ସତ ହେବ ମାଳିକା ବଚନ ? ୯ ବର୍ଷ ମଧ୍ୟରେ ପାଣିରେ ବୁଡିଯିବ ପୁରୀ, ମୁମ୍ବାଇ ସହ ଆହୁରି ଅନେକ ଭାରତୀୟ ସହର

ବନ୍ଧୁଗଣ, ସୂଚନା ଅନୁଯାୟୀ ସତ ହେବ କି ମାଳିକା ବଚନ ? ୨୨ ପାହାଚେ ଖେଳିବ ମୀନ, କାରଣ ଏଭଳି ଆକଳନ ବର୍ତ୍ତମାନ କରିଛନ୍ତି ଆଧୁନିକ ଯୁଗର ବୈଜ୍ଞାନିକ ମାନେ । ଯେଉଁମାନେ ଜଳବାୟୁ ପରିବର୍ତ୍ତନ ଉପରେ ନିରନ୍ତର ପରୀକ୍ଷା ନିରୀକ୍ଷା କରୁଛନ୍ତି ଏବଂ ସେମାନେ କହୁଛନ୍ତି ଆଗାମୀ ୯ ବର୍ଷ ଅର୍ଥାତ ୨୦୨୧ ରୁ ୨୦୩୦ ଭିତରେ ୫୦ ଟି ଏଭଳି ସହର ଯାହାକି ଜଳମଗ୍ନ ହୋଇଯିବ । ସମୁଦ୍ର ଗର୍ଭ ରେ ଲୀନ ହେବ ଏହି ଏହି ସହର ସବୁ । ଆଉ ଏଥିରେ ପୁରୀର ନାମ ମଧ୍ୟ ରହିଛି ।

କେବଳ ପୁରୀ ନୁହେଁ, ମୁମ୍ବାଇ, ନବୀ ମୁମ୍ବାଇ କଲିକତା ଭଳି ଅନେକ ଗୁଡିଏ ସ୍ଥାନ ରହିଅଛି ଯାହା କି ଜଳଗର୍ଭରେ ଲୀନ ହୋଇଯିବ । ଏବଂ ଏହା ସହିତ କିଛି ତଥ୍ୟ ମଧ୍ୟ ଦିଆ ଯାଇଅଛି । ୧୮୯୧ ମସିହାରୁ ୨୦୧୮ ଭିତରେ ୪୧ ଟି ସାମୁଦ୍ରିକ ଝଡ ଯାହା ବାତ୍ୟାର ରୂପ ନେଇଥିଲା ଆଉ ୨୧ ଟି ସାଇକ୍ଳୋନ ଗଭୀର କ୍ଷୟକ୍ଷତି ଘଟାଇଥିଲା । ଏହା ଭିତରେ ଏଭଳି ତାଣ୍ଡବ ରଚିଥିଲା ଯେ ସମସ୍ତେ ଗୋଟିଏ କଥା ହିଁ ଚିନ୍ତା କରିଥିଲେ ଯେ କାଳ ସମୟ ଅଥବା ଶେଷ ସମୟ ଆସିଯାଇଛି । ଯାହା କି ବର୍ଣ୍ଣନା କରାଯାଇଅଛି ମାଳିକାରେ ।

କ୍ଲାଇମେଟ ସେଣ୍ଟ୍ରାଲ ନାମକ ଏହି ରିସର୍ଜ ଅର୍ଗାନାଇଜେସନ ଟି ଏଭଳି କିଛି ଭବିଷ୍ୟତବାଣୀ କରିଛନ୍ତି । ଏହା ସହିତ କହିଛନ୍ତି ଯେ ୨୦୩୦ ସୁଧା ଅନେକ ସାରା ସହର ଜଳମଗ୍ନ ହୋଇଜିବ । ଯଦି ମୁମ୍ବାଇର ବର୍ଷା କଥା କହିବା ତେବେ ମୁମ୍ବାଇ ସହରରେ ଅଳ୍ପ ବର୍ଷା ରେ ସଂପୂର୍ଣ୍ଣ ସହରଟି ଜଳମଗ୍ନ ହୋଇଯାଉଛି । ପରିସ୍ଥିତି ଏଭଳି ପାଲଟୁଛି, ସହର ଭିତରେ ଗାଡି ଗୁଡିକ ଭାଷିବାରେ ଲାଗୁଛି ।

ଆଉ ସହରର ପୌର ନିଗମ କ’ଣ କରିବ ସେ ନେଇ ଚିନ୍ତା ରେ । ଏହି ଘଟଣା ଟି କେବଳ ମୁମ୍ବାଇରେ ସୀମିତ ନୁହେଁ, ଚାରିଆଡେ ଦେଖିଲେ ଠିକ ଜାଣିପାରିବେ । କେରଳ, କୋଚି ଏବଂ କଲିକତା ସବୁଆଡେ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଏବଂ ଏହା ଗୋଟିଏ ଦିଗ ଆଡକୁ ଆଙ୍ଗୁଳି ନିର୍ଦ୍ଧେଶ କରୁଛି ତାହା ହେଉଛି ଜଳବାୟୁରେ ପରିବର୍ତନ । କ୍ଲାଇମେଟ ସେଣ୍ଟ୍ରାଲ ଏହି ରିପୋର୍ଟ ମୁତାବକ ୨୦୫୦ ସୁଧା ପୃଥିବୀର ଅନେକ ଗୁଡିଏ ବଡ ବଡ ସହର ଜଳମଗ୍ନ ହୋଇଯିବେ । କାରଣ ଗ୍ଲାସିୟର ତରଳୁଛି ତଥା ଜଳବାୟୁ ପରିବର୍ତ୍ତିତ ହେଉଛି ।

ଏହାଫଳରେ ସମୁଦ୍ରର ଜଳସ୍ତର ମଧ୍ୟ ଧୀରେ ଧୀରେ ବଢିବାକୁ ଲାଗିଛି । ଆଉ ଏହା ବଢିବା ଫଳରେ ସଙ୍କଟ ସୃଷ୍ଟି ହେଉଛି ଜଳସ୍ତରରେ । ମାଳିକାରେ ଏହିଭଳି ହିଁ ବର୍ଣ୍ଣନା କରାଯାଇଛି । କିଭଳି ଭାବରେ ବଡ ବଡ ଲହଡି ଆସିବ ଏବଂ ବଡବଡ ସହରକୁ ଭସାଇ ନେଇଯିବ । ଏହା ନିଶ୍ଚିତ ଏକ ସଙ୍କଟ ଏବଂ ଚିନ୍ତା ର ବିଷୟ କିଭଳି ଭାବରେ ଯଦି ଜଳବାୟୁ ପରିବର୍ତ୍ତନରେ ରୋକ ନ ଲାଗିଲା ତେବେ ୨୦୩୦ ସୁଧା ଏ ସବୁ ବଡ ବଡ ସମୁଦ୍ର ତଟବର୍ତ୍ତୀ ସହର ସମୁଦ୍ର ଗର୍ଭ କୁ ଚାଲିଯିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *