ମୁଖ୍ୟମନ୍ତ୍ରୀ Naveen Patnaik ଦେଲେ ସତର୍କ ସୂଚନା, କଣ ପୁଣି ରାଜ୍ୟକୁ ଫେରିବ Lockdown ?

ନମସ୍କାର ବନ୍ଧୁଗଣ ଆପଣ ମାନେ ଏହି ଦୁଇ ବର୍ଷ ହେଲା ଦେଶ ଏବଂ ବିଶ୍ଵ ରେ ହେଉଥିବା ମହାମାରୀ କରୋନା ସମ୍ପର୍କରେ ତ ନିଶ୍ଚୟ ଜାଣିଥିବେ । ଯାହା ଯୋଗୁଁ ଅନେକ ପରିବାର ଛାରଖାର ହୋଇଯାଇଛି । ତେବେ ବର୍ତ୍ତମାନ କିଛି ମାତ୍ରାରେ ରେ ଏହାର ପ୍ରକୋପ କମିବା ସହିତ କିଛି ସ୍ଥାନ ଏପରି ଅଛି ଯେଉଁଠି ଏପର୍ଯ୍ୟନ୍ତ ମଧ୍ୟ ଏହି କରୋନା ର ପ୍ରକୋପ କମି ନାହିଁ । ତେବେ ସରକାର ଏହି ସବୁରୁ ବଞ୍ଚିବା ପାଇଁ ସ୍କୁଲ,କଲେଜ ଆଦି ବନ୍ଦ କରି ଦେଇଥିଲେ ଏବଂ ଅନଲାଇନ ମାଧ୍ୟମରେ ପାଠପଢା ଏବଂ ପରୀକ୍ଷା କରାଇଥିଲେ ।

ତେବେ ବର୍ତ୍ତମାନ ର ହାଲତ ଦେଖି ଏବଂ କରୋନା ର କିଛି ମାତ୍ରାରେ କମି ଯାଉଥିବାରୁ ଏବେ କିଛି କିଛି ସ୍ଥାନରେ ସ୍କୁଲ କଲେଜ ଖୋଲି ଯାଇଛି । ତେବେ ବର୍ତ୍ତମାନ ପିଲାମାନେ ସବୁଦିନ ସ୍କୁଲ କଲେଜ ଯାଉ ଛନ୍ତି । ତେବେ ବର୍ତ୍ତମାନ ସୁଧା ଅଳ୍ପ ପରିମାଣ ରେ ପିଲାମାନେ ମଧ୍ୟ ସ୍କୁଲ ଆସୁଛନ୍ତି । ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ଘୋଷଣା ମଧ୍ୟ କରିଛନ୍ତି । ତେବେ ଆସନ୍ତୁ ଜାଣିନେବା ମୁଖ୍ୟମନ୍ତ୍ରୀ ଙ୍କ ସେହି ଘୋଷଣା ବିଷୟରେ ।

ତେବେ ରାଜ୍ୟ ର କୋଭିଡ ସ୍ଥିତି ସମୀକ୍ଷା ଅବସର ରେ ମୁଖ୍ୟମନ୍ତ୍ରୀ ଘୋଷଣା କିମ୍ବା ନିର୍ଦେଶ ଦେଇଛନ୍ତି କି ଯଦି ଲୋକମାନେ କୋଭିଡ ନିୟମ ନମାନିଲେ କିମ୍ବା କୌଣସି ଅବହେଳା କଲେ ତେବେ ଫୁଣି ଥରେ ଲକଡାଉନ କରା ଦିଆଯିବ । ଏହା ଛଡା ସ୍କୁଲ କଲେଜ ରେ କୋଭିଡ଼ ର କଡା ନିୟମ ପାଳନ କରାଯିବା ଉଚିତ ଏବଂ ଅଚାନକ ତଦାରଖ କରିବା ପାଇଁ ମଧ୍ୟ ନିର୍ଦେଶ ମିଳିଛି ।

ଏହା ଛଡା ଯଦି କୌଣସି ଗଡ଼ବଡ଼ କିମ୍ବା ଅବହେଳା ହୁଏ ତେବେ ଅନୁଷ୍ଠାନ ର ମୁଖ୍ୟ ଦାୟୀ ରହିବେ । ତେବେ ସମସ୍ତେ ଟୀକା ନିଅନ୍ତୁ ଏବଂ ଛୋଟ ପିଲାଙ୍କ ପାଳି ଆସିଲେ ସେମାନେ ନିହାତି ଟୀକାକରଣ କରାଇବା ଆବଶ୍ୟକ ଏବଂ ତୃତୀୟ ଲହରୀ ରୁ ବଞ୍ଚିବା ଏହି ସବୁ ନିୟମ ମାନିବା ଉଚିତ । ତେବେ ଏଥିରେ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *