India ଛାଡି ଏବେ London ରେ ରହିବେ Ambani ପରିବାର ? ଦେଖନ୍ତୁ ଏହା ପଛର ରହସ୍ୟ କଣ ?

ବନ୍ଧୁଗଣ, ସୂଚନା ଅନୁଯାୟୀ ମୁକେଶ ଆମ୍ବାନୀ ଙ୍କୁ ଆଉ ଭଲ ଲାଗୁନି ଭାରତ, ବର୍ତ୍ତମାନ ଦେଶ ଛାଡିବାକୁ ଭାରିମନ । ମୁମ୍ବାଇ ଛାଡି ଲଣ୍ଡନ ରେ ରହିବାକୁ ଚାହୁଁଛନ୍ତି କି ଆମ୍ବାନୀ ଙ୍କ ପରିବାର ଆସନ୍ତୁ ସେ ନେଇ ସଂପୂର୍ଣ୍ଣ ତତ୍ଵ ସମ୍ବନ୍ଧରେ ଜାଣିବା । ଚଳିତ ବର୍ଷ ଲଣ୍ଡନ ର ନୂଆ ଘରେ ଅମ୍ବାନୀ ଙ୍କ ପରିବାର ଦୀପାବଳୀ ପାଳନ କରିବା ପରେ ଏହିଭଳି ଚର୍ଚ୍ଚା ଜୋର ଧରିଛି । ଆସନ୍ତା ବର୍ଷ ଏପ୍ରିଲ ମାସରେ ମୁକେଶ ଆମ୍ବାନୀ ଙ୍କ ପରିବାର ଲଣ୍ଡନ ରେ ରହିବାର ଯୋଜନା କରିଥିବା କୁହାଯାଇଥିଲା ।

ଏ ନେଇ ସ୍ପଷ୍ଟିକରଣ ରଖିଛି ରିଲାଇନ୍ସ ଇଣ୍ଡଷ୍ଟ୍ରିଜ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା ଟି କଣ ଅଟେ ? ଲଣ୍ଡନର ବଙ୍କିମହାମ ସାୟର ର ଷ୍ଟ୍ରୋଲ ପାର୍କ ରେ ଏକ ବଙ୍ଗଳା କିଣିଛନ୍ତି ରିଲାଇନ୍ସ ଇଣ୍ଡଷ୍ଟ୍ରି ର ମାଲିକ ତଥା ଭାରତର ସବୁଠାରୁ ଧନୀବ୍ୟକ୍ତି ମୁକେଶ ଆମ୍ବାନୀ । ୩୦୦ ଏକର ପାରମିତ ଅଞ୍ଚଳରେ ଥିବା ଏହି ବଙ୍ଗଳା ର ମୂଲ୍ୟ ପ୍ରାୟ ୫ ସହ ୯୨ କୋଟି ଟଙ୍କା ଅଟେ । ଲଣ୍ଡନ ର ଏହି ଆରିଷ୍ଟ୍ରୋକାଟ ବଙ୍ଗଳା ରେ ୪୯ ଟି ବେଡ ରୁମ, ଗୋଟିଏ ଛୋଟ କାଟିଆ ହସ୍ପିଟାଲ ରହିଅଛି ।

ବଙ୍ଗଳା ବାହାରେ ରହିଅଛି ପାର୍କ, ଗାଉଟ ପଡିଆ, ଏବଂ ଏକ ଛୋଟ ଜଳାଶୟ । ମୁକେଶ କିଣିଥିବା ଏହି ବଙ୍ଗଳା ଟି ଦିନେ “ଜେମ୍ସ ବର୍ଟ” ଙ୍କ ହଲିଉଡ ଫିଲ୍ମ ରେ ମଧ୍ୟ ସ୍ଥାନ ପାଇସାରିଛି । ଚଳିତ ଦୀପାବଳି ରେ ଅମ୍ବାନୀ ପରିବାର ଏହି ନୂଆ ଘରେ ଉତ୍ସବ ପାଳିଛନ୍ତି । ଆସନ୍ତା ବର୍ଷ ଏପ୍ରିଲ ରେ ସେମାନେ ଲଣ୍ଡନ ଯିବାର ଯୋଜନା କରିଛନ୍ତି । ଲକଡାଉନ ସମୟରେ ମୁମ୍ବାଇ ର ଆଣ୍ଟିଲିଆ ଘରେ ରହି ମୁକେଶ ଙ୍କ ପରିବାର ଦିନ କା-ଟି-ଥି-ଲେ ।

ଆଣ୍ଟିଲିଆ ଏକ ବିଶାଳ ଘର ହେଲେ ମଧ୍ୟ ଏଠାରେ ପ୍ରାକୃତିକ ପରିବେଶ ନାହିଁ । ତେଣୁ ଆମ୍ବାନୀ ଏକ ନୂତନ ଘର କିଣିବା କଥା ଚିନ୍ତା କରି ଲଣ୍ଡନରେ ଘର କିଣିବାକୁ ବାଧ୍ୟ ହୋଇଥିବା ମି-ଡି-ଆ ରେ ପ୍ରକାଶିତ ହୋଇଅଛି । ଭାରତ ଛାଡି ଲଣ୍ଡନ ରେ ରହିବା ଖବର ପ୍ରସାରିତ ହେବା ପରେ ସ୍ପଷ୍ଟିକରଣ ରଖିବାକୁ ବାଧ୍ୟ ହୋଇଛି ରିଲାନ୍ସ ଇଣ୍ଡଷ୍ତିଜ ଲିମିଟେଡ ।

ଆମ୍ବାନୀ ପରିବାର ଲଣ୍ଡନ ରେ ରହିବା ଲାଗି ନିଷ୍ପତ୍ତି ନେଇଛନ୍ତି, ଏଭଳି ଖବର ରେ କୌଣସି ପ୍ରକାରର ସତ୍ୟାସତ୍ୟ ନାହିଁ ବୋଲି କମ୍ପାନୀ ତରଫରୁ କୁହାଯାଇଅଛି । ବନ୍ଧୁଗଣ ଏହି ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *