୍ଭେ ଅନ୍ୟ ସୂତ୍ରରୁ ଜାଣିବାକୁ ପାଇଲୁ ଯେ ସେହି ୩ ସିନିୟରଙ୍କର ଚିହ୍ନଟ ସରିଛି । 

ମାତ୍ର ଏ ପର୍ଯ୍ୟନ୍ତ ଏନେଇ ପ୍ରଶାସନ ତଥା ପୋଲିସ କିଛି ସୂଚନା ଦେଇ ନାହାଁନ୍ତି । ସେଥିପାଇଁ ଏମାନେ ଏଠାରେ ବସିଛନ୍ତି ତଥା ଏହି କଥା ପ୍ରଶାସନ କହିବା ଆବଶ୍ୟକ । କଲେଜ କତୃପକ୍ଷ ଆଦୌ ଷପୋର୍ଟ କରୁନାହାଁନ୍ତି ଏବାବଦକୁ ନେଇ । କୌଣସି ସରକାରୀ ଅଫିସର ମଧ୍ୟ ବିଶେଷ କିଛି କହିନାହାଁନ୍ତି । ମାତ୍ର ସେ ଅନ୍ୟ କିଛି ସୋର୍ସରୁ ଶୁଣିଛନ୍ତି ଯେ ସେହି ୩ ଟି ପିଲାଙ୍କର ଆଇଡେଣ୍ଟି ଫିକେସନ ସରିଲାଣି ।

ଏହା ବ୍ୟତୀତ ଏହି ମାମଲାରେ ଆଉ କିଏ ସମ୍ପୃକ୍ତି ଅଛନ୍ତି ସେ ସମ୍ବନ୍ଧରେ ତଦନ୍ତ ଚାଲିଛି ।  ତେବେ ଶେଷ ପର୍ଜ୍ଯାୟରେ ପହଞ୍ଚି ସାରିଲା ପରେ ଡିକ୍ଳାର ହେବ ବୋଲି ସୂଚନା ଦେଇଛନ୍ତି ରୁଚିକାଙ୍କ ବାପା । ତେବେ ମଧାବୀ ଛାତ୍ରୀ ରୁଚିକାଙ୍କୁ ହରାଇ ଓଡିଶା ଏକ ବଡକ୍ଷତି ଧାରଣ କରିଛି କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ଏହିଭଳି ମେଧାବୀ ଛାତ୍ର ଛାତ୍ରୀ ଆମ୍ଭ ରାଜ୍ୟ ତଥା ଦେଶର ଆଗାମୀ ଭବିଷ୍ୟତ ଅଟନ୍ତି ।

ମାତ୍ର କିଛି ଏହିଭଳି ମାନସିକ ଦୁଶ୍ଚିନ୍ତାରେ ରହିଥିବା ଛାତ୍ରୀ ଜୀବନ ହରାଇ ବସିଥାନ୍ତି । ଛାତ୍ରୀ ଜଣକ ୟୁପିଏସସି ପାଇଁ ପ୍ରିପେୟାର ହେଉଥିଲେ । ରୁଚିକା ମହାନ୍ତି ନିଜ ଭଉଣୀଙ୍କୁ ଏଭଳି କିଛି କହିଥିଲେ ଯେ, ତାଙ୍କ ରୁମମେଟ ସହିତ କାହା ସହିତ ବିଶେଷ ପଡେ ନାହିଁ । ସେ କହିଥିଲେ ଯେ ସେ ଅଧିକ ଡେରି ଯାଏଁ ପଢନ୍ତି ବୋଲି ତାଙ୍କୁ ସମସ୍ତେ ଆବନର୍ମାଲ ବୋଲି କୁହନ୍ତି ।

ଏଣୁ ମୁଁ ତଳକୁ ଆସି ମୋ ସାଙ୍ଗ ମାନଙ୍କ ସହିତ ପାଠପଢେ । ସେମାନେ ରୁଚିକାକୁ ସବୁଆଡୁ ଦେଖାଇ ଶିଖାଇ କୁହନ୍ତି ଏବଂ ସବୁ କାମ କରିଲା ବେଳକୁ ସେମାନେ କ୍ୟାନ୍ସଲ କରି ଦିଅନ୍ତି । ଯାହା ଫଳରେ ରୁଚିକା ଆଜି ଏହିଭଳି ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *