କି ଭୟଙ୍କର ଦୃଶ୍ୟ ! ଲଘୁଚାପରେ ଅଶାନ୍ତ ସମୁଦ୍ର…ଭାସିଗଲେ ଅମାନିଆ ପର୍ଯ୍ୟଟକ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପଶିଛି ପାଣି । ଫଳରେ ଲୋକଙ୍କ ଦୁର୍ଦ୍ଦଶା ବଢିଛି । କେନ୍ଦ୍ରାପଡା, କଟକ, ବାଲେଶ୍ୱରର ଅନେକ ଗାଁ ଜଳବନ୍ଦୀ ହୋଇରହିଛି । ମହାନଦୀରେ ପାଣି ବଢିବା ପରେ କଟକ ଭଟ୍ଟାରିକା ମନ୍ଦିର ବେଢା ଛୁଇଁଛି ମହାନଦୀର ପ୍ରଥମ ବନ୍ୟା ଜଳ । ପଶ୍ଚିମ ଓଡିଶାର କଳାହାଣ୍ଡି, ବରଗଡ, ସୁନ୍ଦରଗଡ ବି ବନ୍ୟାରେ ପ୍ରଭାବିତ ହୋଇଛି । ସେପଟେ ଲଗାଣ ବର୍ଷା ସହିତ ବନ୍ୟାର ଆଶଙ୍କା ଭିତରେ ଦୀଘା ସମୁଦ୍ରରେ ସେଲଫି ନେବା ମହଙ୍ଗା ପଡିଛି ।

ଜଣେ ଯୁବକ ସମୁଦ୍ରରେ ଭାସି ଯାଇଥିବା ବେଳେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ତେବେ ଲଗାଣ ବର୍ଷା ସହିତ ବନ୍ୟାର ଆଶଙ୍କା ଭିତରେ ଦୀଘା ସମୁଦ୍ରରେ ସେଲଫି ନେବା ମହଙ୍ଗା ପଡିଛି । ସମୁଦ୍ର ଅଶାନ୍ତ ରହିଥିବାବେଳେ ପର୍ଯ୍ୟଟକ ସମୁଦ୍ରକୁ ଯାଇଥିଲେ ଓ ସେଲଫି ନେଉଥିଲେ । ଏହି ସମୟରେ ସଂପୃକ୍ତ ଯୁବକଙ୍କ ଗୋଡ ଖସିଯିବା ଯୋଗୁଁ ପାଣିରେ ଭାସି ଯାଇଥିଲେ ।

ତେବେ ନୋଳିଆ ଏବଂ ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ଯୁବକ ଜଣକ ପଶ୍ଚିମବଙ୍ଗ ମେଦିନପୁର ଜିଲ୍ଲାର ଶୁଭାପ୍ରସାଦ ମଣ୍ଡଳ ବୋଲି ଜଣାପଡିଛି । ତେବେ ଲଘୁଚାପ ପ୍ରଭାବରେ ପଶ୍ଚିମବଙ୍ଗ ଦୀଘା ବେଳଭୂମିରେ ସମୁଦ୍ର ଅଶାନ୍ତ ହୋଇରହିଛି  । ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ରଦ୍ୱାରା ପର୍ଯ୍ୟଟକ ମାନଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ସତର୍କ ସୂଚନା କରାଯାଉଛି ବି ।

ହେଲେ ସମୁଦ୍ରରେ ଆଜି ରବିବାର ପୂର୍ବାହ୍ନରେ ଉଚ୍ଚ ଜୁଆର ଥିବା ବେଳେ ଜଣେ ପର୍ଯ୍ୟଟକ ଜଣଙ୍କ ତାଙ୍କର ଅସାବଧାନତା ଆଜି କଣ କରିଦେଲା । ସେ ସମୁଦ୍ରର ଲହରୀ ସହିତ ଭାସି ଯାଇ ପ୍ରାୟ ଅଧାଘଣ୍ଟା ହେବ ସମୁଦ୍ର ଉଚ୍ଚ ଜୁଆର ସହିତ ସଂଘର୍ଷ କରୁଥିଲେ । ଖବର ପାଇ ସ୍ଥାନୀୟ ପ୍ରଶାସନ ପହଞ୍ଚି ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ନେଇଥିବା ଜଣା ପଡ଼ିଛି । ତେବେ ସମୁଦ୍ରର ଉଚ୍ଚ ଜୁଆର ପାଇଁ ବାରମ୍ବାର ପ୍ରଶାସନ ପକ୍ଷରୁ ସତର୍କ କଲେ ମଧ୍ୟ ଏଭଳି ଅମାନିଆ ପର୍ଯ୍ୟଟକଙ୍କ ପାଇଁ କିଏ ଦାୟୀ ରହିବ ସେ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ତେବେ ସେପଟେ  ମହାନଦୀରେ ପାଣି ବଢିବା ପରେ କଟକ ଭଟ୍ଟାରିକା ମନ୍ଦିର ବେଢା ଛୁଇଁଛି ମହାନଦୀର ପ୍ରଥମ ବନ୍ୟା ଜଳ । କେନ୍ଦ୍ରାପଡାରେ ମଧ୍ୟ ସ୍ଥିତି ସଙ୍ଗୀନ । ଘର ଭିତରେ ବନ୍ୟା ପାଣି ପ୍ରବେଶ କରିଛି । ବେଡ ଉପରେ ଘର ଲୋକେ ବସିଛନ୍ତି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀରେ ଜଳକା ନଦୀ ବିପଦ ସଂକେତ ଉପରେ ରହିଛି । ଜଳକା ନଦୀ ଫୁଲିବାରୁ ଗୋଠଗଡ଼ିଆ ଅଞ୍ଚଳରେ ପଶିଛି ବନ୍ୟା ପାଣି ।

ନଳକୂପ ବୁଡ଼ି ରହିଥିବା ବେଳେ ଗାଁ ଦାଣ୍ଡରେ ବନ୍ୟାପାଣି ଛିଡା ହୋଇଥିବାରୁ ଗୃହପାଳିତ ପଶୁକୁ ସୁରକ୍ଷିତ ସ୍ଥାନକୁ ଯାଉଛନ୍ତି ଲୋକେ । ପଶ୍ଚିମ ଓଡିଶାର କଳାହାଣ୍ଡି, ବରଗଡ, ସୁନ୍ଦରଗଡ ଜିଲ୍ଲା ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛି । କଳାହାଣ୍ଡି ଜୟପାଟଣା କୋକଡି ରାସ୍ତାରେ ବଡ଼ପୁଝାରୀଗୁଡା ଠାରୁ କୋକୋଡିକୁ ସଂଯୋଗ କରୁଥିବା ରାସ୍ତାରେ ବ୍ରିଜ୍ ଭୁଷୁଡି ପଡ଼ିଛି ।ବରଗଡରେ ଅନେକ ଗାଁ ଏବେ ଜଳମଗ୍ନ ହୋଇଛି ।

ବର୍ଷା ପାଣି ଘରେ ପଶିବାରୁ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । ଆଉ ସ୍ଥିତି ବିଗୁଡୁଥିବା ଦେଖି ୨୦୦ ଲୋକଙ୍କୁ ଉଦ୍ଧାର କରିଛି ପ୍ରଶାସନ । ସୁନ୍ଦରଗଡରେ ମଧ୍ୟ ଅସରାଏ ବର୍ଷାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଅଫିସ ଭିତରେ ପାଣି ଲହଡି ଭାଙ୍ଗୁଛି । ନିରଞ୍ଜନ ନଗରରେ ରାସ୍ତା ସହିତ ଘରେ ଘରେ ଜମି ରହିଛି ପାଣି । ଲୋକେ ଜଳବନ୍ଦୀ ହୋଇରହିଛନ୍ତି ।ଜଗତସିଂହପୁରରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାର ପ୍ରଭାବରେ ଧାନ ବିଲରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଫଳରେ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *