କରୋନା ର ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ Naveen Patnaik, କହିଲେ- “ରାଜ୍ୟରେ ପୁଣି ହେବ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌”

ବନ୍ଧୁଗଣ ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ଦେଶରେ ଲକଡାଉନ ଜାରି କରାଯାଇଛି । ଗତ ବର୍ଷ କରୋନା ମହାମାରୀର ପ୍ରଥମ ଲହର ଆସିଥିଲା । ଗତ ବର୍ଷ ଦେଶରେ ପାଖା ପାଖି ୭ ମାସ ପର୍ଯ୍ୟନ୍ତ ଲକଡାଉନ କରଯାଇଥିଲା ।

ଏହି ବର୍ଷ ଦେଶକୁ କରୋନାର ଦ୍ଵିତୀୟ ଲହର ଆସିଛି । ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଉଛନ୍ତି । ବନ୍ଧୁଗଣ ଏହି ଦ୍ଵିତୀୟ ଲହର ପାଇଁ କେତେକ ରାଜ୍ୟରେ କରୋନା ସ୍ଥିତିକୁ ଲକଡାଉନ ଘୋଷଣା କରାଯାଇଛି ।

ହେଲେ ବନ୍ଧୁଗଣ ବର୍ତ୍ତମାନ ତୃତୀୟ ଲହରକୁ ନେଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପାଟନାୟକ ଓଡିଶା ବାସୀଙ୍କୁ ସତର୍କ କରାଇଛନ୍ତି । କରୋନା ବିପଦ ବର୍ତ୍ତମାନ ପର୍ଯ୍ୟନ୍ତ ଦୂର ହୋଇ ନାହିଁ । ତୃତୀୟ ଲହର ଆମ ମାନଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଛନ୍ତି । ଗତ କିଛି ମାସ ପୂର୍ବେ ବିଶେଷଜ୍ଞ ମାନେ ତୃତୀୟ ଲହର ପାଇଁ ସତର୍କ କରାଇ ଥିଲେ । ବିଶ୍ଵର କେତେକ ସ୍ଥାନରେ ତୃତୀୟ ଲହର ନିଜ କୋପ ବର୍ଷାଇଛି । ତେଣୁ ଏପରି ପରିସ୍ଥିତିରେ କୌଣସି ପ୍ରକାରର କୋଭିଡ ନିୟମରେ ଢିଲା ହେବ ଅତ୍ୟନ୍ତ ଗୁରୁତର ହୋଇପାରେ ।

ବର୍ତ୍ତମାନ ଓଡିଶା ବାସୀଙ୍କୁ ନବୀନ ପଟନାୟକ ସତର୍କ କରାଇ ସାରିଛନ୍ତି । ଗତ କାଲି ଅର୍ଥାତ ବୁଧବାର ସନ୍ଧ୍ୟାରେ ନବୀନ ପାଟନାୟକ ଜନସାଧାରଣ ମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି । ନବୀନ ପାଟନାୟକଙ୍କ ମତରେ-‘ ଅନ୍‌ଲକ୍ ପରେ କେତେକ ମାର୍କେଟରେ ବହୁତ ଭିଡ ହେଉଛି । ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ । ଏହାଦ୍ବାରା ଆମେ ନିଜ ପାଇଁ ଓ ନିଜ ପ୍ରିୟଜନଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଛୁ । ଆମେ କିଛି ଜାଣିବା ପୂର୍ବରୁ ସଂକ୍ରମଣ ବହୁଭାବରେ ବଢିଯାଇପାରେ ।

ତେଣୁ ସରକାର ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି । ଯଦି ସରକାର ଅନୁଭବ କରନ୍ତି ଯେ ଲୋକମାନେ କୋଭିଡ ନିୟମକୁ ଠିକ୍ ଭାବରେ ପାଳନ କରୁନାହାନ୍ତି, ତେବେ ପୁଣି ଥରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା କରିବାକୁ ସରକାର ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଦେଇଛନ୍ତି’ ।

ଆଗକୁ ନବୀନ ପଟନାୟକ କହିଛନ୍ତି-‘ଏପର୍ଯ୍ୟନ୍ତ ଯୁଦ୍ଧ ସମାପ୍ତ ହୋଇନାହିଁ । ଦେଶର ଅନ୍ୟ ରାଜ୍ୟଗୁଡ଼ିକରେ କରୋନା ମାମଲା ବୃଦ୍ଧିପାଉଛି । ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ବ ଦେଇ ଓଡିଶା  ଧୀରେ ଧୀରେ ଅନ୍‌ଲକ୍ ହେଉଛି ।  କରୋନା ଭୂତାଣୁ  ଏବେ ବି ଆମ ଆଖପାଖରେ ରହିଛି ଓ ରୂପ ବଦଳାଇ ଗୁରୁତର ଆକ୍ରମଣ କରିବା ଶକ୍ତି ମଧ୍ୟ ତାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  ।

ଏହା ସହ ତେଣୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଏହାଦ୍ୱାରା ହିଁ ଆମେ ତୃତୀୟ ଲହରର ପ୍ରକୋପକୁ କମ୍ କରିଦେଇପାରିବା’ । ତା ହେଲେ ବନ୍ଧୁଗଣ ତୃତୀୟ ଲହର ପାଇଁ ଆପଣ ମାନେ ମଧ୍ୟ ସତର୍କ ରୁହନ୍ତୁ ଓ ନିଜ ପରିବାରର ଧ୍ୟାନ ରଖନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *