ଗ୍ରାହକଙ୍କ ପାଇଁ ଖୁସି ଖବର ! ଶସ୍ତା ହେଲା ଖାଇବା ତେଲ…ଦେଖନ୍ତୁ କେତେ ?

ନମସ୍କାର ବନ୍ଧୁଗଣ ତେବେ ରୁଷ୍ ଆଉ ୟୁକ୍ରେନ୍ ଯୁଦ୍ଧ କାରଣରୁ ଆମ ଦେଶରେ ଅନେକ ଜିନିଷର ଦର ବହୁତ ବଢି଼ ଯାଇଥିଲା ଆଉ ସେଥିରୁ ମୁଖ୍ୟ ଥିଲା ତେଲ । ଖାଇବା ତେଲ ହେଉକି ପେଟ୍ରୋଲ ଡିଜେଲ ସବୁ ତେଲର ଦରଦାମ୍ ଆକାଶ ଛୁଆଁ ହୋଇ ଯାଇଥିଲା । ସାଧାରଣ ଲୋକମାନେ ଏଥିପାଇଁ ବହୁତ ହଇରାଣର ସମ୍ମୁଖୀନ ମଧ୍ୟ ହେଉଥିଲେ, ଖାଉଟିଙ୍କ ପାଇଁ ଖୁସି ଖବର । କମିଲା ଖାଇବା ତେଲ ଦର । ଏବେ ମହଙ୍ଗା ମାଡ଼ରୁ ମିଳିଲା ଟିକେ ଆଶ୍ୱସ୍ତି ।

ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପର ପ୍ରଭାବ ଏବେ ଧୀରେ ଧୀରେ ଦେଖିବାକୁ ମିଳୁଛି । ପୁଣିଥରେ କମିଛି ଖାଇବା ତେଲ ଦର । ଦିଲ୍ଲୀ-ଏନ୍‌ସିଆରର ଅନ୍ୟତମ ମୁଖ୍ୟ ଦୁଧ ଆପୂର୍ତ୍ତିକର୍ତ୍ତା ମଦର ଡାଏରୀ ପକ୍ଷରୁ ଖାଦ୍ୟ ତୈଳର ଦାମ୍‌ ଲିଟର ପିଛା ୧୫ ଟଙ୍କା କମାଯାଇଛି । ତେବେ ଭାରତୀୟ ପନିପରିବା ତୈଳ ଉତ୍ପାଦନ କାରୀ ସଂଘର ସଭାପତି କହିଛନ୍ତି ଯେ ଶୀଘ୍ର ଖାଇବା ତେଲର ମୂଲ୍ୟ ହ୍ରାସର ପ୍ରଭାବ ଦେଖିବାକୁ ମିଳିବ ।

ପ୍ରିମିୟମ ଖାଇବା ତେଲ ବ୍ରାଣ୍ଡର ମୂଲ୍ୟ ହ୍ରାସ ପାଇବା ପାଇଁ କିଛି ସମୟ ଲାଗିପାରେ ବୋଲି ସେ କହିଛନ୍ତି । ଏହି ପଦକ୍ଷେପ ମୁଦ୍ରାସ୍ଫୀତି ହାରକୁ ହ୍ରାସ କରିବ ଏବଂ ହୋଲସେଲ ମୁଦ୍ରାସ୍ଫୀତି ହାରକୁ ମଧ୍ୟ ହ୍ରାସ କରିବ । ତେବେ ମଦର ଡାଏରୀ ପକ୍ଷରୁ କୁହାଯାଇଛି ଯେ ସାରା ବିଶ୍ୱର ବଜାରରେ ଖାଦ୍ୟ ତୈଳର ଦର ହ୍ରାସ ପାଇଛି । ଏଣୁ ଏବେ ଆମେ ବି ତେଲ ଦର କମ୍‌ କରିଛୁ ।

କମ୍ପାନୀ ପକ୍ଷରୁ ନିଜ ଖାଦ୍ୟ ତେଲକୁ ଧାରା ବ୍ରାଣ୍ଡ୍‌ ଅଧୀନରେ ବିକ୍ରି କରୁଛି । ଏବେ ଦର କମିବା ପରେ ଧାରା ସୋରିଷ ତେଲ ଦର ଲିଟର ପିଛା ୨୦୮ ଟଙ୍କାରୁ କମି ୧୯୩ ଟଙ୍କା ହୋଇଛି ।
ତେବେ ରିଫାଇଣ୍ଡ ଓ ସୂର୍ଯ୍ୟମୁଖୀ ତେଲ ଦର ପୂର୍ବରୁ ପୂର୍ବରୁ ୨୩୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ୨୨୦ ଟଙ୍କାରେ ବିକ୍ରି କରାଯିବ । ଧାରା ରିଫାଇଣ୍ଡ୍‌ ସୋୟାବିନ୍‌ ତେଲ ଦାମ୍‌ ୨୦୯ ଟଙ୍କାରୁ କମି ୧୯୪ ଟଙ୍କା ହୋଇଯିବ ।

ମଦର ଡାଏରୀ ପକ୍ଷରୁ ଏକ ବୟାନରେ କୁହାଯାଇଛି ଧାରା ଖାଦ୍ୟ ତୈଳରେ ଲିଟର ପିଛା ସର୍ବାଧିକ ୧୫ ଟଙ୍କା କମାଇ ହେବ । ତେବେ ଲୋକମାନେ ମହଙ୍ଗା ଖାଇବା ତେଲରୁ କିଛି ଆଶ୍ଵସ୍ତି ପାଇବାକୁ ଯାଉଛନ୍ତି । ବ୍ରାଣ୍ଡେଡ୍ ଖାଇବା ତେଲର ମୂଲ୍ୟ ହ୍ରାସ କରାଯାଇଛି, ଯାହା ସାଧାରଣ ଜନତାଙ୍କ ରୋଷେଇ ଖର୍ଚ୍ଚ ହ୍ରାସ କରିବ ।

ବ୍ରାଣ୍ଡେଡ୍ ଖାଇବା ତେଲର ଉତ୍ପାଦକମାନେ ଖଜୁରୀ ତେଲ, ସୋୟାବିନ୍ ତେଲ ଏବଂ ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ଲିଟର ପିଛା ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି । ଆନ୍ତର୍ଜାତୀୟ ବଜାରରେ ଖାଇବା ତେଲର ମୂଲ୍ୟ ହ୍ରାସ ପରେ ଏହି ହ୍ରାସ କରାଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *