ସ୍କୁଲରେ Jyoti Prakash (ରାଜା) ଙ୍କୁ ଦିଆଗଲା ଅଶୃଳ ଶ୍ରଦ୍ଧାଞ୍ଜଳି, ଦେଖନ୍ତୁ ପୁରା Live Video 

ବନ୍ଧୁଗଣ ୧୦ମ ଶ୍ରେଣୀ ଛାତ୍ର ରାଜାଙ୍କର ଅକାଳ ବିୟୋଗ ପରେ ତାଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଜ୍ୟୋତି ପ୍ରକାଶ ବେହେରା(ରାଜା) ସରସ୍ଵତୀ ବିଦ୍ୟା ମନ୍ଦିରରେ ପାଠ ପଢୁଥିଲେ । ଗତ କିଛି ସମୟ ପୂର୍ବରୁ ତାଙ୍କ ସ୍କୁଲରେ ରାଜାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସ୍କୁଲରେ ତାଙ୍କ ଗୁରୁଜୀ ଗୁରୁମା ଓ ତାଙ୍କ ସହପାଠୀ ଗଣ ମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସ୍କୁଲରେ ସମସ୍ତେ ରାଜାଙ୍କ ଫଟୋରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି ଓ ତାଙ୍କ ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି ।


ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏହି ଶ୍ରଦ୍ଧାଞ୍ଜଳିର ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଗତ ଶନିବାର ଦିନ ଶେଷ ଥର ପାଇଁ ରାଜା ସ୍କୁଲକୁ ଯାଇଥିଲେ ଓ ତାଙ୍କ ସାଙ୍ଗ ମାନଙ୍କ ସହ ସାକ୍ଷାତ କରିଥିଲେ । ସ୍କୁଲ ଗୁରୁମାଙ୍କ ମତରେ, ରାଜା କେବେ ବି ସ୍କୁଲରେ ଦୁଷ୍ଟ ହୁଅନ୍ତି ନାହିଁ । ରାଜା ବହୁତ ଶାନ୍ତ ଶିଷ୍ଟ ପିଲା ଥିଲେ । ପାଠ ପଢାରେ ତାଙ୍କର ବହୁତ ରୁଚି ଥିଲା ।

ଯେତେବେଳେ ତାଙ୍କ ଗୁରୁମା ରାଜାଙ୍କର ନିଖୋଜ ଖବର ଜାଣିଲେ ସେତେବେଳେ ସେ ଚିନ୍ତାରେ ଆସିଯାଇଥିଲେ । ସମସ୍ତେ ରାଜାଙ୍କ ଫେରିବା ବାଟକୁ ଅପେକ୍ଷା କରି ରହିଥିଲେ ହେଲେ ରାଜା ଆଉ ଫେରିଲେ ନାହିଁ । ରାଜାଙ୍କର ସମସ୍ତ ସହପାଠୀ ମାନେ ମଧ୍ୟ ବହୁତ ଦୁଃଖ ପ୍ରକାଶ କରିଛନ୍ତି ଯାହା ବର୍ତ୍ତମାନ ଚର୍ଚାରେ ଅଛି । ସମସ୍ତଙ୍କୁ ରାଜା ବହୁତ ମନେ ପଡ଼ୁଛନ୍ତି ହେଲେ ସେ ଆମ ମାନଙ୍କ ମଧ୍ୟରେ ଆଉ ନାହାନ୍ତି । ବନ୍ଧୁଗଣ ଗତ କିଛି ଦିନ ତଳେ ପ୍ରବଳ ବର୍ଷା ହେତୁ ରାଜା ଟ୍ୟୁସନରୁ ଫେରିବା ସମୟରେ ରାସ୍ତା କଡରେ ଥିବା ନାଳରେ ଖସି ପଡିଯାଇଥିଲେ ।

ରାଜାଙ୍କୁ ଖୋଜିବା ପାଇଁ ଅଗ୍ନିସମ ବିଭାଗ ସେହି ସ୍ଥାନରେ ପହଞ୍ଚି ଥିଲେ । ଏପରିକି ସେହି ସ୍ଥାନରେ ସମସ୍ତ ରାଜନୈତିକ ଦଳର ନେତା ମନେ ପହଞ୍ଚି ଥିଲେ । ବହୁତ ସନ୍ଧାନ କରି ମଧ୍ୟ ରାଜା ମିଳି ନଥିଲେ । ହେଲେ ଗତ କାଲି ପୋଲିସ ରାଜାଙ୍କ ମୃ-ତ ଶରୀର କୁ ଉଧାର କରି ଥିଲା । ରାଜାଙ୍କ ମୃ-ତ୍ୟୁ ପରେ ତାଙ୍କ ମା ଓ ବାପା ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । ରାଜା ମା ଚେତା ଶୂନ୍ୟ ହୋଇଯାଉଛନ୍ତି ତ ତାଙ୍କ ବାପା କଣ କରିବେ କିଛି ବୁଝି ପାରୁ ନାହାନ୍ତି ।

ବହୁତ କମ ବର୍ଷ ବୟସରେ ଛୁଆଟି ସମସ୍ତଙ୍କୁ ଛାଡି ଗଲା । ବନ୍ଧୁଗଣ ସରକାରଙ୍କ ଏହି ଅବହେଳା ହେତୁ ଆଜି ଗୋଟେ ପରିବାର ତାଙ୍କ ଛୁଆକୁ ହରେଇ ଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନେ ବି ରାଜାଙ୍କ ଆତ୍ମା ଶାନ୍ତି ପାଉ ବୋଲି ପ୍ରାର୍ଥନା କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *