ଚାଲ ଆମେ ମିଶି, ମୋ ସ୍ଵାମୀ କୁ ମାରିଦେବା, ମୁଁ ଧରିବି ତୁମେ କ-ଆଟିବ…

ବନ୍ଧୁଗଣ, ସୂଚନା ଅନୁଯାୟୀ ମହିଳା ଜଣଙ୍କର ଦୁଇଟି ପୁଅ ଗୋଟିଏ ୨୦ ବର୍ଷ ର ଏବଂ ଆଉ ଜଣେ ୧୫ କି ୧୬ ବର୍ଷ ର । ମାତ୍ର ତଥାପି ତାଙ୍କୁ ଘାରିଥିଲା ପରକୀୟାର ପ୍ରେମ । ଏହି ମହିଳା ଜଣକ ପ୍ରେମ କରୁଥିବା ବ୍ୟକ୍ତି ଙ୍କୁ ଫୋନ ମାଧ୍ୟମରେ ଡାକନ୍ତି ଯେ “ସ୍ଵାମୀ ନାହାଁନ୍ତି ତୁମେ ଆସୁନା” । ତେବେ କଥାରେ ଅଛି ଯେ ଚୋରା ପୀରତି କେତେଦିନ ଚାଲିବ ? ଦିନେ ନା ଦିନେ ଏହା ତ ସାମ୍ନାକୁ ଆସିବ ନା ?

ଠିକ ସେମିତି ସ୍ଵାମୀ ସମ୍ମୁଖରେ ପଡିଯାଇଥିଲା ସ୍ତ୍ରୀ ର ଅସଲ ଚେହେରା । ଆଉ ଏହାପରେ ସ୍ଵାମୀ କୁ ସବୁଦିନ ନିମନ୍ତେ ରାସ୍ତା ରୁ ହଟାଇ ଦେବା ପାଇଁ ସ୍ତ୍ରୀ କରିଥିଲା ଯୋଜନା । ସମୁଦାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା ନିଜ ପ୍ରେମିକ ସହିତ ମିଶି ନିଜ ସ୍ଵାମୀ ଙ୍କୁ ମାରିଦେବା ପାଇଁ । ସ୍ଵାମୀ ଙ୍କୁ ହ-ତ୍ୟା ଯୋଜନା କରି ସୁପାରି କିଲର ଙ୍କୁ ଟଙ୍କା ଦେବା ଅଭିଯୋଗରେ ସ୍ତ୍ରୀ ସମେତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଓଢ ଗାଁ ପୋଲିସ ।

ଗିରଫ ଯୁବକ ଜଣକ ହେଉଛନ୍ତି ବାଙ୍କି ଅଞ୍ଚଳର ବିକ୍ରମ ବେହେରା । ଆଉ ମହିଳା ଜଣକ ହେଉଛନ୍ତି ଚାବି ନାୟକ । ତେବେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଓଡଗାଁ ଆଦର୍ଶ ଥାନା ବାହାର ଝୋଲା ଫାଣ୍ଡି ଅନ୍ତର୍ଗତ ବୁମୀ ଗ୍ରାମରେ । ଏହି ଅଞ୍ଚଳର ଗୋପାଳ ନାୟକ ଯେ କି ଛବି ଙ୍କର ସ୍ଵାମୀ ଭୁବନେଶ୍ବରରେ ରହି ପରିବାର ବୃତିପୋଷଣ ନିମନ୍ତେ କାମ କରନ୍ତି ।

ଆଉ ସ୍ଵାମୀ ଙ୍କ ଅନୁପସ୍ଥିତ ରେ ତାଙ୍କ ସ୍ତ୍ରୀ ବାଙ୍କି ଅଞ୍ଚଳର ଜଣେ ପୁରୁଷ ଙ୍କ ସହିତ ପ୍ରେମ ସମ୍ପର୍କ ଗଢାଇ ଥିଲେ । ଆଉ ଏହି ଦୀର୍ଘ ଦିନର ଚୋରା ପ୍ରେମକୁ ସତ କରିବା ପାଇଁ ସ୍ଵାମୀ କୁ ସବୁଦିନ ଲାଗି ରାସ୍ତାରୁ ହଟାଇ ଦେବା ପାଇଁ ଯୋଜନା କରିଥିଲା ସ୍ତ୍ରୀ । ର ପୁରୁଷ ପାଇଁ ତଥା ପର ପୁରୁଷ ପ୍ରେମରେ ଅନ୍ଧ ହୋଇ ନିଜ ସ୍ଵାମୀ ଙ୍କୁ ହ-ତ୍ୟା କରିବା ନିମନ୍ତେ ୫ ଲକ୍ଷ ଟଙ୍କା ଦେଇଥିଲେ

ପଫଳରେ ଉକ୍ତ ଯୁବକ ଜଣକ ସ୍ଵାମୀ ଘରେ ଥିବା ସମୟରେ ହାତରେ ଏକ ଧାରୁଆ ଅସ୍ତ୍ର ନେଇ ଆକ୍ରମଣ କରିଥିଲା । ଆଉ ଚିତ୍କାର ଶୁଣି ଗ୍ରାମବାସୀ ପହଞ୍ଚି ଉଭୟ ଛବି ଏବଂ ତାଙ୍କ ପ୍ରେମିକ ବିକ୍ରମ କୁ କାବୁ କରି ନେଇଥିଲେ । ଉଭୟଙ୍କୁ ବର୍ତ୍ତମାନ ପୋଲିସ କୋର୍ଟ ଚାଲାଣ କରିଛି । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *