ପୁରୀରେ ସମସ୍ତଙ୍କ ସାମ୍ନାରେ ବଙ୍ଗୀୟ ମହିଳା ପର୍ଯ୍ୟଟକଙ୍କ ସହ ଅମାନବୀୟ କାଣ୍ଡ, ଶୁଣିଲେ ମୁଣ୍ଡ ଗରମ ହେଇଯିବ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ପୁରୀ ଓଡ଼ିଶାର ଏକ ସହର ଓ ପୁରୀ ଜିଲ୍ଲାର ସଦର ମହକୁମା । ଏହା ବଙ୍ଗୋପ ସାଗର କୂଳରେ ଓ ରାଜ୍ୟ ରାଜଧାନୀ ଭୂବନେଶ୍ୱରଠାରୁ କିଛି କିମି ଦୂରରେ ଅବସ୍ଥିତ  । ଏହା ମୁଖ୍ୟତଃ ଜଗନ୍ନାଥ ମନ୍ଦିର ପାଇଁ ପୃଥିବୀ ପ୍ରସିଦ୍ଧ । ଭାରତର ଚାରି ଧାମ ମଧ୍ୟରୁ ପୁରୀ ଅନ୍ୟତମ । ଏହା ଜଗନ୍ନାଥ ପୁରୀ ନାମରେ ମଧ୍ୟ ପ୍ରସିଦ୍ଧ । ତେବେ ପୁରୀର ଅନ୍ୟନାମ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ମନ୍ଦିରର ଅନ୍ୟ ନାମ ବଡ଼ଦେଉଳ ।

ତେବେ ମନ୍ଦିରର ବିଧିବିଧାନ ଗଜପତି ବଂଶର ରାଜା ମାନଙ୍କଦ୍ୱାରା ଏବେ ମଧ୍ୟ ପାଳିତ ହେଉଅଛି । ଏହି ମନ୍ଦିର ନଗରୀରେ ଅନେକ ହିନ୍ଦୁ ମଠ ଅଛି । ତେବେ ଏହି ପୁରୀ ରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି ଯେପରି ବେଳାଭୂମି, ଅଠରନଳା, ନରେନ୍ଦ୍ର ପୋଖରୀ ଆଦି । ତେବେ କିନ୍ତୁ ବଙ୍ଗୋପସାଗର ଉପକୂଳରେ ଥିବା ଏହି ବେଳାଭୂମି ଭାରତର ପଶ୍ଚିମବଙ୍ଗ କିମ୍ବା ଓଡ଼ିଶା ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଅନ୍ୟତମ ଲୋକପ୍ରିୟ ବେଳାଭୂମି ।

ପୁରୀ ନିଜେ ହିପ୍ପି ଏବଂ ବ୍ୟାକପ୍ୟାକର୍ ମଧ୍ୟରେ ଏକ ଲୋକପ୍ରିୟ ସହର ଏବଂ ସମୁଦ୍ର କୂଳ ସେହି ଭିଡ଼କୁ ମଧ୍ୟ ଆକର୍ଷିତ କରିଥାଏ । ଏଠାକୁ ଅନେକ ପର୍ଯ୍ୟଟକ ମାନେ ବୁଲିବାକୁ ଆସନ୍ତି । ତେବେ କିନ୍ତୁ ବର୍ତ୍ତମାନ ଯେଉଁ ଘଟଣା ଟି ଘଟିଛି ତାହା ଲଜ୍ଜା ଜନକ ଅଟେ । ତେବେ ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି । ହେଲେ ଏଠାରେ ପର୍ଯ୍ୟଟକଙ୍କୁ ମାଡ ମାରିବା ଭଳି ସାଂଘାତିକ ଅଭିଯୋଗ ଆସିଛି ।

ପୁରୀ ସିଟି ରୋଡସ୍ଥିତ ଏକ ଟୁର ଆଣ୍ଡ ଟ୍ରାଭେଲ ସଂସ୍ଥାର ମାଲିକ ଜଣେ ବଙ୍ଗୀୟ ମହିଳାଙ୍କୁ ଚାପୁଡା ମାରିିଥିବା ଅଭିଯୋଗ ହୋଇଛି । କୋଲାକାତାରୁ ପୁରୀ ବୁଲିବାକୁ ଆସିଥିବା ଶୀତଲ ନାମକ ଯୁବତୀ, ଏକ ଟ୍ରାଭେଲ ସଂସ୍ଥାଠାରୁ ସ୍କୁଟି ଭଡାରେ ନେଇଥିଲେ । ହେଲେ ସ୍କୁଟିର ଅବସ୍ଥା ଖରାପ ଥିବାରୁ ଟ୍ରାଭେଲକୁ ଫେରସ୍ତ ଦେଇ ପଇସା କାଟିବାକୁ ଦାବି କରିଥିଲେ । ଏଥିରେ ଟ୍ରାଭେଲ ମାଲିକ ଉତକ୍ଷିପ୍ତ ହୋଇ ବଙ୍ଗୀୟ ଯୁବତୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ମାଡ ମାରିଥିଲେ ।

ଏନେଇ ପୋଲିସକୁ ଖବର ଦେବାସହ ଟ୍ରାଭେଲ ମାଲିକଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ ବଙ୍ଗୀୟ ପର୍ଯ୍ୟଟକ । ପୋଲିସ କିନ୍ତୁ ତାଙ୍କୁ ଥାନାକୁ ଆସି ଅଭିଯୋଗ କରିବା ପାଇଁ କହିବା ପରେ ପୁଣି ଦେଖିବାକୁ ମିଳିଥିଲା ହାଇଡ୍ରାମା । ବଡକଥା ହେଉଛି ପୁରୀ ଭଳି ଏକ ଆଧ୍ୟାତ୍ମିକ ପର୍ଯ୍ୟଟନ ସ୍ଥଳୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବାବେଳେ ବିଭିନ୍ନ ବାହାନାରେ ସେମାନଙ୍କୁ ଲୁଟ ଚାଲିଛି ।

ଏକାଧିକ ଟ୍ରାଭେଲ ଏଜେନ୍ସି ଏମାନଙ୍କଠାରୁ ଲୁଟ କରୁଥିବାବେଳେ ସୂଚନା ପାଇ ମଧ୍ୟ ଚୁପ ବସୁଛି ପୋଲିସ ପ୍ରଶାସନ । ତେଣୁ ଏହି ପର୍ଯ୍ୟଟକମାନଙ୍କୁ କିଏ ସୁରକ୍ଷା ଦେବ ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *