“ଗୋଟେ ବାପା ମା’ ତାଙ୍କ ଝିଅକୁ ହରାଇଛନ୍ତି, ଏମାନେ ପରୀକ୍ଷା ନ ଦେଲେ କ’ଣ ଭାସିଗଲା, ସେ 3 ଜଣଙ୍କୁ ତ…” ? କଣ କହିଲେ ଜୟଶ୍ରୀ ମହାପାତ୍ର ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ସମାଜସେବୀ ଜୟଶ୍ରୀ ମହାପାତ୍ର କହିଛନ୍ତି ଯେ, ରାଗିଙ୍ଗ ସିଷ୍ଟମକୁ ସଂପୂର୍ଣ୍ଣ ଭାବରେ ଉଠାଇଦେବା କଥା କାରଣ ଅତୀତରେ ମଧ୍ୟ ଏଭଳି ବହୁତ କେସ ହୋଇଥିଲା । ଯାହାକୁ ଗୁରୁତ୍ଵ ଦେଲେନାହିଁ କଲେଜ କତୃପକ୍ଷ । ସେମାନେ ସିନିୟର ପିଲାଙ୍କୁ ବୁଝାଇଲେ ନାହିଁ ଯେ ତୁମେ ରାଗିଙ୍ଗ କରିପାରିବ ନାହିଁ । ଏପରି କରିବାର ଜଷ୍ଟିଫିକେଶନ କ’ଣ ? ଗୋଟେ ନୂଆ ବ୍ୟାଚ ଆସୁଛନ୍ତି ତାଙ୍କୁ ଏମାନେ ବନ୍ଧୁତା ସୂତ୍ରରେ ବାନ୍ଧି ରଖିବା କଥା ଯାହାଦ୍ୱାରା ପିଲାମାନେ ସେହି କଲେଜକୁ ଛାଡିବେନି, ଆପଣାଇବେ ତଥା ତାଙ୍କୁ ଭଲ ଲାଗିବ ।

ଡର, ଭୟ, ଶଙ୍କାରେ ଯେଉଁମାନେ ନିଜ ଘରୁ ଆସୁଥିବେ, ସେମାନେ ଭଲ ଷ୍ଟୁଡେଣ୍ଟ ନିଶ୍ଚିତ ଥିବେ କାରଣ ବିଜେବି କଲେଜରେ ପାଠ ପଢୁଛନ୍ତି । ତେବେ ଗୋଟିଏ ଭଲ ଷ୍ଟୁଡେଣ୍ଟର ଜୀବନ ଚାଲିଗଲା ଏହାକୁ ନେଇ କତୃପକ୍ଷ ତ ବର୍ତ୍ତମାନ କିଛି କରି ପାରିବେ ନାହିଁ । କି ସେହି ପିଲାକୁ ତ ଆଉ କେହି ଫେରାଇ ପାରିବେ ନାହିଁ । ରୁଚିକା ନିଶ୍ଚିତ ଗୋଟିଏ ଇମୋସନାଲ ପିଲା ଯେ କି ଫେସ କରିପାରିନାହିଁ ଏହାକୁ ଆ-ତ୍ମ-ହ-ତ୍ୟା କରିଦେଇଛି ।

ମାତ୍ର ଯେଉଁ ୩ ଜଣ ଏଥିରେ ସମ୍ପୃକ୍ତ ଅଛନ୍ତି ପରୀକ୍ଷା ଷ୍ଟାର୍ଟ ହେଲେ ମଧ୍ୟ ସେମାନଙ୍କୁ ରଷ୍ଟିକେଟ କରିଦେବା କଥା । ଜଣେ ବାପା ମା’ ନିଜ ଝିଅକୁ ହରାଇଲେ, ଏମାନେ ପରୀକ୍ଷା ନଦେଲେ କ’ଣ ଭାସିଗଲା ସେଇଠୁ ? ସେମାନଙ୍କୁ କଠିନ ଦଣ୍ଡ ଦେବା ଆବଶ୍ୟକ । ଯେଉଁମାନେ ଇମୋସନାଲ ପାର୍ଟ କୁ ବେସୀ ଗୁରୁତ୍ଵ ଦିଅନ୍ତି, ସେମାନେ ଏହିଭଳି ନିଷ୍ପତ୍ତି ନେଇଥାନ୍ତି । ମାତ୍ର ରୁଚିକା ୱାର୍ଡନଙ୍କୁ କହିଥିଲେ ରାଗିଙ୍ଗ କଥା କିନ୍ତୁ ତାଙ୍କ କଥା କେହି ଶୁଣିନଥିଲେ ।

ମାତ୍ର ସେ ଯଦି ସେହି କଥାକୁ ନିଜ ଘରେ ଜଣାଇଥାନ୍ତା, ତେବେ ନିଶ୍ଚିତ ଭାବରେ ନିଜର କନ୍ଫିଡେନ୍ସ ଗେନ କରିପାରିଥାନ୍ତା । ବାପା ମା’ ଯଦି କହିଥାନ୍ତେ ହଁ ସେ କହିଲେ କହିଲେ ସେଥିରେ କିଛି ଯାଏ ଆସେ ନାହିଁ ତୁ ତୋର କାମ କରେ । ଅଥବା ମାତା ପିତା ଆସି ସେହି ପିଲା ବିରୁଦ୍ଧରେ କମ୍ପ୍ଲେନ କରିଥିଲେ ତାହାର ବୋଧ ହୁଏ ଅଲଗା ପରିଣାମ ହୋଇଥାନ୍ତା ।

ମାତ୍ର ଝିଅଟି ନର୍ମାଲ ଥିଲା ସେଥିପାଇଁ ଏଭଳି ପଦକ୍ଷପ ନେଲା । ତେବେ ବାପା ମା’ ଙ୍କ ସହିତ ବିଜେବି କଲେଜ ମଧ୍ୟ ଚିନ୍ତା କରିବା କଥା ଯେ ସେ ଜଣେ ମେଧାବୀ ଛାତ୍ରୀକୁ ହରାଇଛନ୍ତି । ଏହି ଦିଗ ପ୍ରତି ଦ୍ରୁଷ୍ଟି ନଦେଲେ ଆଗକୁ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିବ ବୋଲି କହିଛନ୍ତି ସମାଜସେବୀ ଜୟଶ୍ରୀ ମହାପାତ୍ର । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *