ସୁଧୁରିବେନି ଇଂରେଜ ! ଇଣ୍ଡିଆ ଓ ଇଂଲଣ୍ଡ ଟେଷ୍ଟ ମ୍ଯାଚ ସମୟରେ କରିଲେ ଏମିତି କୁତ୍ସିତ କାମ, ସୋସିଆଲ ମିଡିଆରେ ଆରମ୍ଭ ହୋଇ ଯାଇଛି ଫ୍ୟାନ୍ସ ୱାର

ବନ୍ଧୁଗଣ, ସୂଚନା ଅନୁଯାୟୀ ଇଂଲଣ୍ଡର ଦର୍ଶକ ଭୁଲିନାହାଁନ୍ତି କଳାଗୋରା ଭେଦଭାବ । ବିଶ୍ଵ ସମୁଖରେ ଇଂଲଣ୍ଡର ନାକ କାଟିଲେ ଇଂରେଜ। ସ୍ଥାନୀୟ ଦର୍ଶକଙ୍କ ଲଜ୍ୟାଜନକ ବ୍ୟବହାର । ତେବେ ଏଜବାଷ୍ଟନରେ ଚାଲିଛି ଭାରତଇଂଲଣ୍ଡ ମଧ୍ୟରେ ଟେଷ୍ଟମ୍ୟାଚ । ଏହା ସିରିଜର ପଞ୍ଚମ ତଥା ନୀର୍ଣ୍ଣାୟକ ମ୍ୟାଚ ହୋଇଥିବାରୁ ଷ୍ଟାଡିୟମର ମାହୋଲ ସଂପୂର୍ଣ୍ଣ ଭାବରେ ସରଗରମ । କିନ୍ତୁ କ୍ରିକେଟକୁ କୁହାଯାଏ ଯେ ଭଦ୍ରବ୍ୟକ୍ତିଙ୍କ କ୍ରିଡା ।

କିନ୍ତୁ ବିଡମ୍ବନାର ବିଷୟ ପଦେମଧ୍ୟ ପାଠପଢି ନାହାଁନ୍ତି ଇଂରେଜ ଦର୍ଶକ । ଯାହା ଫଳରେ ବର୍ଣ୍ଣବୈଷ୍ଣମ୍ୟକୁ ଆକ୍ଷପ କରି ଏବେ ଇଂଲଣ୍ଡକୁ ହୀନସ୍ଥା କରିଛନ୍ତି । ତେବେ ଏଜବାଷ୍ଟନ ଟେଷ୍ଟରେ ଭାରତୀୟ ଦର୍ଶକଙ୍କ ବର୍ଣ୍ଣବୈଷମ୍ୟକୁ ଆକ୍ଷେପ କରିଛନ୍ତି, କିଛି ସ୍ଥାନୀୟ ଦର୍ଶକ । ଏହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ଟ୍ଵିଟୱାର । ଭାରତୀୟ ପ୍ରଶଂସକ ମାନେ ଏନେଇ ଅଭିଯୋଗ କରିବା ସହିତ ତାଙ୍କ ଆକ୍ରୋଶ ଜାହିର କରିଛନ୍ତି ।

ଅତିଥିଙ୍କୁ ଏଭଳି ବର୍ଣ୍ଣବୈଷ୍ଣମ୍ୟ ଆକ୍ଷେପ କରିବା କେତେଦୂରେ ଠିକ ବୋଲି ପ୍ରଶ୍ନ କରିଛନ୍ତି ଭାରତୀୟ ପ୍ରଶଂସକ । ଏହାକୁ ସମସ୍ତେ ନିନ୍ଦା କରୁଥିବା ବେଳେ ଦୁଖଃ ପ୍ରକାଶ କରିଛି ଇଂଲଣ୍ଡ କ୍ରିକେଟ ବୋର୍ଡ । ଏହା ସହିତ ତଦନ୍ତ ପାଇଁ ବୋର୍ଡ ପକ୍ଷରୁ ନିର୍ଦେଶ ଦିଆଯାଇଅଛି । ତେବେ ଯଦି ଭାରତରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଉଛି ଏଠାକାର ଦେଶବାସୀ ସନ୍ନମାନ ଦେବା ସହିତ ସମସ୍ତଙ୍କ ସହିତ ସୁସମ୍ପର୍କ ମଧ୍ୟ ସ୍ଥାପିତ କରିଥାନ୍ତି ।

କିନ୍ତୁ ଇଂଲଣ୍ଡରେ ଏହିଭଳି ଭାରତୀୟ ଲୋକଙ୍କୁ ନେଇ ଅସଦ ଆଚରଣ କରିବା କେତେଦୂରେ ସଠିକ ? କେବଳ ବର୍ଣ୍ଣ ହିଁ ବ୍ୟକ୍ତିର ପରିଚୟ ଦେଇନଥାଏ । ସର୍ବପ୍ରଥମେ ଅନ୍ୟ ବ୍ୟକ୍ତିଙ୍କ ପ୍ରତି ଆଚରଣ ତଥା ସ୍ଵଭାବ ହିଁ ତାକୁ ମହତ ବନାଇଥାଏ । ତେବେ ଯେଉଁମାନେ ଆଜିଭଳି ଦିନରେ ଏହିଭଳି ବର୍ଣ୍ଣବୈଷ୍ଣମ୍ୟକୁ ନେଇ ସମାଲୋଚନା କରନ୍ତି ସେମାନେ ବୋଧହୁଏ ପାଠ ପଢିନାହାଁନ୍ତି । ଯଦିଓ ପାଠ ପଢିଛନ୍ତି ସେମାନଙ୍କ ସାଧାରଣ ଜ୍ଞାନ ବୋଲି କିଛି ନାହିଁ ।

ଭାରତର ସଂକୃତି ତଥା ପରମ୍ପରା କୁ ଅନ୍ୟ ଦେଶ ମାନଙ୍କରେ ବେସ ସନ୍ନମାନ ଦେଇଥାନ୍ତି । କାରଣ ବିଶ୍ବରେ ଥିବା ଦେଶ ମାନଙ୍କ ମଧ୍ୟରୁ ଭାରତ ଦେଶ ଅନ୍ୟତମ । ଭାରତରେ ଭାଇଚାରାଅଛି ଏବଂ ସବୁଠାରୁ ବଡ କଥା ଯେ କଳାଗୋରା ଭେଦଭାବ ଏଠାରେ ଦେଖିବାକୁ ମିଳିନଥାଏ । ତେବେ ଇଂଲଣ୍ଡର ଏଭଳି ଆଚରଣ କାରଣରୁ ଭାରତବାସୀ ନାନା ପ୍ରକାରର ପ୍ରଶ୍ନ ପଚାରିଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କର ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *