ସତ ହେଲା କି ମାଳିକା ବଚନ ! ହେବ କି ସୃଷ୍ଟିର ବିନାଶ, କୋଣାର୍କ ମନ୍ଦିର ଭିତରେ ପାଣି, ବୁଡିଲା ପାହାଚ, ଭୟରେ ଥରହର ପର୍ଯ୍ୟଟକ..ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ ବୁଡ଼ିଲା କୋଣାର୍କ ସୂର୍ଯ୍ୟ ମନ୍ଦିର । କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରେ ଆଣ୍ଠୁଏ ଆଣ୍ଠୁଏ ପାଣି । ହେବ କି ସୃଷ୍ଟି ର ବିନାଶ? ହେବ କି ମାଳିକା ବଚନ ସତ?ଏପଟେ କୋଣାର୍କ ମନ୍ଦିର ଭିତରେ ପଶିଲାଣି ପାଣି । ଆପଣ ଭାଇରାଲ ହୋଇଥିବା ଭିଡିଓ ରେ ଭଲ କରି ଦେଖିଲେ ଜାଣି ପାରିବେ ସେହି ବିଦାରକ ଦୃଶ୍ୟ କୁ । ଲଘୁଚାପ ଲଗାଣ ବର୍ଷା ହେତୁ ସୂର୍ଯ୍ୟ ମନ୍ଦିର ପରିସର ରେ ବର୍ଷା ଜଳ ଜମି ରହିଛି ।

ଫଳରେ ମନ୍ଦିର ର କାରୁକାର୍ଯ୍ୟ ଦେଖିବାକୁ ନାନାଦି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ । ସୂର୍ଯ୍ୟ ମନ୍ଦିର ର ଦାୟି ରେ ଥିବା ଭାରତୀୟ ବିଭାଗ ଅବହେଳା ହେତୁ ସୂର୍ଯ୍ୟ ମନ୍ଦିର ପରିସର ରେ ଜମି ରହୁଥିବା ବର୍ଷା ପାଣି ର ସମସ୍ୟା ର ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇପାରି ନାହିଁ ।

ଅଳ୍ପ ବର୍ଷା ଯୋଗୁଁ ମନ୍ଦିର ପରିସରରେ ବର୍ଷା ପାଣି ଜମିବାରେ ଲାଗିଛି । ଏହାକୁ ନେଇ ଦେଶ ବିଦେଶ ରୁ ଆସୁଥିବା ପର୍ଯ୍ୟଟକ ସୂର୍ଯ୍ୟ ମନ୍ଦିର ପରିସରରେ ବୁଲିବାକୁ ବଞ୍ଚିତ ହେବା ବେଳେ ଛୋଟଛୋଟ ପିଲା ଙ୍କୁ ଧରି କୋଣାର୍କ ମନ୍ଦିର ର କାରୁକାର୍ଯ୍ୟ କୁ ଉପଭୋଗ କରିବା ନିମନ୍ତେ ବଞ୍ଚିତ ହେଉଛନ୍ତି ।

ଗୋଟିଏ ଦଶ କିଲୋ ୱାଟ ପାଣି ମଟର ଲାଗିଥିବା ସହିତ ୪ଟି ପାଞ୍ଚ କିଲୋ ୱାଟ ଜଳ ଲାଗିଥିଲେ ମଧ୍ୟ ବର୍ଷା ଜଳ କୁ ସୂର୍ଯ୍ୟ ମନ୍ଦିର ପରିସର ଭିତରୁ ନିଷ୍କାସନ କରିପାରୁ ନାହାନ୍ତି । ବାରମ୍ବାର ଗଂ ମାଧ୍ୟମରେ ପ୍ରସାରଣ ପରେ ବି ନିଦ ଭାଙ୍ଗୁ ନାହିଁ ଏଏସଆଇ କର୍ମଚାରୀ ଙ୍କର । ଏହାର ସ୍ଥାୟୀ ସମାଧାନ ନ କରାଗଲେ ସୂର୍ଯ୍ୟ ମନ୍ଦିର ପ୍ରତି ବିପଦ ରହିଛି ବୋଲି ସାଧାରଣ ରେ ଚର୍ଚ୍ଚା ହେବାରେ ଲାଗିଛି ।

ତେବେ କୋଣାର୍କ ମନ୍ଦିର ର ବର୍ଷା ଜଳ ଯୋଗୁଁ ଏଭଳି ଅବସ୍ଥା ପର୍ଯ୍ୟଟକ ଙ୍କ ପାଇଁ ବିଷାଦ ଆଣି ଦେଇଛି । ଏହାର ସ୍ଥାୟୀ ସମାଧାନ କେବେ କରାଯାଉଛି ତାହା ଦେଖିବାର ବିଷୟ ଅଟେ ।ତେବେ ଏହି ସମ୍ବନ୍ଧରେ ଆପଣ ମାନେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *